Entertainment News: ଜୀ ସାର୍ଥକର ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ରେ ଦର୍ଶକ ଦେଖିବାକୁ ପାଇବେ ନୂଆ ରୋମାଞ୍ଚ
Advertisement
Article Detail0/zeeodisha/odisha2604823

Entertainment News: ଜୀ ସାର୍ଥକର ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ରେ ଦର୍ଶକ ଦେଖିବାକୁ ପାଇବେ ନୂଆ ରୋମାଞ୍ଚ

ଜୀ ସାର୍ଥକ ପ୍ରତିଟି ଓଡ଼ିଆଙ୍କର ପ୍ରଥମ ପସନ୍ଦର ଚ୍ୟାନେଲ l ତେଣୁ ଲୋକଙ୍କ ପସନ୍ଦକୁ ଧ୍ୟାନରେ ରଖି ଲୋକଧର୍ମୀ ମନୋରଞ୍ଜନ କାର୍ଯ୍ୟକ୍ରମ ବା ଧାରାବାହିକକୁ ଟିଭି ପରଦାରେ ଭେଟି ଦେଇଥାଏ ଜୀ ସାର୍ଥକ । ସବୁଥର କାହାଣୀରେ ନୂତନତ୍ତ୍ବ ଓ ରୋମାଞ୍ଚ ଆଣିଥାଏ ଜୀ ସାର୍ଥକ, ଯାହାକୁ ଦର୍ଶକେ ନିଜ ଜୀବନ ସହିତ ସଂଯୋଗ କରି ଧାରାବାହିକକୁ ଉପଭୋଗ କରିଥାନ୍

Entertainment News: ଜୀ ସାର୍ଥକର ମେଗା ଧାରାବାହିକ ‘ତୁ ଖରା ମୁଁ ଛାଇ’ରେ ଦର୍ଶକ ଦେଖିବାକୁ ପାଇବେ ନୂଆ ରୋମାଞ୍ଚ

Entertainment News: ଜୀ ସାର୍ଥକ ପ୍ରତିଟି ଓଡ଼ିଆଙ୍କର ପ୍ରଥମ ପସନ୍ଦର ଚ୍ୟାନେଲ l ତେଣୁ ଲୋକଙ୍କ ପସନ୍ଦକୁ ଧ୍ୟାନରେ ରଖି ଲୋକଧର୍ମୀ ମନୋରଞ୍ଜନ କାର୍ଯ୍ୟକ୍ରମ ବା ଧାରାବାହିକକୁ ଟିଭି ପରଦାରେ ଭେଟି ଦେଇଥାଏ ଜୀ ସାର୍ଥକ । ସବୁଥର କାହାଣୀରେ ନୂତନତ୍ତ୍ବ ଓ ରୋମାଞ୍ଚ ଆଣିଥାଏ ଜୀ ସାର୍ଥକ, ଯାହାକୁ ଦର୍ଶକେ ନିଜ ଜୀବନ ସହିତ ସଂଯୋଗ କରି ଧାରାବାହିକକୁ ଉପଭୋଗ କରିଥାନ୍ତି । ସୋମବାରରୁ ଶନିବାର ରାତି ୮.୩୦ ମିନିଟରେ ଦର୍ଶକ ଏହାକୁ ଜୀ ସାର୍ଥକରେ ଦେଖିବାକୁ ପାଉଛନ୍ତି, ତେବେ ଏହି ଧାରାବାହିକରେ ଏବେ ଆସିବାକୁ ଯାଉଛି ନୂଆ ମୋଡ଼ ଯାହା କାହାଣୀକୁ ଆଗାମୀ ଅଧ୍ୟାୟରେ ଏକ ରୋମାଞ୍ଚକର ମୋଡ଼କୁ ନେଇଯାଉଛି ।  

‘ତୁ ଖରା ମୁଁ ଛାଇ’ କାହାଣୀରେ ଆପଣ ଦେଖିଥିଲେ ମାନିନୀ ତାଙ୍କ ଗାଁ ଛାଡି ବାପାଙ୍କ ଚିକିତ୍ସା ପାଇଁ ଆସି ପହଞ୍ଚିଛି ଭୁବନେଶ୍ବରକୁ । ଅଭିଙ୍କ ଦାଦା ଶଶୀଙ୍କ ସାହାଯ୍ୟରେ ମାନିନୀ ବାପାଙ୍କ ଚିକିତ୍ସା ମଧ୍ୟ ସରିଛି କିନ୍ତୁ ଭୁବନେଶ୍ବରରେ ରହି ସ୍ବାସ୍ଥ୍ୟ ଚିକିତ୍ସା ନିୟମିତ କରାଇବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ତେବେ ଅନ୍ୟ କୌଣସି ସମ୍ପର୍କୀୟ ଭୁବନେଶ୍ବରରେ ନଥିବାରୁ ଶଶୀ ମାନିନୀ ଓ ତାଙ୍କ ବାପାଙ୍କୁ ନିଜ ଘରେ ରହିବାକୁ ସ୍ଥାନ ଦେଇଛନ୍ତି । କିଛିଦିନ ପରେ ଅଭି ମାନିନୀକୁ ତାଙ୍କ ଗାଁରେ ଥିବା ଜମି ବିଷୟରେ କହି ସେଠି ଏକ ବିରାଟ ହୋଟେଲ ଗଢିବା ପାଇଁ ମାନିନୀଙ୍କୁ ଦେଇଛି ଏହି କାମର ସମ୍ପୂର୍ଣ୍ଣ ଦାୟୀତ୍ବ । ମାନିନୀ ଏହି କାମ ପାଇଁ ରାଜି ନଥିଲେ ମଧ୍ୟ ଅଭି ବାଧ୍ୟ କରେ ଓ ଗୋଟିଏ ବର୍ଷର ଚୁକ୍ତିନାମା ସ୍ବାକ୍ଷର ହୁଏ ଯାହାଦ୍ବାରା ଗୋଟିଏ ବର୍ଷ ପାଇଁ ଉଭୟେ ସେଇ ଗୋଟିଏ କାର୍ଯ୍ୟାଳୟରେ କାମ କରିବେ । ଉଭୟଙ୍କ ମଧ୍ୟରେ ଥିବା ଏହି ସମ୍ପର୍କ ପ୍ରେମ ରୂପରେ ପରିଣତ ହେବା ସମୟରେ ଅଭିଙ୍କ ବାହାଘର କଥା ଆଗକୁ ଆସେ । ତେବେ ଏହା ମଧ୍ୟରେ ଉଭୟଙ୍କ ମଧ୍ୟରେ ଥିବା ପୂର୍ବ ଜନ୍ମର ପ୍ରେମ ରହସ୍ୟ ଉପରୁ ପରଦା ଉଠିବ କି ? ଉଭୟଙ୍କ ମନରେ ଥିବା ପ୍ରେମ କଣ ବାହାରକୁ ଆସିପାରିବ ? କେମିତି ରହିବ ଅଭି ଓ ମାନିନୀର ଏହି ଯାତ୍ରା?

ଜାଣିବା ପାଇଁ ପ୍ରତି ସୋମବାରରୁ ଶନିବାର ରାତି ୮.୩୦ ମିନିଟରେ ଦେଖନ୍ତୁ ଜୀ ସାର୍ଥକରେ ‘ତୁ ଖରା ମୁଁ ଛାଇ’ । ଅଭି ଓ ମାନିନୀର ଏହି ପ୍ରେମ ଯାତ୍ରାରେ ସାମିଲ ହେବାକୁ ଅନୁରୋଧ କରିଛନ୍ତି ଜୀ ସାର୍ଥକର ଚିଫ୍ ଚ୍ୟାନେଲ ଅଫିସର୍ ପ୍ରତୀକ ସିଲ୍ ।

Bollywood News , Entertainment News, हिंदी सिनेमा, टीवी और हॉलीवुड की खबरें पढ़ने के लिए देश की सबसे विश्वसनीय न्यूज़ वेबसाइट Zee News Hindi का ऐप डाउनलोड करें. सभी ताजा खबर और जानकारी से जुड़े रहें बस एक क्लिक में.

;