ଜଗତସିଂପୁର: କେନାଲରେ ଖସିପଡ଼ିଲା କାର; ଜଣେ ମୃତ, ୪ ଆହତ
Advertisement
Article Detail0/zeeodisha/odisha2713849

ଜଗତସିଂପୁର: କେନାଲରେ ଖସିପଡ଼ିଲା କାର; ଜଣେ ମୃତ, ୪ ଆହତ

Jagatsinghpur News: ଜଗତସିଂପୁର ଜିଲ୍ଲା ସଦର ସହର ଉପକଣ୍ଠ ଜୟସୋଲ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ କାର କେନାଲ ବ୍ରିଜରୁ ତଳକୁ ଖସି ପଡ଼ିଛି। ଯାହା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ​​ଏବଂ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି। 

 

କେନାଲରେ ଖସିପଡ଼ିଲା କାର; ଜଣେ ମୃତ, ୪ ଆହତ
କେନାଲରେ ଖସିପଡ଼ିଲା କାର; ଜଣେ ମୃତ, ୪ ଆହତ

Jagatsinghpur Accident: ଜଗତସିଂପୁର ଜିଲ୍ଲା ସଦର ସହର ଉପକଣ୍ଠ ଜୟସୋଲ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏଠାରେ ଏକ କାର କେନାଲ ବ୍ରିଜରୁ ତଳକୁ ଖସି ପଡ଼ିଛି। ଯାହା ଫଳରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି ​​ଏବଂ ଅନ୍ୟ ଚାରି ଜଣ ଆହତ ହୋଇଛନ୍ତି। ଆହତ ମାନଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ମେଡିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି।

ରିପୋର୍ଟ ଅନୁସାରେ କଟକରୁ ଶେଖପାଟଣାକୁ ଏକ ପରିବାର କାର୍ ରେ ଫରୁଥିଲେ। କେନାଲ ବ୍ରିଜ୍ ନିକଟରେ ଏହି କାର ନିୟନ୍ତ୍ରଣ ହରାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା।

ଦୁର୍ଘଟଣା ଜୀବନ ହରାଇଥିବା ମୃତକଙ୍କ ନାମ ଶେଖପାଟଣାର ୩୬ ବର୍ଷୀୟ ଜିସମା ଫାରାନା ବୋଲି ଜଣାପଡିଛି। ଯାହାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା।

ଅନ୍ୟ ଆହତ ଚାରି ଜଣଙ୍କୁ ପ୍ରଥମେ ଜଗତସିଂପୁର ଜିଲ୍ଲା ମୁଖ୍ୟା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ପରେ ଗୁରୁତର ଆହତ ଥିବା ଦୁଇଜଣଙ୍କୁ ଉନ୍ନତ ଚିକିତ୍ସା ପାଇଁ କଟକର ଏସସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା। ଏହି ଘଟଣା ସ୍ଥାନିୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି।

Also Read: ତାମିଲନାଡୁରେ BJP ଏବଂ AIADMK ମଧ୍ୟରେ ହେଲା ମେଣ୍ଟ, ଏକାଠି ଲଢ଼ିବେ ନିର୍ବାଚନ; ଶାହ କଲେ ଘୋଷଣା

Video: ପୋଲିସକୁ ହେଲମେଟ ପିନ୍ଧିବାକୁ ପରାମର୍ଶ ଦେବା ଯୁବକଙ୍କୁ ପଡ଼ିଲା ମହଙ୍ଗା, ଗାଡ଼ି ଅଟକାଇ ମାରିଲେ ବ୍ରହ୍ମ ଚାପୁଡ଼ା

 

 

;