Eight Drivers arrested: ଓଡ଼ିଶା ଡ୍ରାଇଭର ମହାସଂଘ ଦ୍ୱାରା ଡାକରା ଦିଆଯାଇଥିବା "ଷ୍ଟିଅରିଂ ଛାଡ଼" ଆନ୍ଦୋଳନ ମଧ୍ୟରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ଉପରେ ଆକ୍ରମଣ ଆଠ ଜଣ ଡ୍ରାଇଭରଙ୍କୁ ଶୁକ୍ରବାର ଦିନ ପୋଲିସ୍ ଗିରଫ କରିଛି।
Trending Photos
Eight Drivers arrested: ଓଡ଼ିଶା ଡ୍ରାଇଭର ମହାସଂଘ ଦ୍ୱାରା ଡାକରା ଦିଆଯାଇଥିବା "ଷ୍ଟିଅରିଂ ଛାଡ଼" ଆନ୍ଦୋଳନ ମଧ୍ୟରେ ଜଣେ ଟ୍ରକ୍ ଡ୍ରାଇଭରଙ୍କ ଉପରେ ଆକ୍ରମଣ ଆଠ ଜଣ ଡ୍ରାଇଭରଙ୍କୁ ଶୁକ୍ରବାର ଦିନ ପୋଲିସ୍ ଗିରଫ କରିଛି।
ଖବର ଅନୁସାରେ ଗୁରୁବାର ଦିନ ପୁଇଁତଳା ଥାନା ଭାଲେର ଗାଁର ୨୭ ବର୍ଷୀୟ ଡ୍ରାଇଭର ମନୋଜ ବଗର୍ତ୍ତି ସୋନପୁର ଜିଲ୍ଲାର ଶରଧାପାଲି ଇଥାନଲ ପ୍ଳାଣ୍ଟରୁ ଏକ ଟ୍ରକ୍ ଚଲାଇ ବଲାଙ୍ଗୀର ଅଭିମୁଖେ ଆସୁଥିବାବେଳେ ତାଙ୍କୁ ଆନ୍ଦୋଳନରତ ଡ୍ରାଇଭରମାନେ ଆକ୍ରମଣ କରିଥିଲେ। ଫଳରେ ସେ ଗୁରୁତର ଆହତ ହୋଇଥିଲେ।
ଏହା ପରେ ପୀଡିତ ଡ୍ରାଇଭର ମନୋଜ ବଗର୍ତ୍ତି ପୁଇଁତଳା ଥାନାରେ ଗୁରୁବାର ଦିନ ଅଭିଯୋଗ କରିଥିଲେ। ଏହି ମାମଲାରେ ପୁଲିସ ଶୁକ୍ରବାର ଦିନ ତଦନ୍ତ କରି ଅଭିଯୁକ୍ତ ୮ଜଣ ଡ୍ରାଇଭରଙ୍କୁ ଗିରଫ କରିଛି । ଏନେଇ ପୁଇଁନ୍ତଳା ଥାନାଧିକାରିଣୀ ଅନିତା ପ୍ରଧାନ ସୂଚନା ଦେଇଛନ୍ତି। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯିବ।
ପୁଇଁତଳା ପୋଲିସ ଷ୍ଟେସନର ଇନସ୍ପେକ୍ଟର-ଇନ୍-ଚାର୍ଜ ଅନିତା ପ୍ରଧାନ କହିଛନ୍ତି, ""ଆମେ ଆକ୍ରମଣରେ ସମ୍ପୃକ୍ତ ଆଠ ଜଣ ଡ୍ରାଇଭରଙ୍କୁ ଗିରଫ କରିଛୁ, ଏବଂ ଅଧିକ ତଦନ୍ତ ଚାଲିଛି।"