Top 10 News: ଚୁଟକିରେ ପଢ଼ନ୍ତୁ ବର୍ତ୍ତମାନର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...
Trending Photos
1.Terrorist: କୁଖ୍ୟାତ ଆତଙ୍କବାଦୀ ହାସିମ୍ ମୁସାକୁ ନିପାତ କରିଛି ଭାରତୀୟ ସେନା। ପହଲଗାମ୍ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ହାସିମ୍ ମୁସା। ‘ଅପରେସନ ମହାଦେବ’ରେ ହାସିମ୍ ନିପାତ ହୋଇଥିବା ସୂଚନା ମିଳିଛି। ହାସିମ ମୁସାକୁ ଧରାଇଦେବାକୁ ୨୦ ଲକ୍ଷର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। କେବଳ ପହଲଗାମ ନୁହେଁ, ଅନେକ ଆତଙ୍କବାଦୀ ଆକ୍ରମଣରେ ହାସିମର ସମ୍ପୃକ୍ତି ରହିଥିଲା ବୋଲି ଜଣାପଡିଛି। ହାସିମ କିପରି ପାକିସ୍ତାନ ଖସି ନ ଯାଏ ସେନେଇ ଜାଲ ବିଛାଇଥିଲା ଭାରତୀୟ ସେନା।
2.Operation Sindoor: ସଂସଦରେ‘ଅପରେସନ ସିନ୍ଦୂର’ ଡିବେଟ୍ ଆରମ୍ଭ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆରମ୍ଭ ଡିବେଟ୍ ଆରମ୍ଭ କରି ସିଧାସଳଖ ଭାବେ ‘ଅପରେସନ ସିନ୍ଦୂର’ ରେ ଆମେରିକା ରାଷ୍ଟ୍ରପତିଙ୍କ ହସ୍ତକ୍ଷେପ ଦାବିକୁ ଅସ୍ବୀକାର କରିଛନ୍ତି । ଟ୍ରମ୍ପ୍ଙ୍କ ପକ୍ଷରୁ ହସ୍ତକ୍ଷେପ ନେଇ କୌଣସି ଚାପ ନ ଥିଲା ବୋଲି ରାଜନାଥ କହିଛନ୍ତି। ବିରୋଧୀ ଏହାକୁ ପ୍ରସଙ୍ଗ କରୁଥିବାରୁ ବିତର୍କରେ ସ୍ପଷ୍ଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ। ରାଜନାଥ କହିଛନ୍ତି ଯେ, ପହଲଗାମ ଆକ୍ରମଣ ପରେ ପରେ ଆମ ସେନା ଆଗକୁ ଆସିଲା। ‘ଅପରେସନ ସିନ୍ଦୂର’ରେ ଆତଙ୍କୀଙ୍କ ଘରେ ପଶି ଆମେ ମାରିଲୁ। ପିଓକେ ଏବଂ ପାକିସ୍ତାନରେ ୯ଟି ଆତଙ୍କୀ ଆଡ୍ଡାକୁ ଟାର୍ଗେଟ୍ କରିଥିଲା ଆମ ସେନା। ୯ଟି ଆତଙ୍କୀ ଆଡ୍ଡା ସ୍ଥଳରେ ୧୦୦ରୁ ଊର୍ଦ୍ଧ୍ବ ଆତଙ୍କୀଙ୍କୁ ନିପାତ କରିଛୁ ବୋଲି ପ୍ରତିରକ୍ଷା ମନ୍ତ୍ରୀ ସଂସଦରେ କହିଛନ୍ତି।
3.Jammu & Kashmir: ସୋମବାର ଦିନ ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ହରୱାନର ଲିଡୱାସ ଅଞ୍ଚଳରେ ଆତଙ୍କବାଦୀଙ୍କ ବିରୁଦ୍ଧରେ ଅପରେସନ ମହାଦେବ ଚାଲିଛି। ଏହି ଅପରେସନ ସମୟରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଏକ ଏନକାଉଣ୍ଟର ହୋଇଥିଲା। ତଥାପି, ସୁରକ୍ଷା ବାହିନୀକୁ ବଡ଼ ସଫଳତା ମିଳିଛି, ଅପରେସନ ମହାଦେବ ଅଧୀନରେ 3 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ଏହା ସହିତ, ପହଲଗାମ ଆକ୍ରମଣରେ ସାମିଲ ଥିବା ସୁଲେମାନ ମଧ୍ୟ ନିହତ ହୋଇଥିବା ସୂଚନା ଆସୁଛି। ଭାରତୀୟ ସେନାର ଚିନାର କୋରସ ଅନୁଯାୟୀ, ଲିଡୱାସ ଅଞ୍ଚଳରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା। ଏହି ସମୟରେ, ଅଧିକାରୀମାନେ କହିଛନ୍ତି ଯେ ପୋଲିସ, ସେନା ଏବଂ ସିଆରପିଏଫର ଏକ ମିଳିତ ଦଳ ମୁଲନାର ଜଙ୍ଗଲ ଅଞ୍ଚଳରେ ଘେରାବନ୍ଦୀ ଏବଂ ସର୍ଚ୍ଚ ଅପରେସନ ଆରମ୍ଭ କରିଛି।
4.Subhadra Installment: କୋଟିଆବାସୀ ପାଇବେ ସୁଭଦ୍ରା ସହାୟତା। ଆସନ୍ତା ରାକ୍ଷୀ ପୂର୍ଣ୍ଣିମାରେ କୋଟିଆବାସୀଙ୍କୁ ମିଳିବ ଏହି ସହାୟତା ରାଶି। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ନିମାପଡା ସ୍ବୟଂଶାସିତ ମହାବିଦ୍ୟାଳୟର ୬୨ତମ ପ୍ରତିଷ୍ଠା ଦିବସରେ ସାମିଲ ହୋଇ ଏହି ଘୋଷଣା କରିଛନ୍ତି। ସେ କହିଛନ୍ତି କି ରାକ୍ଷୀ ପୂର୍ଣ୍ଣିମାରେ ୧ କୋଟି ୨ ଲକ୍ଷ ୪୦ ହଜାର ମହିଳା ପାଇବେ ରକ୍ଷାବନ୍ଧନ ଭେଟି। ଅଗଷ୍ଟ ୯ ତାରିଖରେ ଆକାଉଣ୍ଟରେ ପହଞ୍ଚିବ ସୁଭଦ୍ରାର ତୃତୀୟ କିସ୍ତି ଟଙ୍କା। ଉପାନ୍ତଠାରୁ ଆରମ୍ଭ କରି ଉପକୂଳ କେଉଁଠି ବି ଯୋଗ୍ୟ ମହିଳା ସୁଭଦ୍ରାରୁ ବଞ୍ଚିତ ହେବେନି। କୋଟିଆର ଘରେ ଘରେ ପହଞ୍ଚିବ ସୁଭଦ୍ରା ସହାୟତା ରାଶି ବୋଲି ଶ୍ରୀମତୀ ପରିଡା ସୂଚନା ଦେଇଛନ୍ତି।
5.School Closed: ଭୁବନେଶ୍ୱର: ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଉତ୍କଟ ସ୍ଥିତିରେ ପହଞ୍ଚିଛି। ବନ୍ୟା ସ୍ଥିତିକୁ ଦୃଷ୍ଟିରେ ରଖି ଆଗାମୀ ଦୁଇ ଦିନ ପାଇଁ ଭଦ୍ରକ ଜିଲ୍ଲାର ୪ ପଞ୍ଚାୟତରେ ସ୍କୁଲ ଗୁଡିକୁ ଛୁଟି ଘୋଷଣା କରିଦିଆଯାଇଛି। ଏଠାରେ କହି ରଖୁ କି ଉପରମୁଣ୍ଡରେ ପ୍ରବଳ ବର୍ଷା କାରଣରୁ ରାଜ୍ୟରେ ବନ୍ୟା ପରିସ୍ଥିତି ଉତ୍କଟ ହୋଇଛି। ଆଜି ଓ ଆଗାମୀ ଦୁଇ ଦିନ ପାଇଁ ରାଜ୍ୟରେ ପ୍ରବଳ ବର୍ଷା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ବନ୍ୟାରେ ୨୧ ପଞ୍ଚାୟତର ୨୯ଟି ଗାଁ ପ୍ରଭାବିତ ହୋଇଛି।
6.Odisha Ministry Reshuffle: ରାଜ୍ୟ ମନ୍ତ୍ରିମଣ୍ଡଳରେ ମହିଳା ସମୀକରଣ ବଦଳିପାରେ। ବଢ଼ୁଥିବା ମହିଳା ବିରୋଧୀ ହିଂସା, ଛାତ୍ରୀ ନିର୍ଯାତନାକୁ ନେଇ ରାଜ୍ୟ ସାରା ଦେଶରେ ନିନ୍ଦିତ ହେଉଥିବା ବେଳେ ରାଜ୍ୟ ସରକାର ଏହାର ବିକଳ୍ପ ଖୋଜୁଥିବା ଚର୍ଚ୍ଚା ହେଉଛି। ଏହିକ୍ରମରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ବେଳେ ଏଣିକି ମହିଳାଙ୍କୁ ଅଧିକ ସୁଯୋଗ ମିଳିବାକୁ ଯାଉଛି। ଗତକାଲି ମୁଖ୍ୟମନ୍ତ୍ରୀ ମହିଳା ବିଧାୟକ ଉପାସନାଙ୍କୁ ଭେଟିବା ଏବଂ ଦିଲ୍ଲୀରେ ରାଜ୍ୟପାଳଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ଆଲୋଚନା ଏହାକୁ ସ୍ପଷ୍ଟ କରିଛି।
7.Weather News: ରାଜ୍ୟରେ ଏବେ ସକ୍ରିୟ ରହିଛି ମୌସୁମୀ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପ୍ରବଳ ବର୍ଷା ଲାଗି ରହିଛି। ମଙ୍ଗଳବାର ଜୁଲାଇ ୨୯ ତାରିଖରେ ୨୦ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ୟେଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ। ୟେଲୋ ଆଲର୍ଟ ଜାରି କରାଯାଇଥିବା ୧୫ ଜିଲ୍ଲା ହେଉଛି କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଭଦ୍ରକ, ଢେଙ୍କାନାଳ, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର, ଝାରସୁଗୁଡ଼ା, ବରଗଡ଼, ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ନୟାଗଡ଼, ଗଞ୍ଜାମ, ଗଜପତି, ଖୋର୍ଦ୍ଧା, ପୁରୀ।
8.Website Hacked:ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗର ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟ ଆଜି ସକାଳେ କିଛି ସମୟ ପାଇଁ ହ୍ୟାକ୍ ହୋଇଥିବାର ଜଣାପଡିଛି। ବିଭାଗର କାର୍ଯ୍ୟକଳାପ ସହ ସମ୍ପୃକ୍ତ ନଥିବା କିଛି ପୋଷ୍ଟ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟରେ ଅପଲୋଡ୍ ହୋଇଥିଲା। ଉକ୍ତ ଘଟଣାଟି ବିଭାଗର ନଜରକୁ ଆସିବା ପରେ, ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରିବା ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ଉଚ୍ଚଶିକ୍ଷା ବିଭାଗ ତରଫରୁ ଇନ୍ଷ୍ଟାଗ୍ରାମ୍ ଆକାଉଣ୍ଟକୁ Retrieve କରାଯିବା ସହିତ ବିଭାଗ ସହ ସମ୍ପୃକ୍ତ ନ ଥିବା ପୋଷ୍ଟ ଗୁଡ଼ିକୁ ହଟାଇ ଦିଆଯାଇଛି।
9.Flood News: କ୍ଷୟକ୍ଷତି ରିପୋର୍ଟ ଆସିବାର ୨୪ ଘଣ୍ଟାରେ ମିଳିବ ବନ୍ୟା ସହାୟତା। ପ୍ରତିକ୍ରିୟା ରଖିଲେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି 'ପାଗ ଅନୁକୂଳ ହେଲେ କାଲି ବନ୍ୟାଞ୍ଚଳ ପରିଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ଲୋକେ ରିଲିଫ୍ ସେଣ୍ଟର୍ରେ ଥିବା ପର୍ଯ୍ୟନ୍ତ ରନ୍ଧା ଖାଦ୍ୟ ଯୋଗାଇ ଦିଆଯିବ। ନଦୀରେ ଜଳସ୍ତର କମିଛି, ତଳିଆ ଅଞ୍ଚଳରୁ ପାଣି କମିବାରେ ସମୟ ଲାଗିବ'।
10. Crime News: ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା। ମୋବାଇଲକୁ ନେଇ ଝଗଡା ଓ ତାପରେ ଘରେ କେହି ନଥିବା ବେଳେ ଆତ୍ମହତ୍ୟା। ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଉଲିଆପଦା ଗାଁରେ। ସୂଚନା ଅନୁଯାୟୀ ଉଳିଆପଦା ଗାଁର ଜଣେ ନାବାଳିକାର ବାହାଘର ପାଁଇ କନ୍ଧମାଳ ଜିଲ୍ଲାର ଜଣେ ଯୁବକଙ୍କ ସହ ବାହାଘର ଠିକ ହୋଇଥିଲା। ହେଲେ ନାବାଳିକା ଜଣକ ପାଠ ପଡୁଥିବାରୁ ଯୁବକ ଜଣକ ନିଜ ଘର ବ୍ରାହ୍ମଣି ଗାଁ ରେ ନାବାଳିକା କୁ ରଖି ପାଠ ପଡାଉଥିଲେ। ହେଲେ ଦଶମ ପରେ କଲେଜରେ ପଡ଼ାଇବା ପାଁଇ ପରିବାର ଲୋକଙ୍କ ମଧରେ ମତ ପରିବର୍ତ୍ତନ ହେବାରୁ ଯୁବକ ନାବାଳିକାକୁ ଉଳିଆପଦାରେ ଆଣି ଛାଡିଥିଲେ। ଯୁବକଙ୍କ କହିବା ପ୍ରକାରେ ଏକ ମୋବାଇଲକୁ ନେଇ ଯୁବକଙ୍କ ସହ ନାବାଳିକାର ପାଟିତୁଣ୍ଡ ହୋଇଥିଲା। ନାବାଳିକାକୁ ଯୁବକ ଜଣକ ସେଠାରେ ଛାଡି କେଉଁ ଆଡେ ଚାଲିଯାଇଥିଲେ।