Russia Slams Trump: ବନ୍ଧୁ ଭାରତକୁ ଧମକ ମିଳିବା ପରେ ରାଗିଗଲା ଋଷ, ଟ୍ରମ୍ପଙ୍କୁ କହିଲା- ଆଉ ଥରେ ଏପରି...
Advertisement
Article Detail0/zeeodisha/odisha2868532

Russia Slams Trump: ବନ୍ଧୁ ଭାରତକୁ ଧମକ ମିଳିବା ପରେ ରାଗିଗଲା ଋଷ, ଟ୍ରମ୍ପଙ୍କୁ କହିଲା- ଆଉ ଥରେ ଏପରି...

Russia Slams Trump's Threat Against India: ଭାରତ ଏବଂ ଋଷ ମଧ୍ୟରେ ତୈଳ କ୍ରୟ ଉପରେ ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଧମକ ପରେ ଉଭୟ ଦେଶ ଆମେରିକାକୁ କଡ଼ା ଜବାବ ଦେଇଛନ୍ତି। ଋଷ କହିଛି ଯେ ଅନ୍ୟ ଦେଶମାନଙ୍କୁ ଋଷ ସହିତ ବ୍ୟବସାୟ କରିବାରୁ ରୋକିବା ବେଆଇନ। 

 

ବନ୍ଧୁ ଭାରତକୁ ଧମକ ମିଳିବା ପରେ ରାଗିଗଲା ଋଷ
ବନ୍ଧୁ ଭାରତକୁ ଧମକ ମିଳିବା ପରେ ରାଗିଗଲା ଋଷ

Russia Slams Trump's Threat Against India: ଋଷ ପାଖରୁ ଭାରତ ତୈଳ କ୍ରୟ କରୁଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ଭାରୀ ଶୁଳ୍କ ଲଗାଇବାକୁ ଚେତାବନୀ ଦେଇଛନ୍ତି। ଏବେ ଭାରତ ଏବଂ ଋଷ ଉଭୟ ଏହା ଉପରେ ଆମେରିକାକୁ କଡ଼ା ଜବାବ ଦେଇଛନ୍ତି। ଆମେରିକାର ଧମକ ଉପରେ ମଙ୍ଗଳବାର ଦିନ ଋଷ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କ୍ରେମଲିନ୍ ମୁଖପାତ୍ର ଦିମିତ୍ରୀ ପେସକୋଭ୍ କହିଛନ୍ତି, "ଅନ୍ୟ ଦେଶମାନଙ୍କୁ ଋଷ ସହିତ ବାଣିଜ୍ୟ କରିବାରୁ ବାରଣ କରିବା ବେଆଇନ।"

ଆମେରିକାକୁ ଋଷର ଜବାବ
ସେ ଏହା ମଧ୍ୟ କହିଛନ୍ତି ଯେ ପ୍ରତ୍ୟେକ ଦେଶକୁ ନିଜସ୍ୱ ବାଣିଜ୍ୟ ନିଷ୍ପତ୍ତି ନେବାର ଅଧିକାର ଅଛି। କାହା ଉପରେ ଏପରି ଚାପ ପକାଇବା ଏକ 'ଧମକ' ବୋଲି ବିବେଚନା କରାଯିବ। ଋଷର ଏହି ବୟାନ ଟ୍ରମ୍ପଙ୍କ ଚେତାବନୀର ଗୋଟିଏ ଦିନ ପରେ ଆସିଛି ଯେଉଁଥିରେ ସେ ଭାରତକୁ କହିଥିଲେ ଯେ ଯଦି ସେ ଋଷରୁ ତେଲ କିଣିବା ବନ୍ଦ ନ କରନ୍ତି, ତେବେ ଆମେରିକା ଭାରୀ ଶୁଳ୍କ ଲଗାଇବ।

ଟ୍ରମ୍ପ କ’ଣ କହିଥିଲେ?
ସୋମବାର ଦିନ ରାତିରେ ଟ୍ରମ୍ପ କହିଥିଲେ ଯେ ଭାରତ କେବଳ ଋଷୀୟ ତେଲ କିଣୁନାହିଁ ବରଂ ଖୋଲା ବଜାରରେ ଏହାକୁ ବିକ୍ରି କରି ଲାଭ ମଧ୍ୟ ପାଉଛି। ସେ କହିଛନ୍ତି, "ୟୁକ୍ରେନରେ ଋଷୀୟ ସେନା କେତେ ଲୋକଙ୍କୁ ହତ୍ୟା କରୁଛି ତାହା ଭାରତକୁ ଚିନ୍ତା ନାହିଁ। ସେଥିପାଇଁ ମୁଁ ଭାରତ ଉପରେ ଭାରୀ ଶୁଳ୍କ ଲଗାଇବାକୁ ଯାଉଛି।"

ଭାରତର ଆମେରିକାକୁ ପାଲଟା ଜବାବ
ଟ୍ରମ୍ଫଙ୍କ ଧମକ ଉପରେ ଭାରତ ସରକାର ଏକ କଡ଼ା ବୟାନ ଦେଇଛନ୍ତି। ବୈଦେଶିକ ମନ୍ତ୍ରଣାଳୟ କହିଛି, "ଭାରତକୁ ଏହିପରି ଟାର୍ଗେଟ କରିବା ଅନ୍ୟାୟ ଏବଂ ଭୁଲ। ଆମେ ଏକ ବଡ଼ ଅର୍ଥନୀତି ଏବଂ ଆମର ଜାତୀୟ ସ୍ୱାର୍ଥକୁ ସୁରକ୍ଷା ଦେବା ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବୁ।" ମନ୍ତ୍ରଳାୟ ଏହା ମଧ୍ୟ ସ୍ପଷ୍ଟ କରିଛି ଯେ ଭାରତ ନିଜସ୍ୱ ନିଷ୍ପତ୍ତି ନେବ ଏବଂ କାହାର ଚାପରେ ଆସିବ ନାହିଁ।

;