Advertisement
Photo Details/zeeodisha/odisha2691645
photoDetails0hindi

Lucky Zodiac Sign: ୨୪ ମାର୍ଚ୍ଚରେ ଚନ୍ଦ୍ର ଏବଂ ବୃହସ୍ପତିଙ୍କ ନବପଞ୍ଚମ ଯୋଗ, ୫ ରାଶିକୁ ଲାଭ

Top 5 Lucky Zodiac Sign, 24 March 2025: ଦିନଟିରେ ଗଠନ ହୋଇଥିବା ଶୁଭଯୋଗ ପ୍ରଭାବରେ ବୃଷ, ମିଥୁନ, ସିଂହ, ଧନୁ ଏବଂ ମକର ରାଶିର ବ୍ୟକ୍ତିବିଶେଷ କିପରି ଭାବେ ଶୁଭଫଳ ପାଇବେ ଆସନ୍ତୁ ଜାଣିବା ।

1/6

ବୃଷ ରାଶି

ଆପଣଙ୍କ ପାଇଁ ଦିନଟି ଉତ୍ସାହପୂର୍ଣ୍ଣ ରହିବ । ପ୍ରତ୍ୟେକ କାର୍ଯ୍ୟ ସଠିକ୍ ସମୟରେ ଶେଷ କରିବେ । ବିଭିନ୍ନ ସୁତ୍ରରୁ ଧନ ଲାଭର ସୁଯୋଗ ମିଳିବ । ମାନ ସମ୍ମାନ ବଢିବାକୁ ଲାଗିବ । ଆପଣଙ୍କର ଗୋଟିଏ ପରେ ଗୋଟିଏ ଯୋଜନା ସଫଳ ହୋଇପାରେ । ଆପଣଙ୍କ ମନ ଖୁସି ରହିବ । ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିଲେ ସମୟ ଶୁଭ । ଆର୍ଥିକ ଦୃଷ୍ଟିରୁ ଦିନଟି ଲାଭଦାୟକ । କୌଣସି ସ୍ଥାନରେ ଟଙ୍କା ଫସି ରହିଥିଲେ ଅଳ୍ପ ଚେଷ୍ଟାରେ ଫେରି ପାଇବେ ।

2/6

ମିଥୁନ ରାଶି

ଆପଣଙ୍କ ପାଇଁ ଦିନଟି ଭଲ । ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ଚାକିରି କ୍ଷେତ୍ରରେ ଆପଣ ମାନ ସମ୍ମାନ ପାଇବେ। ବ୍ୟବସାୟରେ ଭଲ ଲାଭ ହୋଇପାରେ । ଜମିଜମା ସମ୍ବନ୍ଧୀୟ ବିବାଦରେ ଆପଣଙ୍କୁ ସଫଳତା ମିଳିପାରେ। ଧାର୍ମିକ ଏବଂ ସାମାଜିକ କାର୍ଯ୍ୟ ପାଇଁ ଆଗ୍ରହ ପ୍ରକାଶ କରିବେ । ଆପଣଙ୍କ କାର୍ଯ୍ୟ ପାଇଁ ପ୍ରଶଂସା ମିଳିପାରେ । ସହକର୍ମୀମାନେ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ କରିବେ। ପରିବାର ସଦସ୍ୟଙ୍କଠାରୁ ସାହାଯ୍ୟ ମିଳିବ । ଜମି ସମ୍ବନ୍ଧୀୟ କୌଣସି ବିବାଦ ଥିଲେ ସଫଳତା ହାସଲ କରିବେ ।

3/6

ସିଂହ ରାଶି

ଆପଣଙ୍କ ପାଇଁ ଦିନଟି ଖୁସିରେ ପରିପୂର୍ଣ୍ଣ ହୋଇପାରେ। ଅପ୍ରତ୍ୟାଶିତ ଆର୍ଥିକ ଲାଭ ହେବାର ସମ୍ଭାବନା ରହିଛି। ଦୀର୍ଘଦିନ ଧରି ଅପେକ୍ଷା କରିଥିବା କିଛି ଭଲ ଖବର ମିଳିପାରେ। ଆପଣଙ୍କର ପୁରୁଣା ଇଚ୍ଛା ପୂରଣ ହୋଇପାରେ । କଳା ଏବଂ ସୃଜନଶୀଳତାରୁ ଆପଣ ଲାଭ ପାଇବେ। ସରକାରୀ ଚାକିରି କ୍ଷେତ୍ରରେ ସଫଳତା ମିଳିପାରେ। ଜୀବନସାଥୀଙ୍କ ସମର୍ଥନ ଆପଣଙ୍କ ପ୍ରତି ରହିବ । ବିରୋଧୀମାନେ ଚାହିଁଲେ ମଧ୍ୟ ଆପଣଙ୍କର କୌଣସି କ୍ଷତି କରିପାରିବେ ନାହିଁ।

4/6

ଧନୁ ରାଶି

ଆପଣଙ୍କ ପାଇଁ ଦିନଟି ଖୁସିରେ ପରିପୂର୍ଣ୍ଣ ହୋଇପାରେ । ବ୍ୟବସାୟରେ ଲାଭ ହାସଲ କରିବେ । ବହୁ ଦିନରୁ ପଡ଼ି ରହିଥିବା କାମ ଗୁଡିକ ଶେଷ କରିବାରେ ସକ୍ଷମ ହେବେ । ବ୍ୟବସାୟରେ ଆପଣଙ୍କୁ ଲାଭ ମିଳିବାର ସମ୍ଭାବନା ଅଛି। ଚାକିରି କ୍ଷେତ୍ରରେ ମହିଳା ସହକର୍ମୀଙ୍କ ସାହାଯ୍ୟ ମିଳିବ । ବୈବାହିକ ଜୀବନରେ ପ୍ରେମ ବଢିବ । ନୂତନ କାମ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଶୁଭ ।

5/6

ମକର ରାଶି

ଆପଣଙ୍କ ପାଇଁ ଦିନଟି ଶୁଭ । ସକାଳ ସମୟରୁ ହିଁ ଆପଣ ସକ୍ରିୟ ରହିବେ । ଦୀର୍ଘ ସମୟ ପାଇଁ ପୁଞ୍ଜି ନିବେଶ କରିବାକୁ ଚାହୁଁଥିଲେ ସମୟ ଶୁଭ । ଅଭିଜ୍ଞ ବ୍ୟକ୍ତିଙ୍କ ସାହାଯ୍ୟ ଆପଣ ପାଇବେ । ବୈଷୟିକ କ୍ଷେତ୍ର ସହିତ ଜଡିତ ଥିଲେ ବିଶେଷ ଭାବରେ ଲାଭବାନ ହେବେ। କାମ ପାଇଁ ଦୂରଯାତ୍ରା କରୁଥିଲେ ସଫଳତା ହାସଲ କରିପାରନ୍ତି ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।

;