Entertainment News: ମୁଖ୍ୟ ନାୟକ ରିତେଶ ଏବଂ ନାୟିକା ଭାବେ ସିମ୍ରନ୍ ଦାଶ ଅଛନ୍ତି । ଏହି ଡ୍ୟାନ୍ସ ନମ୍ବର ଗୀତରେ କଣ୍ଠଦାନ କରିଛନ୍ତି ପ୍ରସିଦ୍ଧ ଲୋକପ୍ରିୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଏବଂ ଶତାବ୍ଦୀ ତନୟା । ବିକୁ ବାବୁ ଗୀତ ରଚନା କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଚିନ୍ମୟ ଏବଂ ବିଭୁନ । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଡି ଦୀପକ ।
Trending Photos
Entertainment News: ଓଁ ସୋମ ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ ନୂଆ ଡ୍ୟାନ୍ସ ନମ୍ବର ମ୍ୟୁଜିକ୍ ଭିଡିଓ "ଇନଷ୍ଟାଗ୍ରାମ ୧୫ ସେକେଣ୍ଡ ରିଲ୍ସ" ମୁକ୍ତିଲାଭ କରିଛି । ଏହି ମ୍ୟୁଜିକ୍ ଭିଡିଓ ମୁକିଲାଭ ଅବସରରେ ପ୍ରଯୋଜକ ସଚ୍ଚିକାନ୍ତ ଜେନା, ପ୍ରଯୋଜକ ତଥା ମିଡ଼ିଆ ପ୍ଲାନର କ୍ରିଏଟିଭ୍ ହେଡ଼ ପ୍ରଣୟ ଜେଠୀ, ନିର୍ଦ୍ଦେଶକ ବାବୁ ବାବୁ ସମେତ ଅଭିନେତା ରିତେଶ ଓ ଅଭିନେତ୍ରୀ ସିମ୍ରନ୍ ଉପସ୍ଥିତ ରହି ସିଡ଼ି ଉନ୍ମୋଚନ କରିଥିଲେ ।
କେତେବେଳେ ଏକା ସାଙ୍ଗରେ ୧୦ ଟି ଆଧ୍ୟାତ୍ମିକ ଭଜନ ତ ଆଉ କେତେବେଳେ ୧୦ଟି ଆଧୁନିକ ମ୍ୟୁଜିକ୍ ଭିଡିଓ ରିଲିଜ୍ କରି ଚର୍ଚ୍ଚାରେ ରହୁଥିବା ଯୁବ ନିର୍ଦ୍ଦେଶକ ବାବୁ ବାବୁ ଏହି ମ୍ୟୁଜିକ୍ ଭିଡିଓଟିକୁ ନିର୍ଦ୍ଦେଶନା ଦେଇଛନ୍ତି । ପ୍ରଯୋଜନା କରିଛନ୍ତି ରାଜେନ୍ଦ୍ର ମାଥାନ୍ । ମୁଖ୍ୟ ନାୟକ ରିତେଶ ଏବଂ ନାୟିକା ଭାବେ ସିମ୍ରନ୍ ଦାଶ ଅଛନ୍ତି । ଏହି ଡ୍ୟାନ୍ସ ନମ୍ବର ଗୀତରେ କଣ୍ଠଦାନ କରିଛନ୍ତି ପ୍ରସିଦ୍ଧ ଲୋକପ୍ରିୟ କଣ୍ଠଶିଳ୍ପୀ ମଣ୍ଟୁ ଛୁରିଆ ଏବଂ ଶତାବ୍ଦୀ ତନୟା । ବିକୁ ବାବୁ ଗୀତ ରଚନା କରିଥିବାବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଚିନ୍ମୟ ଏବଂ ବିଭୁନ । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଡି ଦୀପକ ।
ବାବୁ ବାବୁ ଅନେକ ମ୍ୟୁଜିକ ଭିଡିଓରେ ସଫଳତାର ସହ ନିର୍ଦ୍ଦେଶନା ଦେଇଥିବା ସମୟରେ ତାଙ୍କର ଅନେକ କାମକୁ ପ୍ରଶଂସା ମିଳିଛି । ଆଗକୁ ଏହି ଡ୍ୟାନ୍ସ ନମ୍ବର ମ୍ୟୁଜିକ୍ ଭିଡିଓଟି ସୁପରହିଟ୍ ହେବ ବୋଲି ପୁରା ଟିମ୍ ଆଶା ରଖିଛି । ଆଗାମୀ ବାହାଘର ଋତୁ, ଗଣେଶ ପୂଜା, ଦୁର୍ଗା ପୂଜା ବଜାରକୁ ଏହି ଗୀତଟି ବଜାରକୁ ଜମେଇଦେବ ବୋଲି ଆଶା ରଖିଛନ୍ତି ସଭିଏଁ ।
Also Read- Shukra Gochar 2025: ନକ୍ଷତ୍ର ପରିବର୍ତ୍ତନ କରିବେ ଶୁକ୍ର, ୩ ରାଶିକୁ ଧନ ଲାଭ
Also Read- Sandalwood Benefits: ତ୍ୱଚାକୁ ପ୍ରାକୃତିକ ଚମକ ଦେଇଥାଏ ଚନ୍ଦନ, ଏପରି କରନ୍ତୁ ବ୍ୟବହାର