Operation Sindoor: ସରିନାହିଁ ଅପରେସନ୍‍ 'ସିନ୍ଦୂର', ନିପାତ ହୋଇଛନ୍ତି ୧୦୦ ଆତଙ୍କୀ
Advertisement
Article Detail0/zeeodisha/odisha2748262

Operation Sindoor: ସରିନାହିଁ ଅପରେସନ୍‍ 'ସିନ୍ଦୂର', ନିପାତ ହୋଇଛନ୍ତି ୧୦୦ ଆତଙ୍କୀ

Operation Sindoor:(ଭୁବନେଶ୍ୱର) ଭାରତୀୟ ସେନାର ‘ଅପରେସନ୍‍ ସିନ୍ଦୂର’ ଶେଷ ହୋଇ ନାହିଁ। ଏହା ଏକ ଜାରି ରହିଥିବା ପ୍ରକ୍ରିୟା। କିନ୍ତୁ ଦେଶରେ ଯେଉଁଭଳି ଭାବେ ରାଜନୀତିକ ଦଳମାନେ ପ୍ରତିକ୍ରିୟା ରଖିଛନ୍ତି ତାହା ସମସ୍ତଙ୍କୁ ଗର୍ବ ଓ ଗୌରବ ପ୍ରଦାନ କରିଛି ବୋଲି କହିଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜ୍ଜୁ। 

ଆଜି  ସଂସଦର ପାଠାକାର କକ୍ଷରେ ଆୟୋଜିତ ସର୍ବଦଳୀୟ ବୈଠକରେ ଯୋଗ ଦେବା ପରେ ଶ୍ରୀ ରିଜିଜ୍ଜୁ ଏହା କହିଛନ୍ତି। ସେ କହିଛନ୍ତି,  ଏହା ଏକ ବହୁତ ଗମ୍ଭୀର ବିଷୟ। ଏଣୁ ସମସ୍ତେ ନିଜ କଥା ଗମ୍ଭୀରତାର ସହ ରଖିଛନ୍ତି। ସର୍ବପ୍ରଥମେ ପ୍ରତିରକ୍ଷା ମନ୍ତ୍ରୀ ସମସ୍ତ ବିବରଣୀ ରଖିଥିଲେ। ଏହାପରେ ସମସ୍ତ ରାଜନୀତିକ ଦଳୀୟ ନେତା ନିଜର ମତ ଓ ପରାମର୍ଶ ରଖିଥିଲେ। ସମସ୍ତ ନେତା ନିଜର ପରିପକ୍ୱତା ଦେଖାଇଛନ୍ତି। ଦେଶ ଯେତେବଳେ ବଡ଼ ଆହ୍ୱାନକୁ ନେଇ କାର୍ଯ୍ୟ କରୁଛନ୍ତି ସେଠାରେ ରାଜନୀତିର ସ୍ଥାନ ନାହିଁ। ଏହା ଆମର ରାଜନୀତିକ ଦଳମାନେ ସ୍ପଷ୍ଟ କରିଛନ୍ତି ବୋଲି ସେ କହିଛନ୍ତି। ରାଜନୀତିକ ଦଳମାନେ ଏହି ବୈଠକରେ ଅନେକ ପରାମର୍ଶ ସରକାରଙ୍କୁ ପ୍ରଦାନ କରିଛନ୍ତି। ସରକାରଙ୍କୁ ଏହି କାର୍ଯ୍ୟାନୁଷ୍ଠାନରେ ମୃତକଙ୍କ ସଂଖ୍ୟା ବି ପଚାରିଥିଲେ। ଏହା ପ୍ରାୟ ୧୦୦ରୁ ଅଧିକ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିବା ସୂଚନା ମିଳିଛି।

ମଙ୍ଗଳବାର ରାତିରେ ଭାରତ ପକ୍ଷରୁ ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରର ୯ଟି ସ୍ଥାନରେ ଆକ୍ରମଣ କରାଯାଇଥିଲା। ଏହି ଆକ୍ରମଣ ଅତ୍ୟନ୍ତ ସନ୍ତର୍ପଣର ସହ କରାଯାଇଥିଲା। ଯେଉଁଥିରେ କେବଳ ଆତଙ୍କବାଦୀ ଓ ସେମାନଙ୍କ ଆସ୍ଥାନକୁ ଟାର୍ଗେଟ କରାଯାଇଥିଲା। ୨୨ ଏପ୍ରିଲ ଦିନ ପହଲଗାମଠାରେ ଆତଙ୍କବାଦୀଙ୍କ ଦ୍ୱାରା ହୋଇଥିବା ନରସଂହାରର ପ୍ରତିବାଦରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହାପରେ ପାକିସ୍ତାନ ପକ୍ଷରୁ କ୍ଷୟକ୍ଷତି ସମ୍ପର୍କରେ ରିପୋର୍ଟ ଜାରି କରାଯାଇଥିଲା। ତେବେ ଏଯାଏ ଏହି ଅପରେସନ୍‍ ଶେଷ ହୋଇନାହିଁ। ଏହି ପ୍ରକ୍ରିୟା ଜାରି ରହିଥିବାରୁ ଅଲଗା ଭାବେ ସରକାରୀ ସୂଚତ୍ରରୁ ତଥ୍ୟ ପ୍ରଦାନ କରାଯିବ ବୋଲି ଶ୍ରୀ ରିଜିଜ୍ଜୁ କହିଛନ୍ତି।

;