Tara Bahinipati suspended: ବିଧାନସଭାରେ ବାଚସ୍ପତିଙ୍କ ମାଇକ୍ରୋଫୋନ ଭାଙ୍ଗିବା ଏବଂ ପରେ ହାତାହାତି ହେବା ପାଇଁ ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ସାତ ଦିନ ପାଇଁ ବିଧାନସଭାରୁ ନିଲମ୍ବିତ କରାଯାଇଛି।
Trending Photos
MLA Tara Bahinipati suspended: ବିଧାନସଭା ଗୃହ କାର୍ଯ୍ୟକାଳ ମଧ୍ୟରେ ହାତାହାତି ଏବଂ ଧସ୍ତା ଧସ୍ତି ପରେ ଜୟପୁରର କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କୁ ଓଡ଼ିଶା ବିଧାନସଭାରୁ ସାତ ଦିନ ପାଇଁ ନିଲମ୍ବିତ କରାଯାଇଛି।
ଶାସକ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ଦ୍ୱାରା ନିଲମ୍ବନ ପ୍ରସ୍ତାବ ଆଣା ଯାଇଥିଲା ଏବଂ ବାଚସ୍ପତି ସୁରମା ପାଢୀଙ୍କ ଦ୍ୱାରା ଏହାକୁ ଅନୁମୋଦନ କରିଛନ୍ତି। କଂଗ୍ରେସ ବିଧାୟକଙ୍କ ନିଲମ୍ବନର ପ୍ରତିବାଦରେ ବିଧାନସଭାରେ ବାହିନୀପତିଙ୍କ ଦଳୀୟ ସହଯୋଗୀମାନେ ଗୃହରେ କଳାପଟି ବାନ୍ଧି ଧାରଣା ଦେଇଥିଲେ। ବିଜେଡି ବିଧାୟକ ମାନେ ମଧ୍ୟ ନିଲମ୍ବନର ପ୍ରତିବାଦ କରି ଗୃହରୁ ୱାକଆଉଟ୍ କରିଥିଲା।