Justice Harish Tandon: କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ତନ ଆଜି ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି।
Trending Photos
Justice Harish Tandon: କଲିକତା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ୍ ହରିଶ୍ ଟଣ୍ତନ ଆଜି ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି। ହାଇକୋର୍ଟ ପରିସରରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ତାଙ୍କୁ ରାଜ୍ୟପାଳ ହରି ବାବୁ କମ୍ଭମ୍-ପାଟି ଶପଥ ପାଠ କରାଇବେ। ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦରେ ଥିବା ଜଷ୍ଟିସ୍ ଚକ୍ରଧାରୀ ଶରଣ ସିଂ ଗତ ଜାନୁଆରୀ ୧୯ ରେ ତାରିଖରେ ଅବସର ଗ୍ରହଣ କରିବା ପରେ ଏହି ପଦ ପୂରଣ ହୋଇପାରି ନଥିଲା। ଅପରପକ୍ଷେ ୨୦୧୦, ମସିହା ଏପ୍ରିଲ୍ ୧୩ ତାରିଖରେ ଜଷ୍ଟିସ୍ ଟଣ୍ତନ କଲିକତା ହାଇକୋର୍ଟରେ ବିଚାରପତି ଭାବେ ନିଯୁକ୍ତି ପାଇଥିଲେ। ସର୍ବଭାରତୀୟ ସ୍ତରରେ ସମସ୍ତ ହାଇକୋର୍ଟର ବିଚାରପତିଙ୍କ ବରିଷ୍ଠତା ଆଧାରରେ ଜଷ୍ଟିସ୍ ଟଣ୍ତନ ସପ୍ତମ ସ୍ଥାନରେ ଅଛନ୍ତି।