FIDE ବିଶ୍ୱକପ୍‌ ଚେସ୍ ଚାମ୍ପିଅନ୍ ହେଲେ ଦିବ୍ୟା ଦେଶମୁଖ
Advertisement
Article Detail0/zeeodisha/odisha2858716

FIDE ବିଶ୍ୱକପ୍‌ ଚେସ୍ ଚାମ୍ପିଅନ୍ ହେଲେ ଦିବ୍ୟା ଦେଶମୁଖ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସୋସିଆଲ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଦିବ୍ୟାଙ୍କୁ ଶୁଭେଛା ଜଣାଇ ଲେଖିଛନ୍ତି ଯେ, FIDE ମହିଳା ବିଶ୍ୱକପ୍ 2025 ଜିତିବାର ଅସାଧାରଣ ସଫଳତା ପାଇଁ ହାର୍ଦ୍ଦିକ ଅଭିନନ୍ଦନ।

FIDE ବିଶ୍ୱକପ୍‌ ଚେସ୍ ଚାମ୍ପିଅନ୍ ହେଲେ ଦିବ୍ୟା ଦେଶମୁଖ

Chess World Cup 2025: FIDE ମହିଳା ଚେସ୍‌ ବିଶ୍ବକପ୍‌ ୨୦୨୫ ଟାଇଟଲ୍‌ ଜିତିଲେ ଦିବ୍ୟା ଦେଶମୁଖ । ଡିଫେଣ୍ଡିଂ ଚମ୍ପିଆନ୍ ଭାରତର ନଂ-୧ କୋନେରୁ ହମ୍ପିଙ୍କୁ ହରାଇବାରେ ସଫଳ ହୋଇଛନ୍ତି ଦିବ୍ୟା । ତାଙ୍କୁ ବିଶ୍ୱ ଚେସ୍‌ ଟାଇଟଲ୍‌ ସହ ଦେଶର ୮୮ତମ ଗ୍ରାଣ୍ଡମାଷ୍ଟର୍ ହେବାର ସୌଭାଗ୍ୟ ମିଳିଛି । ଏହି ଅବସରରେ ଦିବ୍ୟାଙ୍କୁ ଅଭିନନ୍ଦନର ସୁଅ ଛୁଟିଛି

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ସୋସିଆଲ ପ୍ଲାଟଫର୍ମ ଏକ୍ସ ମାଧ୍ୟମରେ ଦିବ୍ୟାଙ୍କୁ ଶୁଭେଛା ଜଣାଇ ଲେଖିଛନ୍ତି ଯେ, FIDE ମହିଳା ବିଶ୍ୱକପ୍ 2025 ଜିତିବାର ଅସାଧାରଣ ସଫଳତା ପାଇଁ ହାର୍ଦ୍ଦିକ ଅଭିନନ୍ଦନ। ଅଲ-ଇଣ୍ଡିଆନ୍ ଫାଇନାଲରେ ତାଙ୍କର ଐତିହାସିକ ବିଜୟ ଭାରତୀୟ ଚେସ୍ ପାଇଁ ଏକ ଗର୍ବର ମାଇଲଖୁଣ୍ଟ, କାରଣ ସେ ମହିଳା ବିଶ୍ୱକପ୍ ଜିତିଥିବା ପ୍ରଥମ ଭାରତୀୟ ହୋଇଛନ୍ତି। ଆଗାମୀ ପ୍ରାର୍ଥୀ ଟୁର୍ଣ୍ଣାମେଣ୍ଟ ପାଇଁ ତାଙ୍କୁ ବହୁତ ବହୁତ ଶୁଭକାମନା। ତାଙ୍କ ଟିମ୍ ଏବଂ ପରିବାରକୁ ସେମାନଙ୍କର ଅମୂଲ୍ୟ ସମର୍ଥନ ପାଇଁ ପ୍ରଶଂସା।

Also Read- ତ୍ରୟୋଦଶ ପାଳିରେ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ, ଲୋକଙ୍କୁ ମିଳିଲା ତୁରନ୍ତ ସହାୟତା

Also Read- ରାଜନାଥଙ୍କ ସାମ୍ନାରେ ପ୍ରଶ୍ନ ପଚାରିଲେ ରାହୁଲ ଗାନ୍ଧୀ, ମିଳିଲା ଏହି ଉତ୍ତର

 

;