ଆଳୁକୁ ପରିବାମାନଙ୍କର ମଧ୍ୟରେ ରାଜା ବୋଲି କୁହାଯାଇଥାଏ । ଅନ୍ୟ ପରିବା ମାନଙ୍କ ତୁଳନାରେ ବଜାରରେ ଏହାର ମୂଲ୍ୟ ମଧ୍ୟ କମ । ଖାଲି ଭାରତ ନୁହେଁ ଦୁନିଆରେ ସବୁଠାରେ ଲୋକେମାନେ ଆଳୁ ଖାଇଥାଆନ୍ତି ।
ଏଥିରେ କ୍ୟାଲସିୟମ ଓ ମେଟାବୋଲିଜିମ୍ ଅଧିକ ପରିମାଣରେ ଥିବାରୁ ଏହା ଆମ ସ୍ୱାସ୍ଥ୍ୟର ବହୁ ଉପକାର କରିଥାଏ ।
ଆଳୁରେ ଫାଇବର, ପୋଟାସିୟମ, ଭିଟାମିନ ସି ଏବଂ ବି ରହିଥାଏ ।
ଆଳୁରେ ରହିଥିବା ପୋଷକ ତତ୍ତ୍ୱ ଆମ ସ୍ମରଣ ଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ । ତେଣୁ ନିୟମିତ ଗୋଟେ ଆଳୁ ଖାଇବା ଅତ୍ୟନ୍ତ ଆବଶ୍ୟକ ବୋଲି ବିବେଚନା କରାଯାଏ ।
ଆଳୁ ଖାଇବାଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହୋଇରହିଥାଏ ।
ଆଳୁ ଖାଇଲେ ରାତିରେ ଭଲ ନିଦ ହୋଇଥାଏ ବୋଲି କୁହାଯାଏ ।
ବାର୍ଦ୍ଧକ୍ୟ ବଢାଉଥିବା ଶକ୍ତିକୁ କମ କରିଥାଏ ଆଳୁ ।
ତ୍ୱଚାକୁ ସୁନ୍ଦର ରଖିବାରେ ମଧ୍ୟ ଆଳୁର ଭୂମିକା ରହିଥାଏ ।
ଔଷଧୀୟ ଗୁଣ ସହିତ କିଛି ଲୋକଙ୍କ ପାଇଁ ଆଳୁ ହାନୀକାରକ ସାବ୍ୟସ୍ତ ହୋଇପାରେ ।
ଆଳୁରେ ଶ୍ୱେତସାର ଅଧିକ ମାତ୍ରାରେ ଥିବାରୁ ଏହାକୁ ମାତ୍ରାଧିକ ଖାଇବାଦ୍ୱାରା ଏହା ମଧୁମେହ ହେବାର ସମ୍ଭାବନା ବଢା଼ଇଥାଏ।
ପ୍ରତ୍ୟେକ ଦିନ ଅଧିକ ଆଳୁ ଖାଉଥିବା ବ୍ୟକ୍ତିଙ୍କର ଗ୍ୟାସ୍ ବା ଅମ୍ଳ ବୃଦ୍ଧି ହେବାର ଆଶଙ୍କା ଅଧିକ ଥାଏ ।
ଯଦି ଆପଣଙ୍କ ରକ୍ତରେ ଶର୍କରା ପରିମାଣ ଅଧିକ ରହିଛି ତେବେ ଆଳୁ ଆଦୌ ଖାଆନ୍ତୁ ନାହିଁ ।
ଆଳୁରେ ଗ୍ଲାଇସେମିକ୍ ଇଣ୍ଡେକ୍ସ ରହିଥାଏ, ଯାହାଦ୍ୱାରା ଶରୀରରେ ଗ୍ଲୁକୋଜ୍ର ମାତ୍ରା ବୃଦ୍ଧି ପାଇଥାଏ। ରକ୍ତରେ ଶର୍କରାର ମାତ୍ରା କମ୍ କରିବା ପାଇଁ ଆଳୁ ଖାଇବା ବନ୍ଦ କରିଦିଅନ୍ତୁ ।
ଆଳୁ ଆପଣଙ୍କ ରକ୍ତଚାପରେ ପ୍ରଭାବ ପକାଇଥାଏ । ଏହା ଉଚ୍ଚ ରକ୍ତଚାପର ଆଶଙ୍କା ବଢାଇଥାଏ । ଗବେଷଣାରୁ ଜଣାପଡ଼ିଛି ସପ୍ତାହକୁ ୪ ଥର କିମ୍ବା ତା’ଠାରୁ ଅଧିକ ଆଳୁ ଖାଇବାଦ୍ୱାରା ଉଚ୍ଚ ରକ୍ତଚାପ ହେବାର ସମ୍ଭାବନା ଅଧିକ ଥାଏ ।
ସୂଚନା ଅନୁଯାୟୀ, ଆଳୁ ଓଜନ ବଢାଇବାରେ ସାହାଯ୍ୟ କରିଥାଏ । ଏହା ସେମାନଙ୍କ ପାଇଁ ବହୁ ଲାଭଦାୟକ ହୋଇଥାଏ ଯେଉଁମାନେ ନିଜ ଓଜନ ବଢାଇବାକୁ ଚାହିଁ ଥାଆନ୍ତି । ହେଲେ ଯଦି ଆପଣ ପତଳା ହେବା ପାଇଁ ଚାହୁଁଛନ୍ତି ତେବେ ଆଳୁର ସେବନ କମ୍ କରନ୍ତୁ।
Disclamer: ଏଠାରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ସାଧାରଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହା ପ୍ରଦାନ କରାଯାଇଛି। ଆପଣଙ୍କ କୌଣସି ଆପତ୍ତି ପାଇଁ ZEE ODISHA NEWS ଦାୟୀ ରହିବ ନାହିଁ ।
ट्रेन्डिंग फोटोज़