India-Russia Relations: ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ ମଧ୍ୟରେ ଫୋନ୍ ରେ କଥା ହେଲେ ପିଏମ୍ ମୋଦୀ ଏବଂ ଋଷ ରାଷ୍ଟ୍ରପତି ପୁଟିନ, ଜାଣନ୍ତୁ ଡଟେଲ୍ସ…
Advertisement
Article Detail0/zeeodisha/odisha2872838

India-Russia Relations: ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ ମଧ୍ୟରେ ଫୋନ୍ ରେ କଥା ହେଲେ ପିଏମ୍ ମୋଦୀ ଏବଂ ଋଷ ରାଷ୍ଟ୍ରପତି ପୁଟିନ, ଜାଣନ୍ତୁ ଡଟେଲ୍ସ…

PM Modi Speaks With Putin: ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଫୋନ୍ ମାଧ୍ୟମରେ କଥାବାର୍ତ୍ତା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନ ୟୁକ୍ରେନ ଯୁଦ୍ଧ ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ବିଷୟରେ ଆଲୋଚନା କରିଥିଲେ। 

 

ଫୋନ୍ ରେ କଥା ହେଲେ ପିଏମ୍ ମୋଦୀ ଏବଂ ଋଷ ରାଷ୍ଟ୍ରପତି ପୁଟିନ
ଫୋନ୍ ରେ କଥା ହେଲେ ପିଏମ୍ ମୋଦୀ ଏବଂ ଋଷ ରାଷ୍ଟ୍ରପତି ପୁଟିନ

PM Modi Speaks With Putin: ଟ୍ରମ୍ପଙ୍କ ଟାରିଫ୍ ଯୁଦ୍ଧ ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ଫୋନ୍ ମାଧ୍ୟମରେ କଥାବାର୍ତ୍ତା ହୋଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ପୁଟିନ ୟୁକ୍ରେନ ଯୁଦ୍ଧ ଏବଂ ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ମଜବୁତ କରିବା ବିଷୟରେ ଆଲୋଚନା କରିଥିଲେ। ଏହି ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ପୁଟିନଙ୍କୁ ଭାରତ ଗସ୍ତ ପାଇଁ ନିମନ୍ତ୍ରଣ ମଧ୍ୟ କରିଥିଲେ।

କେଉଁ ପ୍ରସଙ୍ଗ ଉପରେ ହୋଇଥିଲେ କଥାବାର୍ତ୍ତା
ଆଲୋଚନା ସମୟରେ ରାଷ୍ଟ୍ରପତି ପୁଟିନ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୟୁକ୍ରେନର ସାମ୍ପ୍ରତିକ ଘଟଣାବଳୀ ବିଷୟରେ ଅବଗତ କରାଇଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ସୂଚନା ବିସ୍ତୃତ ଭାବରେ ପ୍ରଦାନ କରିବା ପାଇଁ ଧନ୍ୟବାଦ ଜଣାଇଥିଲେ ଏବଂ ଶାନ୍ତିପୂର୍ଣ୍ଣ ଆଲୋଚନା ଏବଂ କୂଟନୀତି ମାଧ୍ୟମରେ ବିବାଦର ସମାଧାନ ହେବା ଉଚିତ ବୋଲି ଭାରତର ସ୍ଥିର ନୀତିକୁ ପୁନରାବୃତ୍ତି କରିଥିଲେ। ଉଭୟ ନେତା ଭାରତ-ଋଷ ସ୍ୱତନ୍ତ୍ର ଏବଂ ସୁବିଧାପ୍ରାପ୍ତ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ଏହା ସହିତ ପାରସ୍ପରିକ ଦ୍ୱିପାକ୍ଷିକ କାର୍ଯ୍ୟସୂଚୀର ଅଗ୍ରଗତି ସମୀକ୍ଷା କରିଥିଲେ। ପ୍ରଧାନମନ୍ତ୍ରୀ ମୋଦୀ ରାଷ୍ଟ୍ରପତି ପୁଟିନଙ୍କୁ ୨୩ତମ ଭାରତ-ଋଷ ବାର୍ଷିକ ଶିଖର ସମ୍ମିଳନୀ ଅନୁଷ୍ଠିତ ହେବା ସମୟରେ ଭାରତ ଗସ୍ତ କରିବାକୁ ନିମନ୍ତ୍ରଣ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦୀ X ରେ କରିଛନ୍ତି ପୋଷ୍ଟ
ପ୍ରଧାନମନ୍ତ୍ରୀ ମୋଦୀ X ରେ ହୋଇଥିବା ଆଲୋଚନାର ସୂଚନା ମଧ୍ୟ ସେୟାର କରିଛନ୍ତି ଏବଂ ଲେଖିଛନ୍ତି, "ମୋର ବନ୍ଧୁ ରାଷ୍ଟ୍ରପତି ପୁଟିନଙ୍କ ସହ ମୋର ବହୁତ ଭଲ ଏବଂ ବିସ୍ତୃତ ଆଲୋଚନା ହୋଇଛି। ୟୁକ୍ରେନ ସମ୍ପର୍କରେ ସାମ୍ପ୍ରତିକ ଘଟଣାବଳୀ ସେୟାର କରିବା ପାଇଁ ତାଙ୍କୁ ଧନ୍ୟବାଦ। ଆମେ ଦ୍ୱିପାକ୍ଷିକ କାର୍ଯ୍ୟସୂଚୀର ଅଗ୍ରଗତି ସମୀକ୍ଷା କରିଛୁ ଏବଂ ଭାରତ-ଋଷ ସ୍ୱତନ୍ତ୍ର ଏବଂ ସୁବିଧାପ୍ରାପ୍ତ ରଣନୈତିକ ସହଭାଗୀତାକୁ ଆହୁରି ମଜବୁତ କରିବା ପାଇଁ ଆମର ପ୍ରତିବଦ୍ଧତାକୁ ପୁନର୍ବାର ଦୋହରାଇଛୁ। ଏହି ବର୍ଷ ଶେଷ ଭାଗରେ ଭାରତରେ ରାଷ୍ଟ୍ରପତି ପୁଟିନଙ୍କୁ ଆତିଥ୍ୟ ଦେବା ପାଇଁ ଅପେକ୍ଷା କରିଛୁ।"

ନିରନ୍ତର ମଜବୁତ ହେଉଛି ଭାରତ-ଋଷ ସମ୍ପର୍କ 
କହି ରଖୁଛୁ ଯେ ରୁଷ ରାଷ୍ଟ୍ରପତିଙ୍କ ଶେଷ ଭାରତ ଗସ୍ତ ୬ ଡିସେମ୍ବର ୨୦୨୧ ରେ ହୋଇଥିଲା। ଯେତେବେଳେ ସେ ୨୧ତମ ଭାରତ-ଋଷ ବାର୍ଷିକ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ନୂଆଦିଲ୍ଲୀ ଆସିଥିଲେ। ଏହା ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବର୍ଷ ଋଷକୁ ଦୁଇଟି ଗୁରୁତ୍ୱପୂର୍ଣ୍ଣ ଗସ୍ତ କରିଥିଲେ। ଜୁଲାଇରେ ସେ ୨୨ତମ ଭାରତ-ରୁଷ ଶିଖର ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ତା'ପରେ ଅକ୍ଟୋବରରେ କାଜାନରେ ଅନୁଷ୍ଠିତ ବ୍ରିକ୍ସ ଶିଖର ସମ୍ମିଳନୀରେ ମଧ୍ୟ ଯୋଗ ଦେଇଥିଲେ। ଏହି ଗସ୍ତ ଏବଂ ବୈଠକରୁ ସ୍ପଷ୍ଟ ଯେ ଦ୍ୱିପାକ୍ଷିକ ସମ୍ପର୍କକୁ ସୁଦୃଢ଼ ରଖିବା ପାଇଁ ଦୁଇ ଦେଶର ଶୀର୍ଷ ନେତୃତ୍ୱ ନିରନ୍ତର ଯୋଗାଯୋଗରେ ଅଛନ୍ତି।

;