Advertisement
Photo Details/zeeodisha/odisha2798243
photoDetails0hindi

ବିମାନ ଦୁର୍ଘଟଣାସ୍ଥଳରେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୃତକଙ୍କ ପରିବାର ପାଇଁ ଟାଟାର ସହାୟତା ଘୋଷଣା

ଅହମ୍ମଦାବାଦ ସିଭିଲ୍‌ ହସ୍ପିଟାଲ୍‌ରେ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ବିମାନ ଦୁର୍ଘଟଣା ଖବର ପାଇ ଯାତ୍ରୀଙ୍କ ନିକଟ ସମ୍ପର୍କୀୟ ପହଞ୍ଚୁଛନ୍ତି ।

1/6

ଏଥିସହ ଆହତଙ୍କ ମେଡିକାଲ ଖର୍ଚ୍ଚ ମଧ୍ୟ ଟାଟା ଗ୍ରୁପ୍ ବହନ କରିବାକୁ ପ୍ରତିଶ୍ରୁତି ଦେଇଛି । କେବଳ ସେତିକି ନୁହେଁ, କ୍ଷତିଗ୍ରସ୍ତ ମେଡିକାଲ କଲେଜ କୋଠା ସଜାଡ଼ିବାକୁ ପ୍ରତିଶ୍ରୁତି ଦେଇଛି ଟାଟା

2/6

ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ଗୁଜରାଟ ମୁଖ୍ୟମନ୍ତ୍ରୀ ମଧ୍ୟ ଶାହଙ୍କ ସହ ଉପସ୍ଥିତ ରହିଛନ୍ତି ।

3/6

ବେସାମରିକ ବିମାନ ଚଳାଚଳ ବିଭାଗ କେନ୍ଦ୍ରମନ୍ତ୍ରୀ ରାମ ମୋହନ ନାଇଡୁ ଦୁର୍ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି।

4/6

ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ମୃତ ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ସିଆର୍‌ ପାଟିଲ । ଏହା ହେଉଛି ତାଙ୍କର ଶେଷ ଫଟୋ, ଜଣେ ଯାତ୍ରୀ ରୂପାନୀଙ୍କ ସହ ବିମାନ ଭିତରେ ଫଟୋ ଉଠାଇଥିଲେ

5/6

ମୃତକଙ୍କ ପରିଚୟ ଚିହ୍ନଟ ପାଇଁ ଡିଏନ୍‌ଏ ସାମ୍ପଲ୍‌ ମଗାଯାଇଛି । ହସ୍ପିଟାଲ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ ଜରିଆରେ ଏନେଇ ସୂଚନା ଜାରି କରାଯାଇଛି । ନିକଟ ସମ୍ପର୍କୀୟଙ୍କୁ ତୁରନ୍ତ ଆସି ସାମ୍ପଲ୍‌ ଦେବାକୁ କୁହାଯାଇଛି 

 

6/6

ଅନ୍ୟପଟେ, ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ଜଣେ ଯାତ୍ରୀ ଜୀବିତ ଥିବା ସୂଚନା ମିଳିଛି । ଅହମ୍ମଦାବାଦ ପୋଲିସ କମିଶନର ଜି.ଏସ୍ ମଲ୍ଲିକ ଏନେଇ ସୂଚନା ଦେଇଛନ୍ତି । ସିଟ୍ ନମ୍ବର 11-Aରେ ଥିବା ଯାତ୍ରୀ ଜୀବିତ ଅଛନ୍ତି । ହସ୍ପିଟାଲରେ ବର୍ତ୍ତମାନ ଯାତ୍ରୀଙ୍କ ଚିକିତ୍ସା ଚାଲିଛି । 

;