Puri News: ଜଗା ଦର୍ଶନ ସାରି ଫେରିବା ବେଳେ ତିନି ଯୁବତୀଙ୍କୁ ଅସଦାଚରଣ
Advertisement
Article Detail0/zeeodisha/odisha2850560

Puri News: ଜଗା ଦର୍ଶନ ସାରି ଫେରିବା ବେଳେ ତିନି ଯୁବତୀଙ୍କୁ ଅସଦାଚରଣ

ପୁରୀ: ପୁରୀରେ ୩ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ। ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ। ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁରରେ ଘଟିଛି ଘଟଣା। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସାରି ଫେରିବା ବେଳେ ୩ ଭଉଣୀଙ୍କୁ ଅସଦାଚରଣ ହୋଇଥିବା ନେଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଦୁଇ ବାଇକରେ ଆସି ୪ ରୁ ୫ ଜଣ ଯୁବକ ଅସଦାଚରଣ କରିଥିବା ନେଇ

Puri News: ଜଗା ଦର୍ଶନ ସାରି ଫେରିବା ବେଳେ ତିନି ଯୁବତୀଙ୍କୁ ଅସଦାଚରଣ

Puri News: ପୁରୀ: ପୁରୀରେ ୩ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ। ଦୁଇ ଯୁବକଙ୍କୁ କାବୁ କଲେ ଗ୍ରାମବାସୀ। ପୁରୀ ସଦର ଥାନା ଅନ୍ତର୍ଗତ କଣ୍ଠପୁରରେ ଘଟିଛି ଘଟଣା। ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ ସାରି ଫେରିବା ବେଳେ ୩ ଭଉଣୀଙ୍କୁ ଅସଦାଚରଣ ହୋଇଥିବା ନେଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି। ଦୁଇ ବାଇକରେ ଆସି ୪ ରୁ ୫ ଜଣ ଯୁବକ ଅସଦାଚରଣ କରିଥିବା ନେଇ ଅଭିଯୋଗ କରିଛନ୍ତି ଯୁବତୀଙ୍କ ବାପା।ଏହାସହିତ ସୁନା ଚେନ ଓ ଭ୍ୟାନିଟି ଥିବା ୨ ରୁ ୩ ହଜାର ଟଙ୍କା ନେଇ ଯାଇଥିବା ଅଭିଯୋଗ ହୋଇଛି।

କାବୁ ହୋଇଥିବା ଦୁଇ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍। ଅଟକ ଦୁଇ ଯୁବକ ବ୍ରହ୍ମଗିରି ଅଞ୍ଚଳର ବୋଲି ସୂଚନା ମିଳୁଛି। ଉଭୟ ନିଶାସକ୍ତ ଅବସ୍ଥାରେ ଥିଲେ। ତେବେ ଅଭିଯୋଗ ଅନୁଯାୟୀ ଶମ୍ଭୁ ଏକାଦଶୀ ଥିବାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ସନ୍ଧ୍ୟା ୭ଟା ପାଖାପାଖି ତିନି ଭଉଣୀ ଦର୍ଶନ ପାଇଁ ଯାଇଥିଲେ। ଫେରିବା ବାଟରେ ଅନ୍ଧାର ରାସ୍ତା ଦେଖି ଦୁଇ ବାଇକରେ ଆସିଥିବା ୪ ରୁ ୫ ଯୁବକ ତାଙ୍କୁ ଘେରି ଯାଇଥିଲେ। ଯୁବକ ନିଶାସକ୍ତ ଅବସ୍ଥାରେ ଥିଲେ। ଯୁବତୀଙ୍କୁ ଟଣା ଓଟରା ସହ ସୁନା ଚେନ ଓ ଭ୍ୟାନିଟି ବ୍ୟାଗ୍ ଓ ତା ଭିତରେ ଥିବା ୨ ରୁ ୩ ହଜାର ଟଙ୍କା ଛଡ଼ାଇ ନେଇ ଯାଇଥିଲେ। ଟଣାଓଟରା କରିବା ସହ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଛି। 

ଦୁର୍ବୃତ୍ତଙ୍କ ମାଡ଼ରେ ଯୁବତୀମାନେ ଚିତ୍କାର କରିବା ପରେ ଯୁବକଙ୍କୁ ଘେରିଥିଲେ ଗ୍ରାମବାସୀ। ତେବେ ଦୁଇଜଣଙ୍କୁ କାବୁ କରିବା ପରେ ଅନ୍ୟ ମାନେ ଖସି ପଳାଇବାକୁ ସକ୍ଷମ ହୋଇଥିଲେ। ଏନେଇ ଅଧିକ ଛାନଭିନ କରୁଛି ପୋଲିସ୍। ତେବେ ଏହି ଘଟଣାରେ ପୁରୀ ସଦର ଥାନାରେ କେଶ୍ ନମ୍ବର ୪୧୫/୨୫ ଓ ଦଫା ୩୯୪,୩୦୯ ଓ ୭୪ରେ ଏକ ମାମଲା ରୁଜୁ ହେବା ସହ ଘଟଣାର ଛାନଭିନ କରୁଛି ପୋଲିସ। ଦୁଇଜଣ ଗିରଫ ହୋଇଥିବା ବେଳେ ଅନ୍ଯ ଅଭିଯୁକ୍ତଙ୍କୁ ଖୋଜୁଛି ପୋଲିସ। ତେବେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳରୁ ଭକ୍ତମାନେ ଆସିଥାନ୍ତି। ଆଉ ଦର୍ଶନ ସାରି ବିଳମ୍ବିତ ରାତିରେ ସୁରକ୍ଷିତ ଘରକୁ ଫେରିଥାନ୍ତି। ମାତ୍ର ଏବେ ଏହି ସବୁ ରାସ୍ତା ଭକ୍ତମାନଙ୍କ ପାଇଁ ବିପଦ ସୃଷ୍ଟି ହୋଇଛି। ପୋଲିସର ସଠିକ୍ ପେଟ୍ରୋଲିଂ ନଥିବା ଓ ପୁଲିସ ପ୍ରତି ଭୟ ନଥିବାରୁ ଅପରାଧି ଓ ଲୁଟେରା ମାନଙ୍କ ପ୍ରାଦୁର୍ଭାବ ବଢ଼ିଯାଇଛି ବୋଲି ଅଭିଯୋଗ ହୋଇଛି।

;