Odisha News:ସୁବର୍ଣ୍ଣରେଖାର ଜଳସ୍ତର ବଢୁଛି। ଏନେଇ ବାଲେଶ୍ବରକୁ ପ୍ରାଥମିକତା ଦେବାକୁ ସମସ୍ତଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ SRC, ଅଗ୍ନିଶମ ଅଧିକାରୀଙ୍କୁ ବାଲେଶ୍ୱର ପଠାଯାଇଛି।
Trending Photos
Odisha News:ସୁବର୍ଣ୍ଣରେଖାର ଜଳସ୍ତର ବଢୁଛି। ଏନେଇ ବାଲେଶ୍ବରକୁ ପ୍ରାଥମିକତା ଦେବାକୁ ସମସ୍ତଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅତିରିକ୍ତ SRC, ଅଗ୍ନିଶମ ଅଧିକାରୀଙ୍କୁ ବାଲେଶ୍ୱର ପଠାଯାଇଛି।ସୂର୍ଯ୍ୟାସ୍ତ ପୂର୍ବରୁ ଲୋକଙ୍କୁ ସ୍ଥାନାନ୍ତର କରାଯିବ।ଉତ୍ତର ଓଡ଼ିଶା, ଉତ୍ତର ପଶ୍ଚିମ ଓଡ଼ିଶାର 6 ଜିଲ୍ଲାରେ 11,016 ଲୋକ ବନ୍ୟାରେ ପ୍ରଭାବିତ ହୋଇଛନ୍ତି. ମୟୁରଭଞ୍ଜ, ସୁନ୍ଦରଗଡ଼, ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦୁଝର ପ୍ରଭାବହିତ ହୋଇଥିବାରୁ ଜିଲ୍ଲାପାଳମାନଙ୍କୁ ଆଲର୍ଟ କରାଯାଇଛି।1079 ସ୍ଥାନାନ୍ତର ହୋଇ ମାଗଣା ରନ୍ଧା ଖାଦ୍ୟ ଦିଆଯାଉଛି. 9 ଟି ରିଲିଫ ସେଣ୍ଟର କରାଯାଇଛି. ବାଲେଶ୍ୱର ଓଡ୍ରାଫ 5 NDRF 1 ଅତିରିକ୍ତ ଅଗ୍ନିଶମ 26, ମୟୁରଭଞ୍ଜ ଓଡ୍ରାଫ 1, ଅଗ୍ନିଶମ 23, ଭଦ୍ରକ ଓଡ୍ରାଫ 1 NDRF 1 ଅଗ୍ନିଶମ 13, ଯାଜପୁର ଓଡ୍ରାଫ 1, ଅଗ୍ନିଶମ 14 ମୁତୟନ ହୋଇଛନ୍ତି।
106 ବୋଟରେ ଉଦ୍ଧାର କାର୍ଯ୍ୟ ହେବ।ଭଦ୍ରକ, ଯାଜପୁରରେ ସ୍ଥିତି ସୁଧୁରୁଛି।ଯେଉଁଠି ପାଣି ଖସୁଛି, ସେଠି ପାଣି ବିଶୋଧନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।ଯେପରି ଭାବେ ଜଳବାହିତ ରୋଗ ନ ହୁଏ. ସାପ କାମୁଡା ନ ହେବା ପାଇଁ ଆଣ୍ଟି ସ୍ନେକ ଭେନମ ମହାଜୁଦ ଅଛି।ଯେତେ ଦିନ ଆବଶ୍ୟକ ପଡେ, ମାଗଣା ରନ୍ଧା ଖାଦ୍ୟ ଦିଆଯିବ। ସୁବର୍ଣ୍ଣରେଖା ବ୍ୟତୀତ ଅନ୍ୟ କୌଣସି ନଦୀରେ ବିପଦ ନାହିଁ।