Indian Squad: ଇଂଲଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଗିଲ ହେଲେ ଅଧିନାୟକ, BCCI ଦେଲା ଏହି ୧୮ ଖେଳାଳିଙ୍କୁ ସୁଯୋଗ
Advertisement
Article Detail0/zeeodisha/odisha2771401

Indian Squad: ଇଂଲଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା, ଗିଲ ହେଲେ ଅଧିନାୟକ, BCCI ଦେଲା ଏହି ୧୮ ଖେଳାଳିଙ୍କୁ ସୁଯୋଗ

IND vs ENG Indian Squad for England Test Series: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ବିସିସିଆଇ ଚୟନ କମିଟି ଘୋଷଣା କରିଛି। ଏହା ସମେତ ଚୟନ କମିଟି ଦଳର ନୂତନ ଅଧିନାୟକ ଏବଂ ଉପ-ଅଧିନାୟକଙ୍କୁ ମଧ୍ୟ ଚୟନ କରିଛନ୍ତି। ରୋହିତ ଶର୍ମାଙ୍କ ଅବସର ପରେ ଖାଲି ପଡ଼ିଥିବା ପଦବୀରେ ଶୁବମନ ଗିଲଙ୍କୁ ଅଧିନାୟକ କରାଯାଇଛି। 

ଇଂଲଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା
ଇଂଲଣ୍ଡ ଗସ୍ତ ପାଇଁ ଟିମ୍ ଇଣ୍ଡିଆ ଘୋଷଣା

Indian Squad for England Test Series: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଟେଷ୍ଟ ଦଳ ବିସିସିଆଇ ଚୟନ କମିଟି ଘୋଷଣା କରିଛି। ଏହା ସମେତ ଚୟନ କମିଟି ଦଳର ନୂତନ ଅଧିନାୟକ ଏବଂ ଉପ-ଅଧିନାୟକଙ୍କୁ ମଧ୍ୟ ଚୟନ କରିଛନ୍ତି। ରୋହିତ ଶର୍ମାଙ୍କ ଅବସର ପରେ ଖାଲି ପଡ଼ିଥିବା ପଦବୀରେ ଶୁବମନ ଗିଲଙ୍କୁ ଅଧିନାୟକ କରାଯାଇଛି। ବିସିସିଆଇର ଏହି ଘୋଷଣା ଅନେକ ପ୍ରକାରର ଗୁଜବର ଅନ୍ତ ଘଟାଇଛି। ଟେଷ୍ଟ ଦଳର ଅଧିନାୟକ ପଦ ପାଇଁ ଅନେକ ଖେଳାଳିଙ୍କ ନାମ ରେସରେ ଥିଲା କିନ୍ତୁ ବିସିସିଆଇ ଗିଲଙ୍କ ଉପରେ ଭରସା ପ୍ରକାଶ କରିଛି ଏବଂ ରିଷଭ ପନ୍ତଙ୍କୁ ଦଳର ଉପ-ଅଧିନାୟକ କରାଯାଇଛି।

ଭାରତ-ଇଂଲଣ୍ଡ ଗସ୍ତର ମାତ୍ର କିଛି ଦିନ ପୂର୍ବରୁ ଦୁଇ ବରିଷ୍ଠ ଭାରତୀୟ ଖେଳାଳି ବିରାଟ କୋହଲି ଏବଂ ରୋହିତ ଶର୍ମା ଟେଷ୍ଟ କ୍ରିକେଟରୁ ଅବସର ନେଇଥିଲେ। ଅଭିଜ୍ଞ ଖେଳାଳିଙ୍କ ବଦଳରେ ଖେଳାଳି ଖୋଜିବା ମଧ୍ୟ ଏକ ଚ୍ୟାଲେଞ୍ଜ ଥିଲା। ତେଣୁ ମିଶ୍ରଣକୁ ଦୃଷ୍ଟିରେ ରଖି ବିସିସିଆଇ ଭାରତୀୟ ଦଳ ଚୟନ କରିଛି। ଚୟନ କମିଟି ଅଧ୍ୟକ୍ଷ ଅଜିତ ଅଗରକର ମଧ୍ୟ ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ୧୮ ଜଣିଆ ଭାରତୀୟ ଦଳ ଘୋଷଣା କରିଛନ୍ତି। ଆଇପିଏଲ୍ ୨୦୨୫ ଯୋଗୁଁ ସୃଷ୍ଟି ହୋଇଥିବା ବାଧା ଏବଂ ଏହି ପ୍ରସଙ୍ଗରେ ଏକ ମାସର ମାନସ ମନ୍ଥନ ପରେ ଏବେ ଏକ ଯୁବ ଭାରତୀୟ ଦଳ ଗଠନ କରାଯାଇଛି। ଯାହା ଭାରତର ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (WTC 2015-27) ଚକ୍ର ପାଇଁ ପ୍ରସ୍ତୁତ ହେବ।

fallback

ବିସିସିଆଇ ଦଳରେ ଅଭିଜ୍ଞତା ସହିତ ଯୁବପିଢ଼ିଙ୍କୁ ପ୍ରଚୁର ସୁଯୋଗ ଦେଇଛି। ଆଗାମୀ ଟେଷ୍ଟ ସିରିଜରେ ଏହି ୧  ଜଣ ଖେଳାଳିଙ୍କୁ ମନୋନୀତ କରାଯାଇଛି - ଶୁବମନ ଗିଲ (ଅଧିନାୟକ), ଋଷଭ ପନ୍ତ (ୱିକେଟ୍ ରକ୍ଷକ ତଥା ଉପ-ଅଧିନାୟକ), ଯଶସ୍ୱୀ ଜୟସ୍ୱାଲ, କେ.ଏଲ୍ ରାହୁଲ, ସାଇ ସୁଦର୍ଶନ, ଅଭିମନ୍ୟୁ ଇଶ୍ୱରନ୍, କରୁଣ ନାୟାର, ନୀତୀଶ ରେଡ୍ଡୀ, ରବିନ୍ଦ୍ର ଜାଡେଜା, ଧ୍ରୁରୁବ ଜୁରେଲ, ମହମ୍ମଦ ସିରାଜ, ଅର୍ଶଦୀପ ସିଂ, ପ୍ରସିଦ୍ଧ କ୍ରୀଷ୍ଣା, ଆକାଶ ଦୀପ ଏବଂ କୁଲଦୀପ ଯାଦବ।

fallback

ପାଞ୍ଚଟି ଟେଷ୍ଟ ମ୍ୟାଚ୍‌ର ସମ୍ପୂର୍ଣ୍ଣ ସୂଚୀ
୨୦ ଜୁନରୁ ଆରମ୍ଭ ହେବାକୁ ଥିବା ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜକୁ ସମସ୍ତେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ସିଜିନରେ ୫ଟି ଟେଷ୍ଟ ମ୍ୟାଚ୍ ଖେଳାଯିବ। ଯାହା ୨୦ ଜୁନରୁ ଲିଡ୍ସରେ ଆରମ୍ଭ ହେବ। ଏହି ସିଜିନର ଦ୍ୱିତୀୟ ମ୍ୟାଚ୍ ୨ ଜୁଲାଇରୁ ଏଜବାଷ୍ଟନରେ ଖେଳାଯିବ। ୧୦ ଜୁଲାଇରୁ ଆରମ୍ଭ ହେଉଥିବା ତୃତୀୟ ଟେଷ୍ଟ ଲଣ୍ଡନର ଲର୍ଡସରେ ଖେଳାଯିବ। ଚତୁର୍ଥ ଟେଷ୍ଟ ମ୍ୟାଚ୍ ୨୩ ଜୁଲାଇରୁ ଓଲ୍ଡ ଟ୍ରାଫୋର୍ଡରେ ଏବଂ ପଞ୍ଚମ ମ୍ୟାଚ୍ ୩୧ ଜୁଲାଇରୁ ଓଭାଲରେ ଖେଳାଯିବାର କାର୍ଯ୍ୟକ୍ରମ ରହିଛି। ଏହା ସହିତ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ୨୦୨୫-୨୭ ଚକ୍ର ଆରମ୍ଭ ହେବ।

;