ଗୁରୁତର ହୋଇଥିବା ୧୨ ଜଣ ଯାତ୍ରୀଙ୍କୁ ସ୍ଥାନୀୟ ମୋରଡ଼ା ଓ କିଶାନତାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
Trending Photos
ବାରିପଦା: ନୂଆଗାଁ-ଛୋଟରାୟପୁର ରାସ୍ତାରେ ବାଇକ୍ ସହ ଧକ୍କା ହେବା ପରେ ଏକ ପିକଅପ୍ ଭ୍ୟାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ୩୫ ଜଣ ଶ୍ରମିକଙ୍କୁ ନେଇ ଜଳେଶ୍ବରରୁ ମୋରଡା ଅଭିମୁଖେ ଆସୁଥିବା ସମୟରେ ଭ୍ୟାନଟି ଦୁର୍ଘଟଣାର ସମ୍ମୁଖୀନ ହୋଇ ରାସ୍ତା କଡକୁ ଓଲଟି ପଡିଥିଲା । ଫଳରେ ଅନେକ ଯାତ୍ରୀ ଆହତ ହୋଇଛନ୍ତି । ଗୁରୁତର ହୋଇଥିବା ୧୨ ଜଣ ଯାତ୍ରୀଙ୍କୁ ସ୍ଥାନୀୟ ମୋରଡ଼ା ଓ କିଶାନତାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ଆଜି କାମାକ୍ଷାନଗର ତୁମୁସିଂହା ଥାନା କନ୍ତିଓକାଟେଣିଠାରେ ଯାତ୍ରୀବାହୀ ବସ୍ ଓଲଟିବା କାରଣରୁ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଛନ୍ତି । ପରଜଙ୍ଗ ଅଞ୍ଚଳରୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଯାଉଥିବା ସମୟରେ ରେଙ୍ଗାଲିର ଶାଖା କେନାଲରେ ବସ୍ ଓଲଟି ପଡ଼ିଥିଲା । କାମାକ୍ଷାନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ଗୁରୁତରମାନଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
Also Read- BSF Recruitment 2025: ସୀମା ସୁରକ୍ଷା ବାହିନୀରେ ବ୍ୟାପକ ନିଯୁକ୍ତି ସୁଯୋଗ, ଏମିତି କରନ୍ତୁ ଆବେଦନ
Also Read- Budh Gochar 2025: କର୍କଟ ରାଶିରେ ବୁଧଙ୍କ ଚଳନ, ଆଜିଠୁ ଖୋଲିଲା ୫ ରାଶିର ଭାଗ୍ୟର ତାଲା