Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ୫ ଦିନିଆ ୫ ଜିଲ୍ଲା ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, ସୋନପୁର ଗସ୍ତ କାର୍ଯ୍ୟକ୍ରମ ରହିଛି । ପ୍ରଥମ ଦିନରେ କୋରାପୁଟ ଜୟପୁରରେ ପହଞ୍ଚିଛନ୍ତି ପ୍ରଭାତି । ସେଠାରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଓ ସୁଭଦ୍ରା ଯୋଜନାର ସମୀକ୍ଷା କାର୍ଯ୍ୟକ୍ରମ ରହିଛି । କାଲି ସୁଭଦ୍ରା ଟଙ୍କା ମିଳିବ ବୋଲି ଜଣାପଡିଛି। ଏହା ପୂର୍ବରୁ ଏହି ଯୋଜନାରେ ଉପୁଜିଥିବା ସମସ୍ୟାର ସମୀକ୍ଷା କରିବାକୁ କୋଟିଆ ଗସ୍ତ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।
Headlines 02-କାମାକ୍ଷାନଗର ତୁମୁସିଂହା ଥାନା କନ୍ତିଓକାଟେଣିଠାରେ ଯାତ୍ରୀବାହୀ ବସ୍ ଓଲଟିବା କାରଣରୁ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ହୋଇଛନ୍ତି । ପରଜଙ୍ଗ ଅଞ୍ଚଳରୁ ୫୦ରୁ ଅଧିକ ଯାତ୍ରୀଙ୍କୁ ନେଇ ଭୁବନେଶ୍ବର ଯାଉଥିବା ସମୟରେ ରେଙ୍ଗାଲିର ଶାଖା କେନାଲରେ ବସ୍ ଓଲଟିପଡ଼ିଥିଲା । କାମାକ୍ଷାନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା । ଗୁରୁତରମାନଙ୍କୁ ଅଁଳାବେରେଣୀ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।
Headlines 03- ଉପରାଷ୍ଟ୍ରପତି ନିର୍ବାଚନ ନେଇ ବଡ଼ ବୟାନ ଦେଇଛନ୍ତି ବିଜେଡି ନେତା ମହେଶ ସାହୁ । NDA ସମର୍ଥିତ ପ୍ରାର୍ଥୀଙ୍କୁ ବିଜେଡି ସମର୍ଥନ କରିବ ନାହିଁ ବୋଲି ମହେଶ କହିଛନ୍ତି । ଓଡ଼ିଶାର ଝିଅ ବୋଲି ରାଷ୍ଟ୍ରପତି ପାର୍ଥୀଙ୍କୁ ଆମେ ସମର୍ଥନ କରିଥିଲୁ କିନ୍ତୁ ଏବେ ସେ ପରିସ୍ଥିତି ନାହିଁ ତେଣୁ ସମ୍ପୂର୍ଣ୍ଣ ବିରୋଧ ହେବ ବୋଲି ମହେଶ କହିଛନ୍ତି ।
Headlines 04- ରାଉରକେଲା ନିକଟ ସରଣ୍ଡା ଜଙ୍ଗଲରେ IED ବିସ୍ଫୋରଣ କାରଣରୁ ୨ ଯବାନ ଗୁରୁତର ହୋଇଛନ୍ତି । କମ୍ବିଂ ଅପରେସନ ସମୟରେ ବିସ୍ଫୋରଣ ହୋଇଥିବା ଜଣା ପଡିଛି । ୨ CRPF ଯବାନ ଗୁରୁତର ଆହତ ହୋଇ ହସ୍ପିଟଲରେ ଭର୍ତ୍ତି ହୋଇଛନ୍ତି ।
Headlines 05- ଗୋପାଳପୁର ଗଣଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଓମ୍ ପ୍ରଧାନର ଜାମିନ୍ ଆବେଦନ ହୋଇପାରିନାହିଁ । ତଳ କୋର୍ଟରୁ ଫାଇଲ୍ ଯାଇ ନଥିବା କାରଣରୁ ଜାମିନ୍ ଆବେଦନ ହୋଇନାହିଁ । ଚାର୍ଜସିଟ୍ରେ ଓମ୍କୁ ବାଦ୍ ଦେଇଛି କ୍ରାଇମବ୍ରାଞ୍ଚ ତେଣୁ ଚାର୍ଜସିଟ୍ରେ ନାଁ ନଥିବା କାରଣରୁ ଜିଲ୍ଲା ଦୌରାଜଜ୍ କୋର୍ଟରେ ଆବେଦନ କରିଥାଆନ୍ତେ ।
Headlines 06- ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା ଏବଂ ସ୍ୱାମୀ ଶ୍ରୀକ୍ଷେତ୍ରଙ୍କ ବିବାଦ ପୁଣି ଚର୍ଚ୍ଚାକୁ ଆସିଛି । ବାପା ଶ୍ରୀକ୍ଷେତ୍ରଙ୍କ ସପକ୍ଷରେ ବାହାରି ନାବାଳକ ପୁଅ ଥାନାରେ ପହଞ୍ଚିଛି । ଶିଶୁ ମଙ୍ଗଳ କମିଟିରେ ହାଜର ହୋଇଛି କୁନିପୁଅ । ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ଙ୍କ ବେଞ୍ଚରେ ଦ୍ୱାରସ୍ଥ ହୋଇଛି ପୁଅ । ମାଆ ସୋନାଲିଙ୍କ ନିଷ୍ପତ୍ତି ବିରୋଧରେ କୃଷ୍ଣପ୍ରସାଦ ଥାନାଧିକାରୀଙ୍କୁ ଚିଠି ଲେଖି ପୁଅ କହିଛି ଯେ, ମତେ ବାପା ଦରକାର ନଚେତ୍ ଇଚ୍ଛା ମୃତ୍ୟୁ ଆବେଦନ କରିବ ବୋଲି ସେ ଉଲ୍ଲେଖ କରିଛି । ରାଷ୍ଟ୍ରପତିଙ୍କ ନିକଟରେ ଇଚ୍ଛାମୃତ୍ୟୁ ଆବେଦନ କରିବାକୁ ଚିଠିରେ ଉଲ୍ଲେଖ କରିଛି । ଶ୍ରୀକ୍ଷେତ୍ରଙ୍କ ବିରୋଧରେ ପୋକ୍ସୋ ଆକ୍ଟରେ ସୋନାଲି ପୂର୍ବରୁ ମାମଲା କରିଛନ୍ତି ।
Headlines 07- କେନ୍ଦ୍ରାପଡ଼ା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଯୁବତୀ ଜୀଅନ୍ତା ଜଳିଯିବା ଘଟଣାରେ ଅଟକ ପୁରୁଷ ବନ୍ଧୁଙ୍କ ମାଆ ଓ ଭଉଣୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ପୁଅକୁ ଫସାଇ ଦିଆଯାଇଥିବା କହିଛନ୍ତି ଅଟକ ପୁରୁଷ ବନ୍ଧୁଙ୍କ ମାଆ । ସେ କହିଛନ୍ତି ଯେ, ଉଭୟ ପୁଅ ଏବଂ ଝିଅ ପରସ୍ପରକୁ ଭଲ ପାଉଥିଲେ ଯାହା ଝିଅର ବାପା ମା ଜାଣିଥିଲେ । ଭିଡିଓ ଭାଇରାଲ୍ ଅଭିଯୋଗ ମିଛ । ମୋ ପୁଅକୁ ଫସାଇ ଦିଆଯାଇଛି ବୋଲି ସେ କହିଛନ୍ତି । ଏଥିସହ ଏହା ମଧ୍ୟ ଅଭିଯୋଗ ଆଣିଛନ୍ତି ଯେ, 'ବନ୍ଧା ଅବସ୍ଥାରେ ଝିଅର ମୃତଦେହ ମିଳିଛି' । '୨୦ ଲକ୍ଷ ଟଙ୍କା ପାଇଁ ତାଙ୍କ ବାପା ଝିଅକୁ ମାରିଛନ୍ତି' ମୋ ପୁଅ ନିର୍ଦ୍ଦୋଷ, ୩ ମାସ ହେଲା ଚେନ୍ନାଇରେ ଥିଲା । ନ୍ୟାୟ ନ ମିଳିଲେ ଆତ୍ମହତ୍ୟା କରିବି କହିଛନ୍ତି ଅଭିଯୁକ୍ତଙ୍କ ମାଆ
Headlines 08- କଟକରେ କଂଗ୍ରେସ ପକ୍ଷରୁ ଆଜି ପୋଲିସ ଡିଜି ଅଫିସ୍ ଘେରାଉ କରାଯାଇଛି । ପିସିସି ସଭାପତି ଭକ୍ତ ଦାସ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମେ କହିଥିଲୁ ୭ ଦିନ ଭିତରେ ବଳଙ୍ଗା ପୀଡ଼ିତାଙ୍କୁ ଜାଳିଥିବା ଅପରାଧୀଙ୍କୁ ଗିରଫ କରାଯାଉ। ନହେଲେ ଆମେ ଡିଜି ଅଫିସ ଘେରାଉ କରିବୁ। ଆଜିକୁ ମହଲତ ପୁରିଛି ତେଣୁ ଡିଜି ଅଫିସ ଘେରାଉ କରିଛୁ ।
Headlines 09- ଛତ୍ରପୁର ଜାତୀୟ ରାଜପଥ ନିକଟରେ ଏକ ଟ୍ରକରେ ସ୍ଥାନାନ୍ତର ସମୟରେ ୩୦ ଇଲେକ୍ଟ୍ରି ସ୍କୁଟି ଜଳିଯାଇଛି । ପ୍ରାୟ ୧ ଘଣ୍ଟା ଚେଷ୍ଟା କରିବା ପରେ ଦମକଳ ବାହିନୀ ଦ୍ୱାରା ନିଆଁ ଆୟତ୍ତ କରାଯାଇଛି । ଦିଲ୍ଲୀରୁ ଆନ୍ଧ୍ର ପ୍ରଦେଶ ସମପେଟା ଅଞ୍ଚଳକୁ ଯାଉଥିଲା ଟ୍ରକ୍ ।
Headlines 10- ଆଗାମୀ ୧୩ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଓଡ଼ିଶା ଉପକୂଳରେ ଦାନା ବାନ୍ଧିବା ସମ୍ଭାବନା ଅଛି । ଏହା ପ୍ରଭାବରେ ରାଜ୍ୟରେ ଭଲ ବର୍ଷା ହେବ । ୨୦ ତାରିଖ ବେଳକୁ ପୁଣି ଏକ ଘୂର୍ଣ୍ଣିବଳୟ କିମ୍ବା ଲଘୁଚାପ ସୃଷ୍ଟି ହୋଇପାରେ । ପାଣିପାଗ ବିଶେଷଜ୍ଞ କହିଛନ୍ତି, ମୌସୁମୀ ବର୍ତ୍ତମାନ ଦୁର୍ବଳ ଅଛି । ଅନେକ ସ୍ଥାନରେ ସପ୍ତାହେରୁ ଅଧିକ ସମୟ ହେବ ବର୍ଷା ହୋଇନାହିଁ ।