ରାଜନାଥଙ୍କ ସାମ୍ନାରେ ପ୍ରଶ୍ନ ପଚାରିଲେ ରାହୁଲ ଗାନ୍ଧୀ, ମିଳିଲା ଏହି ଉତ୍ତର
Advertisement
Article Detail0/zeeodisha/odisha2858634

ରାଜନାଥଙ୍କ ସାମ୍ନାରେ ପ୍ରଶ୍ନ ପଚାରିଲେ ରାହୁଲ ଗାନ୍ଧୀ, ମିଳିଲା ଏହି ଉତ୍ତର

ରାହୁଲ ପଚାରିଥିଲେ ଯେ, ଆପଣ ଅପରେସନ କାହିଁକି ବନ୍ଦ କଲେ? ରାହୁଲଙ୍କ ବୟାନ ସହିତ ବିରୋଧୀ ସାଂସଦମାନେ ମଧ୍ୟ ଗୃହରେ ହୋହଲ୍ଲା କରିବାକୁ ଲାଗିଥିଲେ। ତଥାପି, ରାଜନାଥ ସିଂହ କହିଥିଲେ ଯେ, ମୋତେ ସମ୍ପୂର୍ଣ୍ଣ କଥା କହିବାକୁ ଦିଅନ୍ତୁ । ମୁଁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ରହିଛି।

ରାଜନାଥଙ୍କ ସାମ୍ନାରେ ପ୍ରଶ୍ନ ପଚାରିଲେ ରାହୁଲ ଗାନ୍ଧୀ, ମିଳିଲା ଏହି ଉତ୍ତର

ନୂଆଦିଲ୍ଲୀ: ଆଜି ଲୋକସଭାରେ ଅପରେସନ ସିନ୍ଦୁର ଉପରେ ଆଲୋଚନା କରିଥିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ଗୃହରେ ରାଜନାଥ କହିଥିଲେ ଯେ, ଭାରତର ସାମରିକ କାର୍ଯ୍ୟାନୁଷ୍ଠାନରେ ୧୦୦ ରୁ ଅଧିକ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସହିତ, ରାଜନାଥ ସିଂହ କହିଛନ୍ତି ଯେ, ଅପରେସନ ସିନ୍ଦୁର ବନ୍ଦ ହୋଇନାହିଁ ବରଂ ଏହାକୁ ସ୍ଥଗିତ ରଖାଯାଇଛି । ଯଦି ଭବିଷ୍ୟତରେ ପାକିସ୍ତାନ ପକ୍ଷରୁ କୌଣସି ଦୁଃସାହସ କରାଯାଏ, ତେବେ ଅପରେସନ ସିନ୍ଦୁର ପୁଣି ଥରେ ଆରମ୍ଭ କରାଯିବ ବୋଲି ରାଜନାଥ କହିଥିଲେ।

ପ୍ରତିରକ୍ଷା ମନ୍ତ୍ରୀ ଆଲୋଚନା ସମୟରେ ଗୃହରେ କହିଥିଲେ ଯେ, ଯେତେବେଳେ ଭାରତୀୟ ସେନା ପାକିସ୍ତାନର ସାମରିକ ଘାଟିଗୁଡ଼ିକୁ ଟାର୍ଗେଟ କରିଥିଲା, ସେତେବେଳେ ପଡ଼ୋଶୀ ଦେଶ ସମ୍ପୂର୍ଣ୍ଣ ଭାବରେ ପରାଜୟ ସ୍ୱୀକାର କରିଥିଲା। ଏହା ପରେ, ପାକିସ୍ତାନ ପକ୍ଷରୁ ଯୁଦ୍ଧବିରାମ ପାଇଁ ନିବେଦନ କରାଯାଇଥିଲା। ଏହି ସମୟରେ ରାହୁଲ ଗାନ୍ଧୀ ହଠାତ୍ ତାଙ୍କ ଚୌକିରୁ ଠିଆ ହୋଇପଡିଥିଲେ । ରାହୁଲ ପଚାରିଥିଲେ ଯେ, ଆପଣ ଅପରେସନ କାହିଁକି ବନ୍ଦ କଲେ? ରାହୁଲଙ୍କ ବୟାନ ସହିତ ବିରୋଧୀ ସାଂସଦମାନେ ମଧ୍ୟ ଗୃହରେ ହୋହଲ୍ଲା କରିବାକୁ ଲାଗିଥିଲେ। ତଥାପି, ରାଜନାଥ ସିଂହ କହିଥିଲେ ଯେ, ମୋତେ ସମ୍ପୂର୍ଣ୍ଣ କଥା କହିବାକୁ ଦିଅନ୍ତୁ । ମୁଁ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ରହିଛି।

ରାଜନାଥ ସିଂହ ଲୋକସଭାରେ କହିଥିଲେ ଯେ, ଏହା କହିବା ସମ୍ପୂର୍ଣ୍ଣ ଭୁଲ ଯେ କାହା ଚାପରେ ଆମେ ଅପରେସନକୁ ବନ୍ଦ କରିଥିଲୁ । ଭାରତ ନିଜ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିଦେଇଛି କାରଣ ସମସ୍ତ ନିର୍ଦ୍ଧାରିତ ଲକ୍ଷ୍ୟ ହାସଲ କରାଯାଇଛି। ରାଜନାଥ କହିଥିଲେ ଯେ, ଭାରତର ଲକ୍ଷ୍ୟ ଯୁଦ୍ଧ କରିବା ନୁହେଁ, କିନ୍ତୁ ଆତଙ୍କବାଦକୁ ସମର୍ଥନ କରୁଥିବା ପାକିସ୍ତାନକୁ ଶିକ୍ଷା ଦେବା ପାଇଁ ଭାରତ ପକ୍ଷରୁ ଅପରେସନ ସିନ୍ଦୁର ଆରମ୍ଭ କରାଯାଇଥିଲା।

ପ୍ରତିରକ୍ଷା ମନ୍ତ୍ରୀ ଏକଥା କହିଥିଲେ ଯେ, ଭାରତୀୟ ବାୟୁସେନାର ଆକ୍ରମଣ ସହ ସୀମାରେ ସେନାର କଡ଼ା ପ୍ରତିଶୋଧ ଏବଂ ଭାରତୀୟ ନୌସେନାର ଆକ୍ରମଣର ଭୟ ପାକିସ୍ତାନକୁ ଘାରିଥିଲା । ତେଣୁ ପାକିସ୍ତାନ ମୁଣ୍ଡ ନୁଆଁଇବାକୁ ବାଧ୍ୟ ହୋଇଥିଲା। ପାକିସ୍ତାନର ପରାଜୟ କେବଳ ଏକ ସାମରିକ ବିଫଳତା ନୁହେଁ । ଏହା ସେମାନଙ୍କର ସାମରିକ ଶକ୍ତି ଏବଂ ମନୋବଳ ଉଭୟର ପରାଜୟ। ରାଜନାଥ କହିଥିଲେ ଯେ, ମେ ୧୦ ତାରିଖରେ ପାକିସ୍ତାନର ଡିଜିଏମଓ ଭାରତୀୟ ଡିଜିଏମଓଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିଥିଲେ ଏବଂ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ଭାରତକୁ ନିବେଦନ କରିଥିଲେ।

ଲୋକସଭାରେ ରାଜନାଥ କହିଥିଲେ ଯେ, ମେ ୧୨ ତାରିଖରେ ଉଭୟ ଦେଶର ଡିଜିଏମଓଙ୍କ ମଧ୍ୟରେ ଆନୁଷ୍ଠାନିକ ଯୋଗାଯୋଗ ହୋଇଥିଲା । କେବଳ ସେତେବେଳେ ଉଭୟ ପକ୍ଷ ସାମରିକ କାର୍ଯ୍ୟାନୁଷ୍ଠାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଜନାଥ ସିଂହ କହିଥିଲେ ବିରୋଧୀ ଦଳ ପଚାରୁଛନ୍ତି ଯେ ଆମର କେତେ ବିମାନକୁ ପାକିସ୍ତାନ ଖସାଇ ଦେଇଛି। ସେମାନେ ଆମକୁ କେବେ ପଚାରି ନାହାଁନ୍ତି ଯେ, ଆମ ସେନା ପକ୍ଷରୁ  ଶତ୍ରୁମାନଙ୍କର କେତୋଟି ବିମାନକୁ ଖସାଇ ଦିଆଯାଇଛି। ଅପରେସନ ସିନ୍ଦୂର ସଫଳ ହୋଇଛି କି ନାହିଁ ପ୍ରଶ୍ନରେ ରାଜନାଥ ଉତ୍ତର ଦେଇଥିଲେ ହଁ।

Also Read- ପହଲଗାମ୍‌ ଆକ୍ରମଣର ମାଷ୍ଟରମାଇଣ୍ଡ ହାସିମ୍‌ ମୁସା ନିପାତ

Also Read- Sandalwood Benefits: ତ୍ୱଚାକୁ ପ୍ରାକୃତିକ ଚମକ ଦେଇଥାଏ ଚନ୍ଦନ, ଏପରି କରନ୍ତୁ ବ୍ୟବହାର

;