Advertisement
Photo Details/zeeodisha/odisha2726745
photoDetails0hindi

ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ପ୍ରତିକ୍ରିୟା ରଖିଲେ ରାଜସ୍ୱ ମନ୍ତ୍ରୀ, ସ୍କୁଲ ଛୁଟି ସମ୍ପର୍କରେ କହିଲେ ଏହି କଥା

ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ସ୍କୁଲ ଛୁଟି ସମ୍ପର୍କିତ ନିଷ୍ପତ୍ତି ସ୍ଥାନୀୟ ଜିଲ୍ଲାପାଳମାନେ ନେବେ । ଆଜି ଏନେଇ ଗଣମାଧ୍ୟମକୁ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇଛନ୍ତି।  

1/5

ରାଜସ୍ବ ମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରାଜ୍ୟରେ ସ୍କୁଲ ସକାଳୁଆ ଜାରି ରହିଛି । ତେବେ ଏସଓପି ବାହାରେ ନିଷ୍ପତି ନେବାପାଇଁ ଜିଲ୍ଲପାଳମାନଙ୍କୁ ଅଧିକୃତ କରାଯାଇଛି । ଆବଶ୍ୟକ ପଡିଲେ ସେମାନେ ସମ୍ପୃକ୍ତ ଜିଲ୍ଲାର ସ୍କୁଲ ବନ୍ଦ ନିଷ୍ପତି ନେଇପାରିବେ ।

2/5

ଜିଲ୍ଲାପାଳମାନେ ଅଧିକୃତ, ଯେଉଁ ଜାଗାରେ ନିର୍ଦ୍ଧିଷ୍ଟ ତାପମାତ୍ରାଠାରୁ ଅଧିକ ତାପମାତ୍ରା ବଢିବ । ସେଠାରେ ଜିଲ୍ଲାପାଳମାନେ ଅନୁଭବ କରିବେ, ସେମାନେ ସ୍ୱତନ୍ତ୍ର ନିଷ୍ପତି ନେଇପାରିବେ ।

3/5

ରାଜସ୍ବ ଓ ବିପର୍ଯ୍ୟୟ ବିଭାଗ ଶ୍ରମ, ଗଣଶିକ୍ଷା, ସ୍ଵାସ୍ଥ୍ୟ ଆଦି ବିଭାଗ ସହ ସମ୍ପର୍କରେ ରହିଛି । ଆସନ୍ତା ୨ ଦିନ ମଧ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ସମୀକ୍ଷା ବୈଠକ ହେବ । ଏହାପରେ ବିଭାଗ ପକ୍ଷରୁ ବିସ୍ତୃତ ନିର୍ଦ୍ଦେଶାବଳୀ ଜାରି ହେବ ।  

4/5

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଅଂଶୁଘାତ ନେଇ ଅଭିଯୋଗ ଆସିଥିଲା । ସ୍ବାସ୍ଥ୍ୟ ବିଭାଗ ଏବଂ ସ୍ଥାନୀୟ ଜିଲ୍ଲା ପ୍ରଶାସନ ରୋଗୀଙ୍କ ଚିକିତ୍ସା କରିଛନ୍ତି । ସବୁ ପିଏଚସି ଓ ସିଏଚସି ରେ ଅଂଶୁଘାତର ମୁକାବିଲା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । 

5/5

ସେହିପରି ଦିନ ୧୧ଟାରୁ ୩ଟା ଯାଏଁ କୌଣସି ନିର୍ମାଣ ଜନିତ କାର୍ଯ୍ୟ ନକରିବାକୁ ଶ୍ରମ ବିଭାଗ ପକ୍ଷରୁ ସ୍ପଷ୍ଟ ନିର୍ଦ୍ଦେଶ ରହିଛି ବୋଲି ମନ୍ତ୍ରୀ କହିଛନ୍ତି।

;