NCERT New Syllabus: ଚଳିତ ଶିକ୍ଷାବର୍ଷ ପାଇଁ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT)ର ପାଠ୍ୟକ୍ରମରେ ଭାରତୀୟ ସେନାର ମହାନ ଯୋଦ୍ଧା ଫିଲ୍ଡ ମାର୍ଶାଲ ସାମ ମାନେକଶା, ମେଜର ସୋମନାଥ ଶର୍ମା ଏବଂ ବ୍ରିଗେଡିୟର ମହମ୍ମଦ ଉସମାନଙ୍କ ଜୀବନୀ ଏବଂ ଐତିହ୍ୟ ଉପରେ ଆଧାରିତ ଅଧ୍ୟାୟ ଯୋଡାଯାଇଛି।
Trending Photos
NCERT New Syllabus: ଚଳିତ ଶିକ୍ଷାବର୍ଷ ପାଇଁ ଜାତୀୟ ଶିକ୍ଷା ଗବେଷଣା ଏବଂ ତାଲିମ ପରିଷଦ (NCERT)ର ପାଠ୍ୟକ୍ରମରେ ଭାରତୀୟ ସେନାର ମହାନ ଯୋଦ୍ଧା ଫିଲ୍ଡ ମାର୍ଶାଲ ସାମ ମାନେକଶା, ମେଜର ସୋମନାଥ ଶର୍ମା ଏବଂ ବ୍ରିଗେଡିୟର ମହମ୍ମଦ ଉସମାନଙ୍କ ଜୀବନୀ ଏବଂ ଐତିହ୍ୟ ଉପରେ ଆଧାରିତ ଅଧ୍ୟାୟ ଯୋଡାଯାଇଛି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏକ ବୟାନରେ କହିଛି ଯେ ଏହି ପଦକ୍ଷେପ ଛାତ୍ରଛାତ୍ରୀମାନଙ୍କୁ ସାହସ, କର୍ତ୍ତବ୍ୟ ଓ ବଳିଦାନର ପ୍ରେରଣାଦାୟକ କାହାଣୀ ସହିତ ପରିଚିତ କରାଇବା ପାଇଁ ଉଦ୍ଦିଷ୍ଟ।
ପ୍ରତିରକ୍ଷା ମନ୍ତ୍ରଣାଳୟର ସରକାରୀ ଟ୍ୱିଟ୍ ଅନୁଯାୟୀ, NCERT ଏହାର ପାଠ୍ୟକ୍ରମରେ ତିନି ଜଣ ସାହସୀ ସୈନିକଙ୍କ ଜୀବନ ଏବଂ ବଳିଦାନର କାହାଣୀ ଯୋଡିଛି। ଫିଲ୍ଡ ମାର୍ଶଲ ସାମ ମାନେକଶାଙକ କାହାଣୀ ଏବେ ୮ମ ଶ୍ରେଣୀର ଉର୍ଦ୍ଦୁ ପୁସ୍ତକରେ ପଢ଼ାଯିବ। ବ୍ରିଗେଡିୟର ମହମ୍ମଦ ଉସମାନଙ୍କ କାହାଣୀ ୭ମ ଶ୍ରେଣୀର ଉର୍ଦ୍ଦୁ ପୁସ୍ତକରେ ରହିବ ଏବଂ ମେଜର ସୋମନାଥ ଶର୍ମାଙ୍କ କାହାଣୀ ୮ମ ଶ୍ରେଣୀର ଇଂରାଜୀ ପୁସ୍ତକରେ ସାମିଲ କରାଯାଇଛି। ଏହି ପଦକ୍ଷେପ ନିଆଯାଇଛି ଯାହା ଦ୍ୱାରା ପିଲାମାନେ ଦେଶର ସୈନିକଙ୍କ ସାହସ ଏବଂ ବଳିଦାନରୁ ପ୍ରେରଣା ନେଇପାରିବେ। ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ଏହା ପିଲାମାନଙ୍କୁ କେବଳ ଭାରତର ସାମରିକ ଇତିହାସ ବିଷୟରେ ସୂଚନା ଦେବ ନାହିଁ, ବରଂ ସେମାନଙ୍କୁ ସାହସ, ସହାନୁଭୂତି, ଭାବପ୍ରବଣ ବୁଝାମଣା ଏବଂ ରାଷ୍ଟ୍ର ନିର୍ମାଣରେ ଅବଦାନ ମଧ୍ୟ ଶିଖାଇବ।
ଫିଲ୍ଡ ମାର୍ଶଲ ସାମ୍ ମାନକେଶ: ସାମ୍ ମାନେକଶାଙ୍କୁ ଲୋକ ସାମ ବାହାଦୁର ଭାବରେ ମଧ୍ୟ ଜାଣନ୍ତି। ସେ ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ଥିଲେ ଯିଏ ୧୯୭୩ ମସିହାରେ ଏହି ପଦବୀରେ ପହଞ୍ଚିଥିଲେ। ୩ ଏପ୍ରିଲ ୧୯୧୪ ମସିହାରେ ଅମୃତସରରେ ଜନ୍ମଗ୍ରହଣ କରିଥିଲେ। ୨୦୦୮ ମସିହାରେ ୨୭ ଜୁନ୍ ରେ ମାନେକଶଙ୍କ ମୃତ୍ୟୁ ହୋଇଥିଲା। ୧୯୭୧ ମସିହାର ଭାରତ-ପାକିସ୍ତାନ ଯୁଦ୍ଧରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଯେଉଁଥିରେ ୯୩,୦୦୦ ପାକିସ୍ତାନୀ ସୈନିକ ଆତ୍ମସମର୍ପଣ କରିଥିଲେ। ତାଙ୍କ ରଣନୀତି ଏବଂ ସାହସ ଯୋଗୁଁ ଆଜି ବାଂଲାଦେଶ ଏକ ସ୍ୱାଧୀନ ଦେଶ। ତାଙ୍କ ଜୀବନର କାହାଣୀ ପିଲାମାନଙ୍କୁ କହିବ ଯେ କଠିନ ପରିଶ୍ରମ ଏବଂ ସାହସ ସହିତ କିପରି ଅସୁବିଧାକୁ ପରାସ୍ତ କରାଯାଇପାରିବ।
ବ୍ରିଗେଡିୟର ମହମ୍ମଦ ଉସମାନ: ବ୍ରିଗେଡିୟର ମହମ୍ମଦ ଉସମାନ ଭାରତର ସେହି ମୁସଲିମ ସୈନିକମାନଙ୍କ ମଧ୍ୟରୁ ଜଣେ ଥିଲେ ଯିଏ ୧୯୪୭ ମସିହାର ଭାରତ-ପାକିସ୍ତାନ ଯୁଦ୍ଧରେ ନିଜ ଜୀବନର ଚିନ୍ତା ନକରି ଦେଶ ସେବା କରିଥିଲେ। ତାଙ୍କର ଜନ୍ମ ୧୫ ଜୁଲାଇ ୧୯୧୨ ମସିହାରେ ଉତ୍ତର ପ୍ରଦେଶର ବିବିପୁରରେ ହୋଇଥିଲା। ସେ ୧୯୪୮ ମସିହାର ୩ ଜୁଲାଇରେ ଯୁଦ୍ଧକ୍ଷେତ୍ରରେ ସହିଦ ହୋଇଥିଲେ। ଉସମାନ ଜମ୍ମୁ-କାଶ୍ମୀରରେ ଶତ୍ରୁଠାରୁ ଝାଙ୍ଗରକୁ ଫେରାଇ ଆଣିବା ପାଇଁ ପ୍ରତିଜ୍ଞା କରିଥିଲେ ଏବଂ ନିଜ ଜୀବନକୁ ବଳିଦାନ ଦେଇ ଏହାକୁ ପୂରଣ କରିଥିଲେ। ତାଙ୍କ କାହାଣୀ ପିଲାମାନଙ୍କୁ ଶିଖାଇବ ଯେ ଜଣେ ପ୍ରକୃତ ଦେଶପ୍ରେମୀ ଧର୍ମ ଅପେକ୍ଷା ଦେଶକୁ ବାଛନ୍ତି।
ମେଜର ସୋମନାଥ ଶର୍ମା: ମେଜର ସୋମନାଥ ଶର୍ମା ଦେଶର ପ୍ରଥମ ପରମ ବୀର ଚକ୍ର ବିଜେତା ଥିଲେ। ଯାହା ତାଙ୍କୁ ମରଣୋତ୍ତର ଭାବରେ ପ୍ରଦାନ କରାଯାଇଥିଲା। ସେ ୩୧ ଜାନୁଆରୀ ୧୯୨୩ ରେ ଜନ୍ମଗ୍ରହଣ କରିଥିଲେ ଏବଂ ୩ ନଭେମ୍ବର ୧୯୪୭ ରେ କାଶ୍ମୀରର ବଡଗାମରେ ସହିଦ ହୋଇଥିଲେ। ସେ ଶ୍ରୀନଗର ବିମାନବନ୍ଦରକୁ ରକ୍ଷା କରିବା ପାଇଁ ନିଜ ପୂରା ବାଟାଲିୟନ ସହିତ ଶତ୍ରୁମାନଙ୍କ ସହିତ ଲଢ଼ିଥିଲେ। ତାଙ୍କ ସାହସିକତା ଯୋଗୁଁ ଆଜି ଆମେ କାଶ୍ମୀରକୁ ସୁରକ୍ଷିତ ବୋଲି ମାନିଥାଉ। ତାଙ୍କ କାହାଣୀ ପିଲାମାନଙ୍କୁ ଶିଖାଇବ ଯେ ଜଣେ ନିଜ କର୍ତ୍ତବ୍ୟ ପାଇଁ ନିଜ ଜୀବନକୁ ମଧ୍ୟ ବଳିଦାନ ଦେବା ଉଚିତ।