Trending Photos
Website Hacked:ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ଆଜି ସକାଳେ କିଛି ସମୟ ପାଇଁ ହ୍ୟାକ୍ ହୋଇଥିବାର ଜଣାପଡିଛି। ବିଭାଗର କାର୍ଯ୍ୟକଳାପ ସହ ସମ୍ପୃକ୍ତ ନଥିବା କିଛି ପୋଷ୍ଟ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିଲା। ଉକ୍ତ ଘଟଣାଟି ବିଭାଗର ନଜରକୁ ଆସିବା ପରେ, ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ତରଫରୁ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରାଯିବା ସହିତ ବିଭାଗ ସହ ସମ୍ପୃକ୍ତ ନ ଥିବା ପୋଷ୍ଟ ଗୁଡ଼ିକୁ ହଟାଇ ଦିଆଯାଇଛି।
ସେହିପରି ରେଭେନ୍ସ ବିଶ୍ୱବିଦ୍ୟାଳୟର ୱେବସାଇଟ ମଧ୍ୟ ହ୍ୟାକ ହୋଇଥିବା ଜଣାପଡ଼ିଛି। କେହି ସାଇବର ଅପରାଧି କିମ୍ବା ଦୁର୍ବୃତ୍ତ ଏହାକୁ ହ୍ୟାକ କରିଥିବା ନେଇ ଜଣାପଡ଼ିଛି। ବିଶ୍ବବିଦ୍ୟାଳୟ ୱେବ୍ସାଇଟ୍କୁ କ୍ଲିକ୍ କଲେ ଏକ ବେଟିଂ ସାଇଟ୍ ଖୋଲୁଛି । ମୋବାଇଲ୍ରେ ୱେବ୍ସାଇଟ୍ ଖୋଲିଲେ ‘ବେଣ୍ଟୋ-ଫୋର୍ ଡି’ ପରି ଏକ ବେଟିଂ ପ୍ଲାଟ୍ଫର୍ମ ଖୋଲୁଛି । ଯାହା ପୂର୍ବରୁ ଦେଖିବାକୁ ମିଳୁ ନ ଥିଲା । ମାତ୍ର ଏହାକୁ କ୍ଲିକ୍ କଲେ ବିଶ୍ବବିଦ୍ୟାଳୟର କୌଣସି ତଥ୍ୟ ଆସୁ ନାହିଁ ।