Crime News: ଦଶମ ପରେ କଲେଜରେ ପଡ଼ାଇବା ପାଁଇ ପରିବାର ଲୋକଙ୍କ ମଧରେ ମତ ପରିବର୍ତ୍ତନ ହେବାରୁ ଯୁବକ ନାବାଳିକାକୁ ଉଳିଆପଦାରେ ଆଣି ଛାଡିଥିଲେ। ଯୁବକଙ୍କ କହିବା ପ୍ରକାରେ ଏକ ମୋବାଇଲକୁ ନେଇ ଯୁବକଙ୍କ ସହ ନାବାଳିକାର ପାଟିତୁଣ୍ଡ ହୋଇଥିଲା। ନାବାଳିକାକୁ ଯୁବକ ଜଣକ ସେଠାରେ ଛାଡି କେଉଁ ଆଡେ ଚାଲିଯାଇଥିଲେ।
Trending Photos
Crime News: ଦଶମ ଶ୍ରେଣୀ ଛାତ୍ରୀଙ୍କ ଆତ୍ମହତ୍ୟା। ମୋବାଇଲକୁ ନେଇ ଝଗଡା ଓ ତାପରେ ଘରେ କେହି ନଥିବା ବେଳେ ଆତ୍ମହତ୍ୟା। ଘଟଣା ଘଟିଛି ଗଜପତି ଜିଲ୍ଲା ଅଡବା ଥାନା ଅନ୍ତର୍ଗତ ଉଲିଆପଦା ଗାଁରେ। ସୂଚନା ଅନୁଯାୟୀ ଉଳିଆପଦା ଗାଁର ଜଣେ ନାବାଳିକାର ବାହାଘର ପାଁଇ କନ୍ଧମାଳ ଜିଲ୍ଲାର ଜଣେ ଯୁବକଙ୍କ ସହ ବାହାଘର ଠିକ ହୋଇଥିଲା। ହେଲେ ନାବାଳିକା ଜଣକ ପାଠ ପଡୁଥିବାରୁ ଯୁବକ ଜଣକ ନିଜ ଘର ବ୍ରାହ୍ମଣି ଗାଁ ରେ ନାବାଳିକା କୁ ରଖି ପାଠ ପଡାଉଥିଲେ। ହେଲେ ଦଶମ ପରେ କଲେଜରେ ପଡ଼ାଇବା ପାଁଇ ପରିବାର ଲୋକଙ୍କ ମଧରେ ମତ ପରିବର୍ତ୍ତନ ହେବାରୁ ଯୁବକ ନାବାଳିକାକୁ ଉଳିଆପଦାରେ ଆଣି ଛାଡିଥିଲେ। ଯୁବକଙ୍କ କହିବା ପ୍ରକାରେ ଏକ ମୋବାଇଲକୁ ନେଇ ଯୁବକଙ୍କ ସହ ନାବାଳିକାର ପାଟିତୁଣ୍ଡ ହୋଇଥିଲା। ନାବାଳିକାକୁ ଯୁବକ ଜଣକ ସେଠାରେ ଛାଡି କେଉଁ ଆଡେ ଚାଲିଯାଇଥିଲେ।
ହେଲେ ଶେଷରେ ଖବର ମିଲିଛି ଯେ ନାବାଳିକା ଜଣକ ଏକ ଲୁଗାରେ ବେକକୁ ଲଗାଇ ନିଜ ଘରେ ଝୁଲିପଡିଛନ୍ତି। ତେବେ ନାବାଳିକାର ମାଆ ସମସ୍ତଙ୍କୁ ଖବର ଦେଇଥିଲେ। ହେଲେ ଉକ୍ତ ଲୁଗାରୁ ଖୋଲି ନାବାଳିକାକୁ ବିରିକୋଟ ମେଡିକାଲରେ ପରିବାର ଲୋକ ପହଂଚି ଥିଲେ। ବିରିକୋଟ ମେଡିକାଲ ଡାକ୍ତର ନାବାଳିକାକୁ ମୃତ ଘୋଷଣା କରିବା ସହିତ ଅଡବା ପୋଲିସକୁ ସୂଚନା ଦେଇଥିବା କହିଛନ୍ତି।