Crime News: ୨୮ ତାରିଖରେ ବର୍ମା କୋଲୋନୀ ସ୍ଥିତ ଏହି ଘରକୁ ବୋହୁ ହୋଇ ଆସିଥିଲେ। ସେତେବେଳେ ସାଥିରେ ଯୌତୁକ ସାମାନ ମଧ୍ୟ ଆଣିଥିଲେ ହେଲେ ବିବାହର କିଛି ଦିନପରେ ଶାଶୁ ଘରଲୋକେ ପ୍ରିତୀକୁ ବାପଘରକୁ ପଠାଇଥିଲେ ଏବଂ ଫେରିବା ପରେ ଘରଟି ପଟ୍ଟା ଦେଢଶାଶୁଙ୍କ ନାମରେ ଥିବା ଦର୍ଶାଇ ଘରୁ ତଡି ଦେଇଥିଲେ।
Trending Photos
ବ୍ରହ୍ମପୁର: (PREMANANDA PUJARI) ପାଗେଳି କହି ଶାଶୁ ଘରୁ ବାହାର କରିଦେଇଥିଲେ ବୋହୂକୁ। ଏବେ କୋର୍ଟର ନିର୍ଦ୍ଦେଶ ସତ୍ତ୍ଵେ ଘରକୁ ପୁରାଇ ଦେଉନାହାନ୍ତି ଶାଶୁଘର ଲୋକେ। ଘର କବାଟ ଖୋଲିବାକୁ ଯେତେ କହିଲେ ମଧ୍ୟ ଗେଟ୍ ବନ୍ଦ କରିରଖିଛନ୍ତି ଶାଶୁ ଘର ର ପରିବାର। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ବ୍ରହ୍ମପୁର ଗୋସାଣୀନୁଆଗାଁ ଥାନା ବର୍ମା କୋଲୋନୀରେ। ଶାଶୁଘର ଗେଟ୍ ଆଗରେ ମହିଳା ସୁରକ୍ଷା ଅଧିକାରୀ, ଆଇନଜୀବୀ ଓ ପୋଲିସ ସହାୟତାରେ ଅପେକ୍ଷା କରିଥିବା ମହିଳା ଜଣଙ୍କ ହେଉଛନ୍ତି ପ୍ରତିତା କୁମାରୀ ପାଢ଼ୀ ଓରଫ୍ ପ୍ରିତି ପାଢ଼ୀ। ବ୍ରହ୍ମପୁରର ରଞ୍ଜନ କୁମାର ପାଢ଼ୀକୁ ୨୦୨୩ ମସିହା ଜାନୁଆରୀ ୨୩ ତାରିଖରେ ପ୍ରିତୀଙ୍କ ବାହାଘର ପରେ ସେ ୨୮ ତାରିଖରେ ବର୍ମା କୋଲୋନୀ ସ୍ଥିତ ଏହି ଘରକୁ ବୋହୁ ହୋଇ ଆସିଥିଲେ। ସେତେବେଳେ ସାଥିରେ ଯୌତୁକ ସାମାନ ମଧ୍ୟ ଆଣିଥିଲେ ହେଲେ ବିବାହର କିଛି ଦିନପରେ ଶାଶୁ ଘରଲୋକେ ପ୍ରିତୀକୁ ବାପଘରକୁ ପଠାଇଥିଲେ ଏବଂ ଫେରିବା ପରେ ଘରଟି ପଟ୍ଟା ଦେଢ ଶାଶୁଙ୍କ ନାମରେ ଥିବା ଦର୍ଶାଇ ଘରୁ ତଡି ଦେଇଥିଲେ।
ବୋହୁ ପ୍ରିତୀ ବାଧ୍ୟ ହୋଇ ଥାନାର ଦ୍ବାରସ୍ଥ ହେବା ସହ ଆଇନର ସହାୟତା ଲୋଡ଼ିଥିଲେ। ତେବେ ମାନ୍ୟବର ଏସଡ଼ିଜେଏମ୍ କୋର୍ଟଙ୍କ ରାୟରେ ଘରେ ରହିବାକୁ ନିର୍ଦ୍ଦେଶ ମିଳିଥିବା ସତ୍ବେ ଶାଶୁ ଘର କୋର୍ଟ ଆଦେଶକୁ ବେଖାତିର କରିବା ସହ କୋର୍ଟ ଆସି କହିଲେ କବାଟ ଖୋଲିବେ ବୋଲି କୁଆଡେ କହୁଥିବା କହିଛନ୍ତି ପ୍ରିତିଙ୍କ ଆଇନଜୀବୀ। ପ୍ରତିତା କୁମାରୀ ପାଢ଼ୀ, ନିର୍ଯାତିତ ବିବାହିତା ମହିଳା ପ୍ରିତିଙ୍କ ଆଇନଜିବୀ ଅନୁଶୟା ନାୟକ କୋର୍ଟ ଆଦେଶନାମାକୁ ହାତରେ ଧରି ମଙ୍ଗଳବାର ସଂଧ୍ୟାରେ ଶାଶୁ ଘରକୁ ଆସିଥିଲେ ପ୍ରୀତି। ହେଲେ ଘଣ୍ଟା ଘଣ୍ଟା ଧରି ଗେଟ୍ ଆଗରେ ଆକୁଳ ନିବେଦନ ସତ୍ବେ ଶାଶୁ ଘରର ଗେଟ୍ ଖୋଲିନଥିଲେ ଶାଶୁ ଘର ଲୋକେ। ସାଥିରେ ଥିବା ପ୍ରିତିଙ୍କ ଆଇନଜିବୀ ଅନୁଶୟା ନାୟକ କୋର୍ଟ ଆଦେଶନାମାକୁ ଶାଶୁଙ୍କୁ ଦେଖାଇଥିଲେ ହେଲେ ପରିବାର ଲୋକେ କେହି ବି କୋର୍ଟର ଆଦେଶକୁ ମାନିନଥିଲେ ଏବଂ ଘର ବାରଣ୍ଡାରେ ଭୋ ଭୋ କରି କାନ୍ଦି ଘରକୁ ପସିବାକୁ ଜିଦ୍ ରେ ବସିଥିଲେ ପ୍ରିତି। ଏପରିକି ଶେଷରେ ମୂର୍ଚ୍ଛା ହୋଇ ତଳେ ପଡ଼ିଯାଇଥିଲେ। ଘଟଣା ସ୍ଥଳରେ ଉପସ୍ଥିତ ବ୍ରହ୍ମପୁର ର ବାର ଆସୋସିଏସନର ବହୁ ଆଇନଜୀବୀ, ସମାଜସେବୀ, ମହିଳା ସୁରକ୍ଷା ଅଧିକାରୀ ଓ ଗୋଷାଣିନୁଆଁଗାଁ ପୋଲିସ ଅପେକ୍ଷା କରିଥିଲେ ହେଲେ ନିରାଶ ହୋଇ ସଭିଏଁ ଫେରିଥିଲେ।
ଏ ସମ୍ପର୍କରେ ଗୋସାଣୀନୂଆଗାଁ ଥାନାଧିକାରୀଙ୍କୁ ନିର୍ଯାତିତ ମହିଳା ଓ ଆଇନଜୀବୀ ଘଟଣା ଜଣାଇବା ପରେ ପୁଣି ସୂଧାର ଗୃହକୁ ପ୍ରିତିକୁ ନେଇଯାଇଥିବା କହିଛନ୍ତି ମହିଳା ସୁରକ୍ଷା ଅଧିକାରୀ। ଜଣେ ମହିଳା ବିବାହିତ ପରେ ନିର୍ଯାତନାର ଶିକାର ହୋଇ ଆଇନର ଆଶ୍ରୟ ନେଇଛନ୍ତି। ଡି. ନାଗରତ୍ନମ, ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ନ୍ୟାୟାଳୟରୁ ନ୍ୟାୟ ମିଳିବା ପରେ ବି ସଭ୍ୟ ସମାଜରେ ଓ ସର୍ବ ସମ୍ମୁଖରେ ପୁଣି ନିର୍ଯାତନା ହେଉଥିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ତେବେ ପୁଣି ନ୍ୟାୟାଳୟର ଆଶ୍ରା ନେବେ ବୋଲି କହିଛନ୍ତି ନିର୍ଯାତିତ ମହିଳା ପ୍ରିତିଙ୍କ ଓକିଲ ଅନୁଶୟା ନାୟକ। ସେପଟେ ଯେଉଁ ବ୍ୟକ୍ତି ବାହା ହୋଇଛନ୍ତି ସେ ବାହାରେ ରହୁଛନ୍ତି। ଏଭଳି ସ୍ଥିତିରେ ମହିଳା ଜଣକ ଶାଶୁଘରେ ପ୍ରବେଶ କରି ସୁରକ୍ଷିତ ରହିବେ ତ ତାହାକୁ ନେଇ ଉଠିଛି ପ୍ରଶ୍ନ?