ଉଦ୍ଘାଟନ ସମୟରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ ନିର୍ଦ୍ଦେଶକ ଅଶିଷ ଗୁପ୍ତା କହିଥିଲେ ଯେ, “ଭୁବନେଶ୍ୱର ଓ ଓଡ଼ିଶା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ଏହି ନୂତନ ଟଚ୍ପଏଣ୍ଟ ସେଣ୍ଟର ଆମ ଦେଶବ୍ୟାପୀ ନେଟୱାର୍କ ବିକାଶର ଏକ ପ୍ରମାଣ । ଏହା ଗ୍ରାହକଙ୍କୁ ଉତ୍କୃଷ୍ଟ ସେଲ୍ସ୍ ଓ ଆଫ୍ଟରସେଲ୍ସ୍ ଅନୁଭବ ଦେବା ଆମର ପ୍ରତିବଦ୍ଧତାକୁ ପ୍ରମାଣିତ କରିବ" ।
Trending Photos
ଭୁବନେଶ୍ୱର: 'ଗ୍ରାହକ ପ୍ରଥମ' ନୀତିକୁ ଆଧାର କରି ସ୍କୋଡା ଅଟୋ ଇଣ୍ଡିଆ ନିଜର ନେଟୱାର୍କ ବିସ୍ତାରକୁ ଜୋରଦାର କରିଛି । ଗୁରବାର ଦିନ ଭୁବନେଶ୍ୱରର ପଟିଆ ଅଞ୍ଚଳରେ ଦୁଇଟି ନୂଆ ଟଚ୍ପଏଣ୍ଟର ଉଦ୍ଘାଟନ କରିଛି। ଏହି ଦୁଇଟି ସେଲ୍ସ୍ ଏବଂ ସର୍ଭିସ୍ ସେଣ୍ଟର 'ଏମ୍ପୋରିଓ ଆଲ୍ଲିଡ଼ ପ୍ରାଇଭେଟ ଲିମିଟେଡ଼' ଦ୍ୱାରା ଚଳାଚଳିତ ହେବ ।
ଏହି ନୂତନ ପ୍ରତିଷ୍ଠାନ ସହିତ, ଓଡ଼ିଶାରେ ସ୍କୋଡା ଅଟୋ ଇଣ୍ଡିଆର ମୋଟ ଛଅଟି ଟଚ୍ପଏଣ୍ଟ ସେଣ୍ଟର ହୋଇଛି ଓ ଭୁବନେଶ୍ୱରରେ ଏହା ତୃତୀୟ । ଏହି ପଦକ୍ଷେପ, ପୂର୍ବ ଭାରତରେ ସ୍କୋଡା ଅଟୋ ଇଣ୍ଡିଆର ନେଟୱାର୍କ ବିସ୍ତାରକୁ ଆଗକୁ ନେଇଛି । ୪୨୫୦ ବର୍ଗଫୁଟ ଅଞ୍ଚଳରେ ୬ଟି ଗାଡ଼ି ପ୍ରଦର୍ଶନ ପାଇଁ ନିର୍ଦ୍ଧାରିତ ସ୍ଥାନ ସହିତ ସର୍ଭିସ୍ ଏବଂ ସ୍ପେୟାର୍ସ ପାଇଁ ଅତ୍ୟାଧୁନିକ ଡିଜାଇନ୍ ଅନୁଯାୟୀ ନିର୍ମାଣ ହୋଇଛି ଏହି ଟଚ୍ପଏଣ୍ଟ ସେଣ୍ଟର ।
ଏହି ଉଦ୍ଘାଟନ ସମୟରେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ ନିର୍ଦ୍ଦେଶକ ଅଶିଷ ଗୁପ୍ତା କହିଥିଲେ ଯେ, “ଭୁବନେଶ୍ୱର ଓ ଓଡ଼ିଶା ଆମ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ବଜାର। ଏହି ନୂତନ ଟଚ୍ପଏଣ୍ଟ ସେଣ୍ଟର ଆମ ଦେଶବ୍ୟାପୀ ନେଟୱାର୍କ ବିକାଶର ଏକ ପ୍ରମାଣ । ଏହା ଗ୍ରାହକଙ୍କୁ ଉତ୍କୃଷ୍ଟ ସେଲ୍ସ୍ ଓ ଆଫ୍ଟରସେଲ୍ସ୍ ଅନୁଭବ ଦେବା ଆମର ପ୍ରତିବଦ୍ଧତାକୁ ପ୍ରମାଣିତ କରିବ" ।
ଏମ୍ପୋରିଓ ଆଲ୍ଲିଡ଼ ପ୍ରାଇଭେଟ ଲିମିଟେଡ଼ର ଡିଲର୍ ପ୍ରିନ୍ସିପାଲ୍, ଅବିନାଶ ସାମଲ କହିଥିଲେ ଯେ, “ସ୍କୋଡା ଗୁଣବତ୍ତା, ଗ୍ରାହକ ସେବା ପାଇଁ ପରିଚିତ। ଭୁବନେଶ୍ୱରରେ ଏହି ନୂଆ ସୁବିଧା ସହ ଆମେ ସ୍କୋଡା ଅଟୋ ଇଣ୍ଡିଆର ବ୍ରାଣ୍ଡ ପାଇଁ ଗର୍ବିତ । ଆଗାମୀ ଦିନରେ ଆଉ ଅଧିକ ଓ ଉନ୍ନତ ଗ୍ରାହକ ସେବା ଦେବା ପାଇଁ ଆମେ ସର୍ବଦା ପ୍ରତିବଦ୍ଧ।”
ସ୍କୋଡା ଅଟୋ ଇଣ୍ଡିଆର କୁସାକ, ସ୍ଲାଭିଆ, କୋଡିଅକ ଓ ଇନିଆକ ପରି ଲୋକପ୍ରିୟ ଗାଡି ଏଠାରେ ଉପଲବ୍ଧ । ଗ୍ରାହକମାନେ ଅନେକ ଆଫ୍ଟରସେଲ୍ସ୍ ପ୍ରୋଗ୍ରାମ୍ – ସୁପର କେୟାର , ଏକ୍ସଟେଣ୍ଡେଡ୍ ୱାରାଣ୍ଟି, ଭାଲ୍ୟୁ ସର୍ଭିସ୍ ପ୍ଲାନ୍ ପରି ସୁବିଧା ଉପଭୋଗ କରିପାରିବେ। ଏବେ ସ୍କୋଡା ଅଟୋ ଇଣ୍ଡିଆର ୩୦୦ରୁ ଅଧିକ ଟଚ୍ପଏଣ୍ଟ ୧୭୬ଟି ସହରରେ ବ୍ୟାପିଛି, ଯାହା ଦେଶରେ ଗ୍ରାହକ ସମ୍ପର୍କ ବୃଦ୍ଧିରେ ମୂଳ ଭୂମିକା ଗ୍ରହଣ କରିଛି ।
ଏହି ଅବସରରେ ସ୍କୋଡାର ବ୍ରାଣ୍ଡ ନିର୍ଦ୍ଦେଶକ ଶ୍ରୀ ଆଶିଷ ଗୁପ୍ତା, ଡିଲର ପ୍ରିନ୍ସିପାଲ୍ ଶ୍ରୀ ଅବିନାଶ ସାମଲ ଓ ବର୍ଷା ପ୍ରିୟଦର୍ଶିନୀ ସ୍ୱାଇଁ, ଅଧ୍ୟକ୍ଷ ଶ୍ରୀ ଗଙ୍ଗାଧର ସାମଲଙ୍କ ସହ ସ୍କୋଡା ସ୍କୋଡା ଅଟୋ ଇଣ୍ଡିଆର ଅନୀଲା, ପ୍ରଦୀପ କେମ୍ପାନ୍ନା, ବିଜୁ, ସୁଦୀପ ପୁରୀ ଓ ମିଥିନ ପ୍ରତିନିଧି ରୂପେ ଯୋଗ ଦେଇଥିଲେ ।
Also Read- Sonali Panda: ଥାନାର ଦ୍ୱାରସ୍ଥ ହେଲେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡାଙ୍କ ପୁଅ
Also Read- Mars Transit: ତୁଳା ରାଶିରେ ମଙ୍ଗଳ ଚଳନ, ୩ ରାଶି ପାଇଁ ଶୁଭ ସେପ୍ଟେମ୍ୱର