Advertisement
Photo Details/zeeodisha/odisha2745277
photoDetails0hindi

Shukra Gochar 2025: ମେଷରେ ଶୁକ୍ରଙ୍କ ଚଳନ, ଚାକିରି ଏବଂ ବ୍ୟବସାୟରେ ସଫଳତା ପାଇବେ ୫ ରାଶି

Venus Transit 2025: ଶୁକ୍ର ମୀନ ରାଶିରେ ଦୀର୍ଘ ସମୟ ରହିବା ପରେ ଖୁବଶୀଘ୍ର ମେଷ ରାଶିରେ ଚଳନ କରିବେ। ମେଷ ରାଶିର ଅଧିପତି ହେଉଛନ୍ତି ମଙ୍ଗଳ । ଶୁକ୍ର ମେଷ ରାଶିରେ ଚଳନ କରିବା ପରେ ସାହସ ଏବଂ ଉତ୍ସାହ ବୃଦ୍ଧି ପାଏ ବୋଲି ବିବେଚନା କରାଯାଏ । ମେଷ ରାଶିରେ ଶୁକ୍ରଙ୍କ ଚଳନ ମିଥୁନ ଏବଂ ବିଛା ରାଶି ସମେତ ମୋଟ ୫ଟି ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭଫଳ ଆଣିଦେବ। 

1/6

ଶୁକ୍ରଙ୍କ ଚଳନରେ କେଉଁ ୫ଟି ରାଶିର ବ୍ୟକ୍ତି ଅନୁକୂଳ ଫଳାଫଳ ପାଇବେ। ଆସନ୍ତୁ ବିସ୍ତୃତଭାବେ ଜାଣିବା ।

2/6

ମିଥୁନ ରାଶି

ଶୁକ୍ରଙ୍କ ଚଳନ ଆପଣଙ୍କ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇପାରେ । ଏହି ସମୟ ମଧ୍ୟରେ ଜୀବନରେ ନିରନ୍ତର ପ୍ରଗତି କରିବେ। ବିବାହିତ ହୋଇଥିଲେ ସାଥୀଙ୍କ ସହିତ ସୁଖଦ ସମୟ ବିତାଇବେ। ସହଭାଗୀତା ବ୍ୟବସାୟ କରୁଥିଲେ ଲାଭ ପାଇବେ। ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ସ୍ୱାସ୍ଥ୍ୟ ଭଲ ରହିବ । ଚାକିରି କରୁଥିଲେ ପଦୋନ୍ନତିର ସମ୍ଭାବନା ଅଛି । ବରିଷ୍ଠ ଅଧିକାରୀଙ୍କ ପ୍ରଶଂସା ମିଳିବ।

3/6

କନ୍ୟା ରାଶି

ଆପଣଙ୍କ ପାଇଁ ଶୁକ୍ରଙ୍କ ଚଳନ ବହୁତ ଶୁଭ ହେବ। ବିଭିନ୍ନ ସୁତ୍ରରୁ ଆର୍ଥିକ ଲାଭ କରିବେ । ବ୍ୟବସାୟରେ ସଫଳତା ମିଳିବାର ସମ୍ଭାବନା ଅଧିକ। ବୈବାହିକ ଜୀବନରେ ସାଥୀଙ୍କ ସହିତ ବିଶେଷ ମୁହୂର୍ତ୍ତ ବିତାଇବେ । କୌଣସି ଆଇନଗତ ମାମଲା ଥିଲେ ତାହାର ସମାଧାନ କରିବାରେ ସଫଳ ହେବେ। ପିଲାମାନଙ୍କଠାରୁ କିଛି ଭଲ ଖବର ମିଳିପାରେ । କୌଣସି ସ୍ଥାନରେ ଟଙ୍କା ଅଟକି ରହିଥିଲେ ଫେରି ମିଳିବାର ସମ୍ଭାବନା ରହିଛି । ସମ୍ପତ୍ତି ଏବଂ ଯାନବାହାନ କିଣିବାକୁ ଚାହୁଁଥିଲେ ସମୟ ଶୁଭ । ଆର୍ଥିକ ସମସ୍ୟା ଦୂର ହୋଇଯିବ ।

4/6

ତୁଳା ରାଶି

ଆପଣଙ୍କ ପାଇଁ ଶୁକ୍ରଙ୍କ ଚଳନ ଜୀବନରେ ଅନେକ ବଡ଼ ପରିବର୍ତ୍ତନ ଆଣିପାରେ । କ୍ୟାରିୟରରେ ଉତ୍କୃଷ୍ଟ ସୁଯୋଗ ପାଇବେ। ବ୍ୟବସାୟରେ ପ୍ରଚୁର ଲାଭ ମିଳିବାର ସମ୍ଭାବନା ରହିଛି । କୌଣସି ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଥିଲେ ସମୟ ଶୁଭ । ନୂଆ ବନ୍ଧୁ ତିଆରି କରିପାରନ୍ତି, କିନ୍ତୁ ସମ୍ପର୍କ ବଜାୟ ରଖିବାରେ କିଛି ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଆପଣଙ୍କୁ ଏହି ସମୟରେ ଟିକିଏ ଧର୍ଯ୍ୟ ରଖିବାକୁ ପଡିବ । ଆର୍ଥିକ କ୍ଷେତ୍ରରେ ଶୁଭଫଳ ରହିଛି । ଟଙ୍କା ରୋଜଗାର ବୃଦ୍ଧି ପାଇବ ।

5/6

ବିଛା ରାଶି

ଆପଣଙ୍କ ପାଇଁ ଶୁକ୍ରଙ୍କ ଚଳନ ବହୁତ ଲାଭଦାୟକ ପ୍ରମାଣିତ ହେବ। ଉଭୟ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନରେ ସୁଖ ପାଇବେ । ବିଭିନ୍ନ ସୁତ୍ରରୁ ଏକାଧିକ ଖୁସି ଖବର ପାଇବେ । ପରିବାର ସଦସ୍ୟଙ୍କ ସହିତ ସୁଖଦ ସମୟ ବିତାଇବେ। କର୍ମକ୍ଷେତ୍ରରେ ଆପଣଙ୍କୁ ପଦୋନ୍ନତୀ ମିଳିପାରେ । ସ୍ୱାସ୍ଥ୍ୟରେ ଉନ୍ନତି ହେବ । ଧନ ବୃଦ୍ଧି ହେବ । ଯାନବାହାନ କିଣିବାର ସମ୍ଭାବନା ରହିଛି। ପ୍ରତିଟି ସମସ୍ୟାକୁ ଭଲ ଭାବରେ ସମାଧାନ କରିପାରିବେ।

6/6

Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।

;