Advertisement
Photo Details/zeeodisha/odisha2678521
photoDetails0hindi

Chandra Gochar 2025: ହୋଲିରେ ଫିଟିବ ଏହିସବୁ ରାଶିଙ୍କ ଭାଗ୍ୟ, ଆରମ୍ଭ ହେବ ଶୁଭ ଦିନ, ମିଳିବ ସଫଳତା

Chandra Gochar 2025: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ମାର୍ଚ୍ଚ ୧୪ ତାରିଖ ଦିନ ଚନ୍ଦ୍ର ଗ୍ରହଣ ପଡୁଛି। ଏହି ଦିନ ବୁଧ ଓ ଚନ୍ଦ୍ର ଏକା ସାଙ୍ଗରେ କନ୍ୟା ରାଶିକୁ ଅପରାହ୍ନ ୧୨ଟା ୫୬ ମିନିଟ୍ ସମୟରେ ଚଳନ କରିବେ। ଏବଂ ସେହି ରାଶିକୁ ସୂର୍ଯ୍ୟ ମଧ୍ୟ ଚଳନ କରିବେ। ଗୋଟିଏ ରାଶିରେ ତିନି ଗ୍ରହଙ୍କ ମିଳନ ଏହି କିଛି ରାଶି ପାଇଁ ବରଦାନ ପାଲଟିବ।  ତେବେ, ଆସନ୍ତୁ ଜାଣିବା ଚନ୍ଦ୍ରଙ୍କ କୃପା କେଉଁ ସବୁ ରାଶିର ଭାଗ୍ୟ ଉଦୟ କରିବାକୁ ଯାଉଛି...  

 

1/3

ମେଷ: ଚନ୍ଦ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଏ-ହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ। ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଆର୍ଥିକ ସ୍ଥିତିରେ ବେଶ୍ ସୁଧାର ଆସିବ।  ଏହି ସମୟରେ ନୂତନ ବ୍ୟବସାୟ ଆରମ୍ଭ କଲେ ପ୍ରବଳ ଲାଭ ପାଇବେ।  ବ୍ୟକ୍ତିଗତ ଜୀବନରେ ଲାଗି ରହିଥିବା ସମସ୍ୟା ଦୂର ହେବ। କର୍ମକ୍ଷେତ୍ରରେ ପଦୋନ୍ନତି ମିଳିବା ସହିତ ଦରମାରେ ବୃଦ୍ଧି ହେବ। ମହିଳା କର୍ମଚାରୀ ମାନେ ସମ୍ମାନୀତ ହେବେ। କୌଣସି ନିସ୍ପତି ଭାବିଚିନ୍ତି ନିଅନ୍ତୁ। ପିତାମାତାଙ୍କ ସହ ଧାର୍ମିକ ସ୍ଥଳ ଯାତ୍ରା କରିବେ। ପ୍ରେମୀମାନଙ୍କ ସହ ସମୟ ଭଲ ରହିଛି। ରାଜନୈତିକ ବ୍ୟକ୍ତି ବିଶେଷମାନେ ଦଳ ପକ୍ଷରୁ ବଡ଼ ଦାୟିତ୍ବ ପାଇବେ। 

 

2/3

ସିଂହ: ଚନ୍ଦ୍ରଙ୍କ ଶୁଭ ଦୃଷ୍ଟି ଏହି ରାଶିକୁ ମାଲାମାଲ୍ କରିବ। ପ୍ରତ୍ୟକ କାର୍ଯ୍ୟ କରିବାକୁ ଆତ୍ମ ବିଶ୍ବାସ ବୃଦ୍ଧି ପାଇବ। ଆଣିଥିବା ଧାର୍-କରଜ ଟଙ୍କା ସୁଝିବାରେ ସଫଳ ହେବେ। ବ୍ୟବସାୟରେ ଅଗ୍ରଗତି କରିବେ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବା ସହିତ ପାର୍ଟନରସିପ୍ ରେ ଚାଲିଥିବା ବ୍ୟବସାୟରୁ ଅଧିକ ଟଙ୍କା ରୋଜଗାର କରିବାରେ ସକ୍ଷମ ହେବେ।  ପୈତୃକ ସମ୍ପତ୍ତିରୁ ଲାଭ ପାଇବେ। ନୂଆ ଘର କିଣିବାର ସ୍ବପ୍ନ ସାକାର ହେବ। ଯୁକ୍ତିତର୍କରୁ ଦୂରେଇ ରହିଲେ ମାନସିକ ଶାନ୍ତି ପାଇବେ। କର୍ମକ୍ଷେତ୍ରରେ ବାକି ଥିବା କାର୍ଯ୍ୟକୁ ଶେଷ କରି ପ୍ରଂଶସିତ ହେବେ। 

 

3/3

କନ୍ୟା: ଚନ୍ଦ୍ରଙ୍କ  କୃପାରୁ ଉଦୟ ହେବ ଏହି ରାଶିର ଭାଗ୍ୟ। ଜୀବନ ସାଥୀଙ୍କ ସହିତ ହୋଇଥିବା ମତଭେଦ ଦୂର ହେବ। ଯେଉଁମାନେ ଦିର୍ଘ ଦିନ ହେବ ଚାକିରି ଖୋଜୁଛନ୍ତି। ସେମାନଙ୍କୁ କୌଣସି ସ୍ଥାନରୁ ଭଲ ଚାକିରି ଅଫର ମିଳିବ। ଅଧା ରହିଥିବା କାର୍ଯ୍ୟକୁ ଶେଷ କରିବାରେ ସଫଳ ହେବେ। ଘରେ ହସ-ଖୁସିର ମାହୋଲ୍ ଦେଖିବାକୁ ମିଳିବ।   ବ୍ୟବସାୟରେ ବଡ଼ ଡିଲ୍ ଫାଇନାଲ୍ ହେବ। ଯେଉଁଥିରୁ ମୋଟା ଅଙ୍କର ଟଙ୍କା ରୋଜଗାର କରିବେ। ବିଦେଶରେ ବାଣିଜ୍ୟ -ବ୍ୟବସାୟ ବିସ୍ତାର କରିବା ପାଇଁ ସମୟ ଅନୁକୂଳ ରହିଛି। ପୁରୁଣା ବିନିଯୋଗରୁ ମାଲାମାଲ୍ ହେବେ। ଶରୀର ସୁସ୍ଥ ରହିବା ସହିତ ମନ ଭଲ ରହିବ। 

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

;