Trending Photos
Subhadra Installment: ଭୁବନେଶ୍ୱର: କୋଟିଆବାସୀ ପାଇବେ ସୁଭଦ୍ରା ସହାୟତା। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ କୋଟିଆବାସୀଙ୍କୁ ମିଳିବ ଏହି ସହାୟତା ରାଶି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିମାପଡା ସ୍ବୟଂଶାସିତ ମହାବିଦ୍ୟାଳୟର ୬୨ତମ ପ୍ରତିଷ୍ଠା ଦିବସରେ ସାମିଲ ହୋଇ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି କି ରାକ୍ଷୀ ପୂର୍ଣ୍ଣିମାରେ ୧ କୋଟି ୨ ଲକ୍ଷ ୪୦ ହଜାର ମହିଳା ପାଇବେ ରକ୍ଷାବନ୍ଧନ ଭେଟି। ଅଗଷ୍ଟ ୯ ତାରିଖରେ ଆକାଉଣ୍ଟରେ ପହଞ୍ଚିବ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା। ଉପାନ୍ତଠାରୁ ଆରମ୍ଭ କରି ଉପକୂଳ କେଉଁଠି ବି ଯୋଗ୍ୟ ମହିଳା ସୁଭଦ୍ରାରୁ ବଞ୍ଚିତ ହେବେନି। କୋଟିଆର ଘରେ ଘରେ ପହଞ୍ଚିବ ସୁଭଦ୍ରା ସହାୟତା ରାଶି ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି।
ସେ କହିଛନ୍ତି, ଓଡିଶାର ଭଉଣୀମାନଙ୍କର ରୋଜଗାର ବୃଦ୍ଧି ପାଇଁ ରାକ୍ଷୀପୂର୍ଣ୍ଣିମାରେ ମୁଖ୍ୟମନ୍ତ୍ରୀ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା ଭେଟି ଦେବେ। ଅଗଷ୍ଟ ୯ ତାରିଖରେ କୋରାପୁଟର ଜୟପୁରଠାରେ ଏନେଇ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ଆୟୋଜନ କରାଯିବ। କୋଟିଆର ଘରେ ଘରେ ସୁଭଦ୍ରା ପହଞ୍ଚାଇବା ଆମର ଲକ୍ଷ୍ୟ। ତୃତୀୟ କିସ୍ତି ଟଙ୍କା ଜାରି କରାଯିବା
ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ନିଜେ କୋଟିଆ ଯାଇ ଏହାର ସମୀକ୍ଷା କରିବେ ବୋଲି ଏହି ଅବସରରେ ସୂଚନା ଦେଇଥିଲେ। କୋଟିଆରେ ରହୁଥିବା ଓଡିଆମାନେ କିପରି ସୁଭଦ୍ରା ପାଇବେ ତାହା ସୁନିଶ୍ଚିତ କରିବା ପାଇଁ ଉପମୁଖ୍ୟମନ୍ତ୍ରୀ କୋଟିଆ ଯିବେ ବୋଲି କହିଥିଲେ। ତେବେ ୧ ଲକ୍ଷ ୮୮ ହଜାର ଆବେଦନକାରୀ ଯୋଜନାରୁ ମହିଳା ସୁଭଦ୍ରା ଯୋଜ ବଞ୍ଚିତ ଅଛନ୍ତି । ଅଧିକ ରଣରୁ ଜମି ଥି ବା କାରଣ କିମ୍ବା ଇନ୍କମ୍ ଟ୍ୟାକ୍ସ ପ୍ରତିବନ୍ଧକ କାରଣରୁ ଏଭଳି ଇଛି। ସମସ୍ୟା ସୃଷ୍ଟି ହୋଇ ଏଥି ପାଇଁ ପର୍ଯ୍ୟାୟକ୍ରମେ ବ୍ୟବସ୍ଥା କରାଯାଉଛି ବୋଲି ଉପମୁଖ୍ୟମନ୍ତ୍ରୀ ଆଶ୍ୱାସନା ଦେଇଥିଲେ। ତେବେ ଯେଉଁମାନେ ଯୋଗ୍ୟ ସେମାନେ ଅଗଷ୍ଟ ୯ରେ ନିଶ୍ଚିତ ଟଙ୍କା ପାଇଯିବେ। ବଳକା ଯେଉଁମାନେ ରହିଗଲେ ମାର୍ଚ୍ଚ ୮ ମହିଳା ଦିବସରେ ସମସ୍ତ ୪ଟି କିସ୍ତିର ସୁଭଦ୍ରା ଟଙ୍କା ପାଇବେ ବୋଲି ସେ କହିଥିଲେ।