ବିଧାୟକଙ୍କୁ ନାଲିଆଖି ଦେଖାଇଲେ ନିଶା..କହିଲେ ତୁରନ୍ତ କ୍ଷମା ନ ମାଗିଲେ ହାତରୁ ଯିବ କ୍ଷମତା
Advertisement
Article Detail0/zeeodisha/odisha2638322

ବିଧାୟକଙ୍କୁ ନାଲିଆଖି ଦେଖାଇଲେ ନିଶା..କହିଲେ ତୁରନ୍ତ କ୍ଷମା ନ ମାଗିଲେ ହାତରୁ ଯିବ କ୍ଷମତା

Jollywood News: ଖଣ୍ଡଗିରିରେ ଅଶ୍ଳିଳତା ବ୍ୟାନ ହେବା ପରେ ନିଶା ମହାରଣାଙ୍କ ଅନେକ ବୟାନ ସାମ୍ନାକୁ ଆସିଥିବା ଆପଣ ଦେଖିଥିବେ । କିନ୍ତୁ କେହି ଆଇଟମ୍ ଗାର୍ଲ ବିଧାୟକଙ୍କ କ୍ଷମତା ଛଡାଇ ନେବ କହିବା ଆପଣ କେବେ ଦେଖିନ ଥିବେ । କଣ ସତରେ ନିଶାଙ୍କ ପାଖରେ ଏମିତି କିଛି ପାଓ୍ବାର ଅଛି, ଯାହା ମାଧ୍ୟମରେ ସେ ବିଧାୟକଙ୍କ ପଦ ଉପରେ ଭାରି ପଡି଼ ପାରନ୍ତି ?

ବିଧାୟକଙ୍କୁ ନାଲିଆଖି ଦେଖାଇଲେ ନିଶା..କହିଲେ ତୁରନ୍ତ କ୍ଷମା ନ ମାଗିଲେ ହାତରୁ ଯିବ କ୍ଷମତା

Jollywood News: ରାଗରେ ଗର୍ଜିଲେ ନିଶା ମହାରଣା । ଏଥରକ ଟାର୍ଗେଟରେ ବିଧାୟକ ବାବୁ ସିଂ । ଭୁଲ ମାଗନ୍ତୁ ନହେଲେ କ୍ଷମତା ହାତରୁ ଯିବ କହି ଧମକ ଦେଲେ ନିଶା । ଖଣ୍ଡଗିରିରେ ଅଶ୍ଳିଳତା ବ୍ୟାନ ହେବା ପରେ ନିଶା ମହାରଣାଙ୍କ ଅନେକ ବୟାନ ସାମ୍ନାକୁ ଆସିଥିବା ଆପଣ ଦେଖିଥିବେ । କିନ୍ତୁ କେହି ଆଇଟମ୍ ଗାର୍ଲ ବିଧାୟକଙ୍କ କ୍ଷମତା ଛଡାଇ ନେବ କହିବା ଆପଣ କେବେ ଦେଖିନ ଥିବେ । କଣ ସତରେ ନିଶାଙ୍କ ପାଖରେ ଏମିତି କିଛି ପାଓ୍ବାର ଅଛି, ଯାହା ମାଧ୍ୟମରେ ସେ ବିଧାୟକଙ୍କ ପଦ ଉପରେ ଭାରି ପଡି଼ ପାରନ୍ତି । ନା ଏହା କେବଳ କଥାକୁ ମାତ୍ର , ତାହା ସମୟ କହିବ । ଏକାମ୍ର ବିଧାୟକ ବାବୁସିଂ ନିକଟରେ ଠେଙ୍ଗା ପୁଜା କରିଥିଲେ । ଆଉ କାହିଁକି ସେହି ଠେଙ୍ଗା ପୁଜା ହୋଇଥିଲା ଆପଣ ଭଲଭାବରେ ଜାଣିଥିବେ । ବ୍ୟାନ ହୋଇଥିବା ଆଇଟମ୍ ଡ୍ୟାନ୍ସର ଖଣ୍ଡଗିରି ଯାତ୍ରାରେ ନାଚିଲେ କିମ୍ବା ଅଶ୍ଳିଳତା ପ୍ରଦର୍ଶନ କଲେ ଏହି ଠେଙ୍ଗା କୋଉଠି ସେମାନଙ୍କୁ ସାବାଡ୍ କରାଯିବ । ଖଣ୍ଡଗିରି ଯାତ୍ରା ଆରମ୍ଭ ହୋଇଯାଇଥିବା ବେଳେ ନାଜରେ ମଞ୍ଚ ଦୁଲୁକୁଛି । ଆଉ ଏହାକୁ ଦେଖି ସହି ପାରି ନାହାଁନ୍ତି ଆଇଟମ୍ ଡ୍ୟାନ୍ସର ନିଶା ମହାରଣା । ବିଧାୟକ ବାବୁ ସିଂ ହିଁ ଠେଙ୍ଗା ପ୍ରସଙ୍ଗ ପ୍ରଥମେ ଉଠାଇଥିବାରୁ ଏବେ ନିଶାଙ୍କ ଟାର୍ଗେଟରେ ସିଧାସଳଖ ରହିଛନ୍ତି । 

ନିଶା ମହାରଣା କହିଛନ୍ତି, 'ଏହା ଓଡିଶା ପାଇଁ ନିନ୍ଦନୀୟ, କାରଣ ବାବୁ ସିଂ ତାଙ୍କୁ କୁହାଯିବନି ଗୁଣ୍ଡା ସିଂ କୁହାଯିବ । କାହିଁକିନା ବିଜେପି କ୍ଷମତାରେ ଆସିକି ଯେତେବେଳେ ଗୋଟେ ବିଧାୟକ କହୁଛି ଠେଙ୍ଗା ଧରିକି ପୁଜା କରୁଛି, ସେ ଅନ୍ୟମାନଙ୍କୁ ଶିକ୍ଷା ଦେଉଛି କି ତୁମେ ଠେଙ୍ଗା ଧର ଆଉ ବାଡିଆ ପିଟା ହୋଇକି ମର । ବିଜେପି କ୍ଷମାତାକୁ ଆସିକି ସେମାନେ ଶାସନ କରିବା ଆରମ୍ଭ କରିଦେଲେଣି , ଶାସନ ତ ନୁହେଁ ଏହାକୁ କୁହନ୍ତି ଗୁଣ୍ଡା ରାଜ୍ । ଆଜିକା ଡେଟ୍ ରେ ଚ୍ୟାଲେଞ୍ଜ ମାରିକି କହୁଛି, ଯଦି ଓଡ଼ିଶା ଭିତରେ ମୋର କୌଣସି ସ୍ଥାନରେ କିଛି କ୍ଷତି ହେଲା ସେଥିପାଇଁ ବାବୁ ସିଂ ଏକାମ୍ର ବିଧାୟକ ଦାୟୀ ରହିବେ । ତାଙ୍କ ଗୁଣ୍ଡାଗିରି ଏ ଓଡ଼ିଶାରେ ଚଳିବ ନାହିଁ । ସେ ଯୋଉ କହୁଛନ୍ତି ଖଣ୍ଡଗିରିରେ ନାଚି ପାରିବନି, ମୁଁ ଏମିତି ନାଚିବି ସେ ନିଜେବି ଦେଖିକି ଛାନିଆ ହୋଇଯିବେ । ଆଉ ପାଣି ପିଇବେ ଢ଼କ ଢ଼କ କରିକି । ତମେ କ'ଣ ଗୁଣ୍ଡାରାଜ ଚଲେଇଚ, ତମ ମାନଙ୍କୁ ଭୋଟ୍ ଦେଇକି କିଏ ଜିତେଇଛି ? ସେ ବାବୁ ସିଂକୁ ଆମ ଭଳି ଜନ ସାଧାରଣ ଜିତେଇଛନ୍ତି ସେ ଭୁଲି ଯାଉଛନ୍ତି ବୋଧେ । ସେ ସିଟ୍ ଟା ବୋଧେ ତାଙ୍କୁ ଭାରି ଲାଗୁଛି , ଦୁଇ ମିନିଟ୍ ଲାଗିବନି ସେ ସିଟରୁ ତାଙ୍କୁ ବାହାରିବା ପାଇଁ । ମୁଁ ଓଡ଼ିଶା ସରକାରଙ୍କୁ କହୁଛି ସେ ବାବୁ ସିଂକୁ କୁହନ୍ତୁ ତାଙ୍କ କ୍ଷମତାରୁ ତୁରନ୍ତ ଇସ୍ତଫା ଦେବେ। ଆମ ଭାରତ ବର୍ଷରେ କ'ଣ ନାରୀକୁ ଏମିତି ସମ୍ମାନ କରାଯାଏ ? ସେ ବାବୁ ସିଂ ଜାଣିବା ଦରକାର ସେ ବି  ନିଜେ ଗୋଟେ ଫିଲ୍ମର ପ୍ରଡ୍ୟୁସର ଅଛନ୍ତି । ତାଙ୍କ ଫିଲ୍ମରେ କଣ ନୃତ୍ୟ ହୋଇନି । ମୁଁ କହୁଛି, ଯଦି ଅଶ୍ଳୀଳତା ଆରମ୍ଭ ହୋଇଛି ସେ ବାବୁ ସିଂ ପାଇଁ ଆରମ୍ଭ ହୋଇଛି । କାହିଁକିନା ଅଶ୍ଳୀଳର ଗନ୍ତାଘର ବୁଝାଇବାକୁ ହେଲେ ବାବୁ ସିଂ । ଆଉ ଆମେ ଯେତେବେଳେ ଆଜି ନାଚୁଛୁ ଆମକୁ କହୁଛନ୍ତି ଓଡ଼ିଶାର କଳଙ୍କ । କିଏ ତାଙ୍କୁ ସାହାସ ଦେଲା କି ଗୋଟେ ଠେଙ୍ଗା ଧରିକି ଆମ ମାନଙ୍କୁ ଶାସନ କରିବା ପାଇଁ, ନାରୀକୁ କଣ ଏମିତି ଶାସନ କରାଯାଏ ଭାରତ ବର୍ଷରେ? କେଉଁ ସମ୍ବିଧାନରେ ଏସବୁ ଅଛି, କେଉଁଠି ନ୍ୟାୟରେ ଏହା ଲେଖା ହୋଇଛି ମତେ ଦେଖାଇ ପାରିବ ? ଓଡିଆ ଅସ୍ମିତାର ଧଜିଆ ଉଡେଇ ସାରିଲେଣି ତାଙ୍କୁ ଲାଜ ଲାଗିବା କଥା । ତୁରନ୍ତ କ୍ଷମା ପ୍ରାର୍ଥନା କର ନହେଲେ ତୁରନ୍ତ ନିଜ କ୍ଷମତାରୁ ଇସ୍ତଫା ଦିଅ । କାହିଁକି ନା ମୁଁ ଜମାରୁ ବି ଛାଡିବିନି ରାଜରାସ୍ତାକୁ ଓହ୍ଲେଇବି । ମୋତେ ସେମାନେ କଣ ପୋଷୁଛନ୍ତି । ମୁଁ ନାଚୁଛି ମୁଁ ନାଚିବି । ସିଏ ଯଦି ବିଧାୟକ ହୋଇକି ଆଇନକୁ ହାତକୁ ନେବାକୁ ପଛାଉ ନାହାଁନ୍ତି , ତାହାଲେ ତାଙ୍କୁ ମୁଁ ବି ବାଡେଇକି ସାବାଡ କରିଦେବି । ତମର ଏତେ କାଢ଼ ଅଛି ମାରିଦେବ , ଚାଲିଲ ଦେଖି ମୁଁ ଖଣ୍ଡଗିରିରେ ଠିଆ ହେବି କିଏ ମୋ ଦେହରେ ହାତ ଦେଇଦେବ ମୁଁ ଦେଖିବି । ଏଭଳି ଏନେକ କଥା କହି ଏବେ ଚର୍ଚ୍ଚାରେ ଅଛନ୍ତି ନିଶା ମହାରଣା ।

Also Read- ବିଜେପିରେ ବଢ଼ୁଥିବା ବୈଜୟନ୍ତ ପଣ୍ଡା ଏବେ ଓଡ଼ିଶା ନେତାଙ୍କ ଲାଗି ହୋଇପାରନ୍ତି ଝଡ଼

Also Read- Maha Shivratri 2025: ମହାଶିବରାତ୍ରୀରେ ବର୍ଷିବ ମହାଦେବଙ୍କ କୃପା, ୩ ରାଶିର ଫିଟିବ ଭାଗ୍ୟ

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

;