Loknath Temple: ଶ୍ରୀଲୋକନାଥ ମନ୍ଦିରରେ ଜାଗର ଦର୍ଶନ ଚାଲିଥିବା ବେଳେ ଘଟିଛି ଅଭାବନୀୟ ଘଟଣା। ଗମ୍ଭିରାରେ ସାମ୍ବାଦିକଙ୍କୁ ଦୁର୍ବ୍ଯବହାର। ଟ୍ରଷ୍ଟ ସଦସ୍ଯ ଓ ପୁଲିସ କରିଛନ୍ତି ଦୁର୍ବ୍ଯବହାର। ଗମ୍ଭୀରା ଭିତରେ ଦର୍ଶନ କରୁଥିବା ବେଳେ ସାମ୍ବାଦିକ ମାନଙ୍କୁ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ। ଏମିତିକି ଜଣେ ସାମ୍ବାଦିକଙ୍କୁ ଗଳାଧକା ମାରିବାକୁ ପଛାଇନଥିଲେ ପୁଲିସ। ତେବେ ଏହି ଘଟଣାର ଛାନବିନ କରାଯାଉଛି। ସିସିଟିଭି ଯାଞ୍ଚ କରାଯାଉଛି କହି ଟାଳିବାକୁ ଉଦ୍ୟମ କରାଯାଉଥିବା ସ୍ପଷ୍ଟ ଜଣାପଡିଛି। ସେପଟେ ଆଜି ପବିତ୍ର ମହାଶିବରାତ୍ରି।ପୁରୀ ଲୋକନାଥ ଦେବଙ୍କ ଦର୍ଶନ ପାଇଁ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି। ହେଲେ ପ୍ରଥମକରି ଲୋକନାଥ ଦେବଙ୍କ ମନ୍ଦିର ପରିସର ଭିତରେ ସୁରକ୍ଷା ବ୍ୟବସ୍ଥାରେ ବାଉଁସର ନିଯୁକ୍ତି ହୋଇ ଦ୍ଵାର ଜଗିବା ଦେଖାଦେଇଥିଲା।
ମଧ୍ୟରାତ୍ରରୁ ଦ୍ଵାର ଫିଟା ନୀତି ପରେ ମଙ୍ଗଳାଳତି ବଢିବା ପରେ ଲୋକନାଥ ଦେବଙ୍କୁ ଦର୍ଶନ ସାରି ବାହାରକୁ ବାହାରୁଥିବା ଦ୍ଵାରରେ ବାଉଁସରଙ୍କୁ ନିଯୁକ୍ତି ଦେବା ନେଇ ବଡ ପ୍ରଶ୍ନବାଚୀ ଛିଡ଼ାକରିଛି।ଏହି ବାଉଁସରମାନେ ଭକ୍ତମାନଙ୍କୁ ଠେଲାପେଲା କରିବା ଅଭିଯୋଗ ଆସିବା ପରେ ପୋଲିସ ଅଧିକାରୀ ସେମାନଙ୍କୁ ପଚରାଉଚରା କରିଛନ୍ତି। ପୋଲିସର ଜାଣତରେ ବାଉଁସରଙ୍କୁ ନିଯୁକ୍ତି ଦିଆଯାଇଛି ନାଁ କେହି ପାଳିଆ ସେବାୟତ ଏମାନଙ୍କୁ ନିଯୁକ୍ତି ଦେଇଛନ୍ତି ତାହା ତଦନ୍ତ ସାପେକ୍ଷ।ଲୋକନାଥ ଦେବ ଟ୍ରଷ୍ଟି ଓ ଜିଲ୍ଲାପ୍ରଶାସନ ପକ୍ଷରୁ ଦର୍ଶନ ବ୍ୟବସ୍ଥାକୁ ଶୃଙ୍ଖଳିତ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ବାଉଁସର୍ ନିଯୁକ୍ତି ଦେବା ପୋଲିସ ପ୍ରଶାସନର ସୁରକ୍ଷା ବ୍ୟବସ୍ଥା ପ୍ରତି ଜନସାଧାରଣଙ୍କ ଆସ୍ଥା ହରାଇବା ଆଶଙ୍କା ଦେଖାଦେଇଛି।
ରାଜ୍ୟ ସରକାରଙ୍କ ଅଧିନରେ ଥିବା ଲୋକନାଥ ଦେବ ପୀଠରେ ବାଉଁଶର କିପରି ନିଯୁକ୍ତି ହେଲେ ଓ କାର୍ଯ୍ୟକଲେ ପୋଲିସର ସୁରକ୍ଷା ବ୍ୟବସ୍ଥା ପାଇଁ ବଡ଼ ପ୍ରଶ୍ନ। ସେପଟେ ଏସପି ଓ ଟ୍ରଷ୍ଟ ଅଧ୍ଯକ୍ଷ ପୁରୀ ଉପଜିଲ୍ଲାପାଳ ଏହି ଘଟଣାକୁ ହାଲକା ଭାବେ ଗ୍ରହଣ କରିଛନ୍ତି। ଏହି ଦୁଇଟି ଘଟଣାରେ ତଦନ୍ତ କରାଯିବ ବୋଲି କହିଛନ୍ତି।