Ratha Yatra 2025: ଆଜି ସନ୍ଧ୍ୟା ଦର୍ଶନ,ଆଡ଼ପ ମଣ୍ତପରେ ଶେଷ ଦିଅଁ ଦେଖା
Advertisement
Article Detail0/zeeodisha/odisha2825954

Ratha Yatra 2025: ଆଜି ସନ୍ଧ୍ୟା ଦର୍ଶନ,ଆଡ଼ପ ମଣ୍ତପରେ ଶେଷ ଦିଅଁ ଦେଖା

Ratha Yatra 2025 : ଆଜି ସନ୍ଧ୍ୟା ଦର୍ଶନ।  ଭକ୍ତମାନେ ଗୁଣ୍ତିଚା ଘରେ ଚଳିତ ବର୍ଷ ପାଇଁ ଠାକୁରଙ୍କ ଶେଷ ଆଡ଼ପ ଦର୍ଶନ ଲଭିବେ।  ଏଣୁ ଶରଧାବାଲିରେ ଲାଗିଛି ଭକ୍ତଙ୍କ ଭିଡ଼।  ଶୃଙ୍ଖଳିତ ଦର୍ଶନ ପାଉଁ ନୀତି ନିର୍ଘଣ୍ଟ ହୋଇଛି।  

Ratha Yatra 2025: ଆଜି ସନ୍ଧ୍ୟା ଦର୍ଶନ,ଆଡ଼ପ ମଣ୍ତପରେ ଶେଷ ଦିଅଁ ଦେଖା

Ratha Yatra 2025 : ଆଜି ସନ୍ଧ୍ୟା ଦର୍ଶନ।  ଭକ୍ତମାନେ ଗୁଣ୍ତିଚା ଘରେ ଚଳିତ ବର୍ଷ ପାଇଁ ଠାକୁରଙ୍କ ଶେଷ ଆଡ଼ପ ଦର୍ଶନ ଲଭିବେ।  ଏଣୁ ଶରଧାବାଲିରେ ଲାଗିଛି ଭକ୍ତଙ୍କ ଭିଡ଼।  ଶୃଙ୍ଖଳିତ ଦର୍ଶନ ପାଉଁ ନୀତି ନିର୍ଘଣ୍ଟ ହୋଇଛି।  ପ୍ରାତଃ ପ୍ରାୟ ୫ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ  ଗୁଣ୍ତିଚା ଘରେ ଠାକୁରଙ୍କ ଦର୍ଶନ ମିଳିବ।  ସନ୍ଧ୍ୟା ୬ଟା ପରଠୁ  ଶ୍ରୀଗୁଣ୍ତିଚା ମନ୍ଦିରର ସିଂହଦ୍ବାରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। 

ନିର୍ଦ୍ଧାରିତ ସମୟରେ ଶ୍ରୀଗୁଣ୍ଡିଚା ମନ୍ଦିର ଶୋଧ ଅନୁଷ୍ଠିତ ହେବା ପରେ ଶ୍ରୀଜୀଉଙ୍କର ଅନେକ ଗୁରୁତ୍ୱପୂର୍ଣ୍ଣ ନୀତି ସମ୍ପାଦନ କରାଯିବ।  ଭକ୍ତ  ଓ ଶ୍ରଦ୍ଧାଳୁ ମାନେ ବାହୁଡ଼ା ଯାତ୍ରା ଦିନ ରଥାରୂଢ ଶ୍ରୀବିଗ୍ରହମାନଙ୍କୁ ଦର୍ଶନ ସୌଭାଗ୍ୟ ଲାଭ କରିପାରିବେ । ତେଣୁ ସନ୍ଧ୍ୟା ଦର୍ଶନ ସମ୍ପର୍କିତ ଏହି ବ୍ଯବସ୍ଥାକୁ, ମହାପ୍ରଭୁଙ୍କ ନୀତି ସମ୍ପାଦନରେ ନିଜର ସେବା ସମର୍ପଣ ମନେ କରି ସମସ୍ତ ଭକ୍ତ ଓ ଶ୍ରଦ୍ଧାଳୁ ସହଯୋଗ କରିବେ ବୋଲି ଆଶା। ସମସ୍ତ ସେବକ ନିଯୋଗଙ୍କ ସହଯୋଗ ଓ ସମନ୍ବୟ କାମନା କରୁଛୁ। ଶ୍ରୀ ମନ୍ଦିର ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି।

;