Chandra Gochar 2025: ନବଗ୍ରହଙ୍କ ମଧ୍ୟରୁ ଚନ୍ଦ୍ରଙ୍କୁ ସବୁଠୁ ଶୀତଳ ଗ୍ରହ ବୋଲି ବିବେଚନା କରାଯାଏ । ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ଚନ୍ଦ୍ରଙ୍କୁ ଭାବନା, ମାତା, ନାରୀ, ମନ ଓ ଭୌତିକ ସୁଖର କାରକ ବୋଲି ବିବେଚନା କରାଯାଏ। ଚନ୍ଦ୍ର ବର୍ତ୍ତମାନ ଧନୁ ରାଶିରେ ଥିବା ବେଳେ ଆଜି ସକାଳ ୮ଟା ୪୫ ମିନିଟ୍ ସମୟରେ ପୂର୍ବାଷାଢା ନକ୍ଷତ୍ରକୁ ଚଳନ କରିବେ। ଚନ୍ଦ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ କିଛି ରାଶି ପାଇଁ ବେଶ୍ ଫଳଦାୟୀ ସାବ୍ୟସ୍ତ ହେବ। ତେବେ, ଆସନ୍ତୁ ଜାଣିବା ଚନ୍ଦ୍ର କେଉଁସବୁ ରାଶିଙ୍କୁ ମାଲାମାଲ୍ କରିବାକୁ ଯାଉଛନ୍ତି।
କର୍କଟ: ଚନ୍ଦ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିଙ୍କ ଭାଗ୍ୟ ଚମକାଇବ। କମ୍ପିଟେଟିଭ୍ ଏକଜାମ୍ ଦେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ସମୟ ଖାସ୍ ରହିବ। ଏହି ସମୟରେ ଭଲ ରେଜଲ୍ଟ ପାଇବେ। ରିୟଲି-ଇ-ଷ୍ଟେଟ୍ ବ୍ୟବସାୟରେ କାର୍ଯ୍ୟରତ ଲୋକେ ନୂଆ ପ୍ରୋଜେକ୍ଟ ପାଇବେ। ଯେଉଁଥିରୁ ଅପ୍ରତ୍ୟାଶିତ ଲାଭ ପାଇବେ। ପ୍ରେମୀମାନେ ନିଜ ଜୀବନ ସାଥୀଙ୍କ ସହ ବିବାହ କରିବାର ଯୋଗ ରହିଛି। ପ୍ରତ୍ୟକ କାର୍ଯ୍ୟରେ ଭାଗ୍ୟ ଆପଣଙ୍କ ସାଥ୍ ଦେବ। ବିଦେଶ ଯାତ୍ରା କରିବାର ସୁଯୋଗ ପାଇବେ। କର୍ମକ୍ଷେତ୍ରରେ ବଡ଼ ଦାୟିତ୍ବ ମିଳିବ। ବରିଷ୍ଠ ଅଧିକାରୀଙ୍କ ପ୍ରିୟପାତ୍ର ହେବେ। କର୍ମକ୍ଷେତ୍ରରେ ସମ୍ମାନୀତ ହେବାର ଯୋଗ ରହିଛି। ବ୍ୟବସାୟୀମାନେ ବ୍ୟବସାୟରେ ଅଗ୍ରଗତି କରିବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ-କଚେରୀ ସମସ୍ୟାରୁ ମୁକ୍ତି ପାଇବେ।
କନ୍ୟା: ଚନ୍ଦ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିଙ୍କୁ ଧନବାନ୍ କରିବ। ଅବିବାହିତମାନେ ନୂଆ ପ୍ରେମ ସମ୍ପର୍କରେ ଆସିବେ। କଳା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟରତ ଲୋକେ ଶୁଭଫଳ ପାଇବେ। ନିଜ ପିଲାମାନଙ୍କ ଠାରୁ କୌଣସି ପ୍ରକାର ଖୁସି ଖବର ପାଇବେ। ବ୍ୟବସାୟରେ ଲାଗି ରହିଥିବା ମାନ୍ଦାବସ୍ଥା ଦୂର ହେବ। ବ୍ୟବସାୟୀଙ୍କ କାରବାର ବଢିବ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ବିଶେଷକରି, ପ୍ରେମୀମାନଙ୍କ ପାଇଁ ସମୟ ଖାସ୍ ରହିବ। ନିଜ ସାଥୀଙ୍କ ସହ ହୋଇଥିବା ମନୋମାଳିନ୍ୟ ଦୂର ହେବ। ନିଜ ସାଥୀଙ୍କ ସହ ଡେଟ୍ ରେ ଯିବେ।
ବିଛା:ଚନ୍ଦ୍ରଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ରାଶିଙ୍କ ପାଇଁ ଲାଭଦାୟୀ ପ୍ରମାଣିକ ହେବ। ବ୍ୟବସାୟୀମାନେ ବିଦେଶରେ ନୂଆ ବ୍ୟବସାୟ ଆରମ୍ଭ କରିବାରେ ସଫଳ ହେବେ। ପାର୍ଟନର ସିପ୍ ରେ ଚାଲିଥିବା ବ୍ୟବସାୟରୁ ଅଧିକ ଟଙ୍କା ରୋଜଗାର କରିବାରେ ସଫଳ ହେବେ। ଯେଉଁମାନେ ପୁଞ୍ଜି ବିନିଯୋଗ କରିବା ପାଇଁ ଯୋଜନା କରୁଛନ୍ତି। ସେମାନେ ଏହି ସମୟରେ କରନ୍ତୁ ଭଲ ଲାଭ ପାଇବେ। ନୂଆ ଗାଡି଼ ଓ ଘର କିଣିବାର ସ୍ବପ୍ନ ସାକାର ହେବେ। ପିତାମାତାଙ୍କ ସହ ଧାର୍ମିକ ସ୍ଥାନ ଯାତ୍ରା କରିବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଉଭୟ ଚାକିରିଆ ଓ ବ୍ୟବସାୟୀଙ୍କ ପାଇଁ ସମୟ ଅନୁକୂଳ ରହିବ। ଦିର୍ଘଦିନ ଧରି ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ସମୟ ଅନୁକୂଳ ରହିଛି। ଏହି ସମୟରେ, ସେମାନଙ୍କୁ କୌଣସି ଏକ ସଂସ୍ଥାରୁ ଭଲ ଚାକିରି ଅଫର ମିଳିବ।
(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଇଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)
ट्रेन्डिंग फोटोज़