Sri Mandir: ଆତଙ୍କୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର !
Advertisement
Article Detail0/zeeodisha/odisha2878667

Sri Mandir: ଆତଙ୍କୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର !

ପୁରୀ: ଶ୍ରୀମନ୍ଦିରରେ ଆତଙ୍କବାଦୀ ଆକ୍ରମଣ ଧମକ ଚେତାବନୀ। ଶ୍ରୀ ମନ୍ଦିର ପରିକ୍ରମା ମାର୍ଗରେ ଥିବା ବୁଢ଼ୀ ମା ମନ୍ଦିର କାନ୍ଥରେ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଲେଖା ଯାଇଚି। ଏଥି ସହିତ ଫୋନ୍ ନମ୍ୱର୍ ମଧ୍ୟ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ମଧ୍ୟ ଧମକ ଦିଆଯାଇଛି। ଯାହାକୁ ପୁରୀ ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛ। ଶ୍ରୀ ମନ

Sri Mandir: ଆତଙ୍କୀଙ୍କ ଟାର୍ଗେଟରେ ଶ୍ରୀମନ୍ଦିର !

Sri Mandir: ପୁରୀ: ଶ୍ରୀମନ୍ଦିରରେ ଆତଙ୍କବାଦୀ ଆକ୍ରମଣ ଧମକ ଚେତାବନୀ। ଶ୍ରୀ ମନ୍ଦିର ପରିକ୍ରମା ମାର୍ଗରେ ଥିବା ବୁଢ଼ୀ ମା ମନ୍ଦିର କାନ୍ଥରେ ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ନେଇ ଲେଖା ଯାଇଚି। ଏଥି ସହିତ ଫୋନ୍ ନମ୍ୱର୍ ମଧ୍ୟ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ମଧ୍ୟ ଧମକ ଦିଆଯାଇଛି। ଯାହାକୁ ପୁରୀ ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛ। ଶ୍ରୀ ମନ୍ଦିର ପରିକ୍ରମା ମାର୍ଗ ରେ ଏତେ କଡା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କିଏ କେତେବେଳେ ଏହି ଲେଖା ବୁଢ଼ୀ ମା ମନ୍ଦିର ରେ ଲେଖିଲା, ସେଠାର ମୁତୟନ ହୋଇଥିବା ସୁରକ୍ଷା କର୍ମୀ କଣ କରୁଥିଲେ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତୁରନ୍ତ ପୋଲିସ ସିସିଟିଭି ଯାଞ୍ଜ କରି ଏଭଳି କିଏ କାର୍ଯ୍ୟ କରିଛି ସେମାନଙ୍କ ବିରୋଧ ରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଚି।

ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଅନ୍ତର୍ଗତ ବୁଢ଼ୀ ମାଆ ମନ୍ଦିର ପଥର କାନ୍ଥରେ ଦିଆଯାଇଛି ଧମକପୂର୍ଣ୍ଣ ବାର୍ତ୍ତା । ଏଥିରେ ଲେଖାଯାଇଛି ମନ୍ଦିର ଭାଙ୍ଗିବ ଆତଙ୍କବାଦୀ। ଏହା ସହ ଫୋନ୍ ନମ୍ବର ମଧ୍ୟ ଦିଆଯାଇଛି। ଫୋନ୍ କର, ନକଲେ ମହାତାଣ୍ଡବ ବୋଲି ଲେଖାଯାଇଛି । ଏହା ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାଁ ମଧ୍ୟ ଲେଖାଯାଇଛି । ଦୁଇଟି ସ୍ଥାନରେ ଏପରି ଧମକପୂର୍ଣ୍ଣ ଲେଖା ଦେଖିବାକୁ ମିଳିଛି । ତେବେ କିଏ ଓ କାହିଁକି କରିଛି ତାହା ଜଣାପଡ଼ିନାହିଁ । ଏକାଧିକ ସ୍ଥାନରେ ସିସିଟିଭି ଲାଗିଛି । ସିକ୍ୟୁରିଟି ଗାର୍ଡ ମଧ୍ୟ ମୁତୟନ ହୋଇଛନ୍ତି । ହେଲେ ଆତଙ୍କବାଦୀଙ୍କ ନାଁ ନେଇ ଏପରି ଲେଖିଲା କିଏ? ତା’କୁ ନେଇ ସୃଷ୍ଟି ହୋଇଛି ପ୍ରଶ୍ନବାଚୀ ।

;