Odisha News: ସରକାରଙ୍କ ଦୃଷ୍ଟି ଆଡୁଆଳରେ ଏହି ମନ୍ଦିର ରହିଯାଇଥିବା ହେତୁ ଏ ଯାବତ ଉନ୍ନତି ହୋଇପାରୁନାହିଁ। ଏହି ଦର୍ଶନୀୟ ସ୍ଥାନକୁ ଭଲ ରାସ୍ତାଟି ନଥିବା ହେତୁ ସରକାର ଏହାକୁ ପର୍ଯଟନ ସ୍ଥଳୀର ମାନ୍ୟତା ଦେବା ସହ ଉନ୍ନତି କଲେ ଅଞ୍ଚଳର ବିକାଶ ହୋଇପାରିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।
Trending Photos
Odisha News: ଆଜି ହେଉଛି ପବିତ୍ର ଧାର୍ମିକ କାର୍ତ୍ତିକ ମାସର ସୋମବାର। ସୋମବାର ଦିନ ଦେବ ଦେବ ମହାଦେବଙ୍କୁ ପୁଜାଲାଗି ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କ ପ୍ରବଳ ଭିଡ ଲାଗିଥାଏ । ଅନେକ ସ୍ଥାନରେ ଧର୍ମକୁ ନେଇ ଅତ୍ୟୁଟ ବିଶ୍ବାସ ସହ ଜଡିତ ରହିଛି ଆଦୀମ ଆଦିବାସୀଙ୍କ ନିଆରା ପରମ୍ପରା। ଆଉ ପରମ୍ପରାକୁ ନେଇ ବଞ୍ଚିଆସିଛି ସମାଜ। ତେବେ ପରମ୍ପରା ମଧ୍ୟରେ ଶବର ସମାଜ ର ଧାର୍ମିକ ବିଶ୍ବାସ ନିଆରା। ଇଷ୍ଠ ଦେବ ଭାବେ ବର୍ଷ ବର୍ଷ ଧରି ପୁଜା ପାଉଥିବା ମହାଦେବ ମନ୍ଦିରରେ ଏବେ ବି କାନ୍ଧୁଲ ସିଜା ଓ ରନ୍ଧା ମଦ ପୁଜା କରାଯାଉଥିବା ପ୍ରଥା ରହିଛି। କଥା ଟା ଅଜବ ଲାଗୁଥିଲେ ବି ସତ! ପରମ୍ପରାରେ ଏଭଳି ଚାଲିଆସିଛି ଗଜପତି ଜିଲ୍ଲା ନୁଆଁଗଡ ବ୍ଲକର ତିତିସିଂ ସ୍ଥିତ ବାବା ଲଙ୍ଗଳେଶ୍ବର ଶୈବ ପୀଠରେ ..
ସବୁଜ ବନାନୀ ପାହାଡ ପର୍ବତ ଘେରା ଆଦିବାସୀ ଅଧ୍ୟୁସିତ ଅଞ୍ଚଳ ଗଜପତି ଜିଲ୍ଲା ନୁଆଁଗଡ ବ୍ଲକର ତିତିସିଂ ଗ୍ରାମରେ ରହିଛି ବାବା ଲଙ୍ଗଳେଶ୍ବର ମହାଦେବ ଙ୍କ ମନ୍ଦିର। ଏଠି କେଉଁ ପୁରାତନ କାଳରୁ ପୁଜା ପାଇଆସୁଛନ୍ତି ବାବା ଲଙ୍ଗଳେଶ୍ବର ମହାଦେବ। ପାହାଡିଆ ବଗଡ , ସବୁଜ ବନାନୀ ମଧ୍ୟରେ ରହିଥିବା ଏହି ଭବ୍ୟ ଶିବ ମନ୍ଦିର ଦେଖିବାକୁ ଯେତିକି ରୋମଣୀୟ ତାଠାରୁ ଅଧିକ ମନକୁ ଆନମୋନା କରୁଛି ଆଦିବାସୀଙ୍କ ଧାର୍ମିକ ପରମ୍ପରା ଓ ବିଶ୍ବାସ । ଅଞ୍ଚଳବାସୀଙ୍କ ଇଷ୍ଟ ଦେବ ଭାବେ ପୁଜା ପାଉଥିବା ଏଠାକାର ଶିବ ଲିଙ୍ଗରେ ରହିଛି ଲଙ୍ଗଳର ଦାଗ ଯାହାକୁ ନେଇ ଯୋଡିରହିଛି ଆଦିବାସୀ ସଂସ୍କତି ଓ କିମ୍ବଦନ୍ତୀ। ଶୁଣିଲେ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ! ଏଠି ପୁଜା ପାଇଁ ପ୍ରମୁଖ ନୌବେଦ୍ୟ ଭାବେ ଭକ୍ତ ଲାଗି କରୁଛନ୍ତି ଦେଶୀ ରନ୍ଧା ମଦ (ଯାହା ଚାଉଳ,ମାଣ୍ଡିଆରୁ ପ୍ରସ୍ତୁତ ମଦ) ସହ କାନ୍ଦୁଲ ସିଜା । ଭକ୍ତଙ୍କ ମନବାଞ୍ଚା ପୁର୍ଣ୍ଣ ହେଉଥିବା ନେଇ ଅତ୍ୟୁଟ ବିଶ୍ବାସ ରହିଥିବା ବେଳେ ଅଞ୍ଚଳରେ ଯେ କୌଣସି ଫସଲ ହେଲେ ତାହା ନୁତନ ଭାବେ ଭଗବାନଙ୍କଠାରେ ପୁଜା ଲାଗି କରାଯାଏ। ଶାନ୍ତ ସୁନ୍ଦର ପରିବେଶ ମଧ୍ୟରେ ଦର୍ଶନୀୟ ସ୍ଥାନଟି ଗଢି ଉଠିଥିବା ବେଳେ ବର୍ଷ ତମାମ ରାଜ୍ୟ ତଥା ରାଜ୍ୟ ବାହାରୁ ଶହ ଶହ ପର୍ଯ୍ୟଟକ/ ଭକ୍ତଙ୍କ ସମାଗମ ହେଉଛି । ତେବେ ସରକାରଙ୍କ ଦୃଷ୍ଟି ଆଡୁଆଳରେ ଏହି ମନ୍ଦିର ରହିଯାଇଥିବା ହେତୁ ଏ ଯାବତ ଉନ୍ନତି ହୋଇପାରୁନାହିଁ। ଏହି ଦର୍ଶନୀୟ ସ୍ଥାନକୁ ଭଲ ରାସ୍ତାଟି ନଥିବା ହେତୁ ସରକାର ଏହାକୁ ପର୍ଯଟନ ସ୍ଥଳୀର ମାନ୍ୟତା ଦେବା ସହ ଉନ୍ନତି କଲେ ଅଞ୍ଚଳର ବିକାଶ ହୋଇପାରିବ ବୋଲି ସ୍ଥାନୀୟ ବାସିନ୍ଦା କହିଛନ୍ତି।
ମନ୍ଦିରର କିମ୍ବଦନ୍ତୀ ଅନୁସାରେ ଅନେକ ବର୍ଷ ତଳେ ବଗଡକୁ ଜଣେ ଆଦିବସୀ ଲଙ୍ଗଳରେ ଚାଷ କରୁଥିବା ସମୟରେ ହଠାତ ପଥରରେ ଲଙ୍ଗଳମୁନ ଲାଗିଯିବା ହେତୁ ଚାଷ ଜମି ରକ୍ତ ମୟ ହୋଇପଡିଥିଲା। ପରବର୍ତ୍ତି ସମୟରେ ସ୍ବପ୍ନାଦେଶରେ ବାବା ଲଙ୍ଗଳେଶ୍ବର ଜଣାପ଼ଡିବା ପରେ ଗରିବ ଆଦିବାସୀ ହେତୁ ନୈବେଦ୍ୟ ଦେବା ପାଇଁ ପାରମ୍ପାରିକ ଖାଦ୍ୟକୁ ଭୋଗ କରିବାକୁ ଆଜ୍ଞା ମିଳିଥିଲା। ଏହି ଶିବଲିଙ୍ଗରେ ଲଙ୍ଗଳର ଦାଗ ରହିଥିବା ବେଳେ ଏବେ ବି ଐତିହ୍ୟ ପରମ୍ପରା ବଜାୟ ରହିଛି। ଦୀପ ଧୁପ ନୈବେଦ୍ୟ ସହ ରନ୍ଧା ମଦ , କାନ୍ଦୁଲ ସିଜା ଭୋଗ ଲାଗି କରାଯାଉଥିବା ଥିବା କହିଛନ୍ତି ସ୍ଥାନୀୟ ମନ୍ଦିର ପରିଚାଳନା କମିଟି। ଆଖପାଖ ଅଞ୍ଚଳବାସୀ ସମେତ ବହୁ ଦୁରଦୁରାନ୍ତରୁ ଏହି ପବିତ୍ର ଶୌବ ପୀଠକୁ ବଣବୋଜୀ କରିବାକୁ ଆସି ପ୍ରକୃତି ମନୋରୋମ ଦୃଶ୍ୟକୁ ଉପଭୋଗ କରୁଥିବା ବେଳେ ଆନୁସାଙ୍ଗିକ ସୁବିଧାର ଅଭାବ ରହିଛି।
ଗଜପତି ଜିଲ୍ଲାର ନୁଆଁଗଡ ବ୍ଲକ ସମେତ ବିଭିନ୍ନ ସ୍ଥାନରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଅନେକ ପର୍ଯ୍ୟଟନ ସ୍ଥଳୀ ରହିଥିବା ବେଳେ ଯାଗର ଯାତ୍ରା ଏଠାରେ ମହାଆଡମ୍ବରରେ ପାଳିତ ହେଉଛି। ଏବଂ କାର୍ତ୍ତିକ ମାସ ସମସ୍ତ ସୋମବାରରେ ଆଖପାଖ ଅଞ୍ଚଳବାସୀଙ୍କ ସମେତ ବହୁ ଦୂରଦୂରାନ୍ତରୁ ଭକ୍ତ ଙ୍କ ଆଗମନ ଘଟିଥାଏ। ଯାହାଫଳରେ ମନ୍ଦିର ପରିସରରେ ଲୋକାରଣ୍ୟ ହେବା ସହ ନିଜେ ରୋଷେଇ କରି ଖାଇଥାନ୍ତି ଲୋକେ । ଆବଶ୍ୟକୀୟ ଉନ୍ନତି କରଣ ଅଭାବରୁ ବଣ ମଲ୍ଲି ବଣରେ ଫୁଟି ମଉଳୀବାରେ ଲାଗିଛି। ତେବେ ସରକାର ଏ ଦିଗରେ ଦୃଷ୍ଟି ଦେଇ ଏହି ପର୍ଯ୍ୟଟନ କ୍ଷେତ୍ରରେ ବିକାଶ କଲେ ଅଞ୍ଚଳର ଉନ୍ନତି ଅଧିକ ହୋଇପାରିବ