BSF Recruitment 2025: ସୀମା ସୁରକ୍ଷା ବାହିନୀରେ ବ୍ୟାପକ ନିଯୁକ୍ତି ସୁଯୋଗ, ଏମିତି କରନ୍ତୁ ଆବେଦନ
Advertisement
Article Detail0/zeeodisha/odisha2872955

BSF Recruitment 2025: ସୀମା ସୁରକ୍ଷା ବାହିନୀରେ ବ୍ୟାପକ ନିଯୁକ୍ତି ସୁଯୋଗ, ଏମିତି କରନ୍ତୁ ଆବେଦନ

BSF Constable Recruitment 2025: ସୀମା ସୁରକ୍ଷା ବାହିନୀରେ 3 ହଜାରରୁ ଅଧିକ କନେଷ୍ଟବଳ (ଟ୍ରେଡସମ୍ୟାନ୍) ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶିତ ହୋଇଛି। କନେଷ୍ଟବଳ ପଦବୀ ପାଇଁ ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ସରକାରୀ ୱେବସାଇଟ୍ ଭିଜିଟ୍ କରି ଅନଲାଇନରେ ଆବେଦନ କରିପାରିବେ। ଆବେଦନ କରିବାର ଶେଷ ତାରିଖ ରହିଛି 23 ଅଗଷ୍ଟ 2025।

BSF Recruitment 2025: ସୀମା ସୁରକ୍ଷା ବାହିନୀରେ ବ୍ୟାପକ ନିଯୁକ୍ତି ସୁଯୋଗ, ଏମିତି କରନ୍ତୁ ଆବେଦନ

BSF Constable Recruitment 2025: ସୀମା ସୁରକ୍ଷା ବାହିନୀରେ କନେଷ୍ଟବଳ (ଟ୍ରେଡସମ୍ୟାନ୍) ପଦବୀ ପାଇଁ ଆବେଦନ କରିବା ପାଇଁ ଉଭୟ ମହିଳା ଏବଂ ପୁରୁଷ ପ୍ରାର୍ଥୀଙ୍କଠାରୁ ଦରଖାସ୍ତ ଆହ୍ୱାନ କରାଯାଇଛି । ସୀମା ସୁରକ୍ଷା ବାହିନୀରେ ମୋଟ 3588 କନେଷ୍ଟବଳ ପଦବୀ ପାଇଁ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶିତ ହୋଇଛି । ଯେଉଁଥିରୁ 182 ପଦବୀ ମହିଳା ପ୍ରାର୍ଥୀଙ୍କ ପାଇଁ ଏବଂ 3406 ପଦବୀ ପୁରୁଷ ପ୍ରାର୍ଥୀଙ୍କ ପାଇଁ ରହିଛି। ଉକ୍ତ ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି। ଆଗ୍ରହୀ ଯୋଗ୍ୟ ପ୍ରାର୍ଥୀମାନେ ଅଗଷ୍ଟ ୨୩, ୨୦୨୫ ମଧ୍ୟରେ ସରକାରୀ ୱେବସାଇଟ୍ rectt.bsf.gov.in କୁ ଯାଇ ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ।

ବୟସ ସୀମା
କନଷ୍ଟେବଳ ପଦବୀ ପାଇଁ ଆବେଦନ କରିବା ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୧୮ ବର୍ଷ ଏବଂ ସର୍ବାଧିକ ବୟସ ୨୫ ବର୍ଷ ସ୍ଥିର କରାଯାଇଛି। ନିୟମ ଅନୁଯାୟୀ ସ୍ୱତନ୍ତ୍ର ବର୍ଗର ପ୍ରାର୍ଥୀମାନଙ୍କୁ ବୟସ ସୀମାରେ ୫ ବର୍ଷ ଏବଂ OBC ପ୍ରାର୍ଥୀମାନଙ୍କୁ ବୟସ ସୀମାରେ ୩ ବର୍ଷ ପର୍ଯ୍ୟନ୍ତ କୋହଳ ପ୍ରଦାନ କରାଯିବ।

ପରୀକ୍ଷା ପାଇଁ ଦେୟ
ଏହି ପଦବୀ ପାଇଁ ଆବେଦନ କରିବାକୁ ଆଗ୍ରହୀ ଥିବା ପ୍ରାର୍ଥୀମାନଙ୍କୁ ପରୀକ୍ଷା ଦେୟ ହିସାବରେ ୧୦୦ ଟଙ୍କା ଜମା କରିବାକୁ ପଡିବ। କିନ୍ତୁ SC, ST ଏବଂ ମହିଳା ପ୍ରାର୍ଥୀମାନଙ୍କୁ ପରୀକ୍ଷା ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ।

ଶିକ୍ଷାଗତ ଯୋଗ୍ୟତା ଏବଂ ଦରମା ସ୍କେଲ
ଯେଉଁ ପ୍ରାର୍ଥୀମାନେ ଆବେଦନ କରିବାକୁ ଚାହୁଁଛନ୍ତି ସେମାନେ ଭାରତର ଏକ ସ୍ୱୀକୃତିପ୍ରାପ୍ତ ବୋର୍ଡରୁ ଦଶମ ଶ୍ରେଣୀ ପାସ୍ କରିଥିବା ଆବଶ୍ୟକ। ଏହା ବ୍ୟତୀତ, ପ୍ରାର୍ଥୀମାନେ ସମ୍ପୃକ୍ତ ବିଭାଗରେ ଦୁଇ ବର୍ଷର ସାର୍ଟିଫିକେଟ୍ କୋର୍ସ କରିଥିବା ଉଚିତ। ମନୋନୀତ ପ୍ରାର୍ଥୀମାନଙ୍କୁ ପ୍ରତି ମାସରେ 21,700 ଟଙ୍କାରୁ 69,100 ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ।

ଚୟନ ପ୍ରକ୍ରିୟା
ପ୍ରାର୍ଥୀମାନଙ୍କୁ ତିନୋଟି ପର୍ଯ୍ୟାୟରେ ଚୟନ କରାଯିବ। ପ୍ରଥମ ପର୍ଯ୍ୟାୟରେ, PST ଏବଂ PET ପରୀକ୍ଷା ଦେବାକୁ ପଡିବ । ଦ୍ୱିତୀୟ ପର୍ଯ୍ୟାୟରେ ଲିଖିତ ପରୀକ୍ଷା ଏବଂ ତୃତୀୟ ପର୍ଯ୍ୟାୟରେ ଡକ୍ୟୁମେଣ୍ଟ ଯାଞ୍ଚ ପ୍ରକ୍ରିୟା କରାଯିବ। ଲିଖିତ ପରୀକ୍ଷାରେ, ପ୍ରାର୍ଥୀମାନଙ୍କୁ ସାଧାରଣ ସଚେତନତା, ଗଣିତ, ଇଂରାଜୀ ଏବଂ ହିନ୍ଦୀ ଇତ୍ୟାଦି ବିଷୟରୁ 100 ମାର୍କର 100 ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ । ଲିଖିକ ପରୀକ୍ଷାର ଅବଧି ଦୁଇ ଘଣ୍ଟା ସ୍ଥିର କରାଯାଇଛି । ଏହାପରେ ପ୍ରାର୍ଥୀମାନଙ୍କୁ ଦଶମ ସ୍ତରର ପ୍ରଶ୍ନ ପଚରାଯିବ।

ଆବେଦନ କରିବାକୁ ଚାହୁଁଥିବା ପ୍ରାର୍ଥୀ ପ୍ରଥମେ ସରକାରୀ ୱେବସାଇଟ୍ rectt.bsf.gov.in ଭିଜିଟ୍ କରନ୍ତୁ କରନ୍ତୁ। ଏହା ପରେ ୱେବସାଇଟ୍‌ର ହୋମ୍ ପେଜ୍‌ରେ ଥିବା BSF କନେଷ୍ଟବଳ ନିଯୁକ୍ତି 2025 ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ । ପେଜ୍ ଖୋଲିବା ପରେ ଆପଣଙ୍କର ନାମ, ଇମେଲ୍ ଆଇଡି ଏବଂ ଫୋନ୍ ନମ୍ବର ଦେଇ ଲଗଇନ୍ କରନ୍ତୁ। ଆବଶ୍ୟକୀୟ ବ୍ୟକ୍ତିଗତ ସୂଚନା, ଡକ୍ୟୁମେଣ୍ଟର ସ୍କାନ କପି, ଦସ୍ତଖତ ଇତ୍ୟାଦି ସଠିକ୍ ଭାବେ ଅପଲୋଡ୍ କରନ୍ତୁ। ଏହାପରେ ନିର୍ଦ୍ଦିଷ୍ଟ ପରୀକ୍ଷା ଫି ଦେଇ ଫର୍ମ ଦାଖଲ କରନ୍ତୁ। ସମସ୍ତ ସୂଚନା ଭଲଭାବରେ ପଢ଼ିବା ପରେ ଉକ୍ତ ସିଟ୍ ର ଏକ ପ୍ରିଣ୍ଟ ଆଉଟ୍ କପି ନିଜ ପାଖରେ ରଖନ୍ତୁ ।

Also Read- Budh Gochar 2025: କର୍କଟ ରାଶିରେ ବୁଧଙ୍କ ଚଳନ, ଆଜିଠୁ ଖୋଲିଲା ୫ ରାଶିର ଭାଗ୍ୟର ତାଲା

Also Read- Corrupt officer: ସରକାରୀ ଚାକିରି କରି ନେଉଥିଲେ ଉପୁରି, ଭିଜିଲାନ୍ସ ଜାଲରେ ପଡିଥିଲେ ଏମାନେ

;