ଭୁଶୁଡ଼ିଲା ଗ୍ରାନାଇଟ୍ ଖଣି, ୬ ଓଡ଼ିଆ ଶ୍ରମିକ ମୃତ, ଅନେକ ଆହତ
Advertisement
Article Detail0/zeeodisha/odisha2865995

ଭୁଶୁଡ଼ିଲା ଗ୍ରାନାଇଟ୍ ଖଣି, ୬ ଓଡ଼ିଆ ଶ୍ରମିକ ମୃତ, ଅନେକ ଆହତ

ଖଣିରେ କାମ କରୁଥିବା ସମୟରେ ଶ୍ରମିକଙ୍କ ଉପରେ ଏକ ଭାରୀ ଗ୍ରାନାଇଟ୍ ପଥର ପଡ଼ିବା କାରଣରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଛଅ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।

ଭୁଶୁଡ଼ିଲା ଗ୍ରାନାଇଟ୍ ଖଣି, ୬ ଓଡ଼ିଆ ଶ୍ରମିକ ମୃତ, ଅନେକ ଆହତ

Andhra Pradesh: ଆନ୍ଧ୍ର ପ୍ରଦେଶର ବାପତଲା ଅଞ୍ଚଳରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଖଣିରେ କାମ କରୁଥିବା ସମୟରେ ଶ୍ରମିକଙ୍କ ଉପରେ ଏକ ଭାରୀ ଗ୍ରାନାଇଟ୍ ପଥର ପଡ଼ିବା କାରଣରୁ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଛଅ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ତିନି ଜଣ ଗୁରୁତର ଆହତ ହୋଇଛନ୍ତି।

ସୂଚନା ଅନୁଯାୟୀ, ସକାଳ ପ୍ରାୟ ସାଢ଼େ ୧୦ଟା ସମୟରେ ଖଣିରେ ୧୦ ରୁ ୧୫ ଜଣ ଶ୍ରମିକ କାମ କରୁଥିଲେ । ହଠାତ୍ ସେହି ସମୟରେ ଏକ ବିରାଟ ପଥର ସେମାନଙ୍କ ଉପରେ ଖସି ପଡ଼ିଥିଲା। ପୋଲିସ କହିଛି ଯେ, ପ୍ରାରମ୍ଭିକ ତଦନ୍ତରେ ଅନୁମାନ କରାଯାଉଛି ଯେ, ବର୍ଷା କିମ୍ବା ପାଣି ଲିକେଜ୍ କାରଣରୁ ପଥରଟି ଦୁର୍ବଳ ହୋଇଯାଇ ଖସିପଡ଼ିଥିଲା। ପୋଲିସ ଅଧିକାରୀ ଏହା ମଧ୍ୟ କହିଛନ୍ତି ଯେ, 'ଘଟଣା ସମୟରେ କୌଣସି ବିସ୍ଫୋରଣ କିମ୍ବା ଭୂମିକମ୍ପ ହୋଇନଥିଲା। ଘଟଣାର ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳକୁ ଏକ ଫୋରେନସିକ୍ ଟିମ୍ ପଠାଯାଇଛି।'

ସୂଚନା ଅନୁଯାୟୀ, ଏହି ଦୁର୍ଘଟଣାରେ ମୃତ ଏବଂ ଆହତ ହୋଇଥିବା ସମସ୍ତ ଶ୍ରମିକ ଓଡ଼ିଶାର ବୋଲି ଜଣାପଡିଛି । ଶ୍ରମିକମାନେ ସେଠାରେ ଖଣିରେ କାମ କରୁଥିଲେ। ଏହି ଘଟଣା ପରେ, ଆହତମାନଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା। ସ୍ଥାନୀୟ ଲୋକ ଏବଂ ଶ୍ରମିକ ସଂଗଠନଗୁଡ଼ିକ ମୃତକଙ୍କ ପରିବାରକୁ କ୍ଷତିପୂରଣ ଏବଂ ଆହତ ଶ୍ରମିକମାନଙ୍କୁ ପୂର୍ଣ୍ଣ ସହାୟତା ପ୍ରଦାନ କରିବାକୁ ଦାବି କରିଛନ୍ତି।

ଦୁର୍ଘଟଣା ପରେ ପ୍ରଶାସନିକ ସ୍ତରରେ ଖବର ପହଞ୍ଚିଥିଲା । ଏହା ପରେ ଘଟଣାସ୍ଥଳରେ ପୋଲିସ୍ ଏବଂ ଉଦ୍ଧାରକାରୀ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ଏହି ଦୁର୍ଘଟଣା ପାଇଁ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏକ ବିବୃତ୍ତିରେ କହିଛନ୍ତି ଯେ, 'ମୁଁ ଅଧିକାରୀଙ୍କ ସହ କଥା ହୋଇଛି ଏବଂ ଆହତମାନଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇବାକୁ ନିର୍ଦ୍ଦେଶ ଦେଇଛି। ଦୁର୍ଘଟଣାର ପୂର୍ଣ୍ଣ ତଦନ୍ତ କରାଯିବ।'

ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ YSRCP ମୁଖ୍ୟ ୱାଇ. ଏସ. ଜଗନ ମୋହନ ରେଡ୍ଡି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, 'ଏହା ଏକ ଅତ୍ୟନ୍ତ ହୃଦୟବିଦାରକ ଘଟଣା। ଶ୍ରମିକମାନେ ନିଜ ପରିବାର ପୋଷଣ ପାଇଁ କଠିନ ପରିଶ୍ରମ କରୁଥିଲେ । ଏପରି ପରିସ୍ଥିତିରେ, ସେମାନେ ପ୍ରାଣ ହରାଇବା ଅତ୍ୟନ୍ତ ଦୁଃଖଦ ଖବର।' ସେ ସରକାରଙ୍କ ନିକଟରେ ଦାବି କରିଛନ୍ତି ଯେ, ଆହତମାନଙ୍କୁ ତୁରନ୍ତ ଚିକିତ୍ସା ସୁବିଧା ମିଳିବା ଆବଶ୍ୟକ । ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ଦିଆଯିବା ନେଇ ସେ ଦାବି କରିଛନ୍ତି।

Also Read- Jio Recharge Plan: କମ ଦାମରେ ୯୦ ଦିନ ପାଇଁ ଟେନସନ୍ ଫ୍ରି ପ୍ଲାନ୍

Also Read- Weekly Financial Horoscope: ନୂଆ ସପ୍ତାହରେ କେଉଁ ରାଶି ହେବେ ଧନୀ ? ପଢନ୍ତୁ ରାଶିଫଳ

;