Top 10 News Headlines: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୬ଟି ବିଭାଗର ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଏଠାରେ ସଂକ୍ଷେପରେ ପଢ଼ନ୍ତୁ ଦିନ ତମାମର ୧୦ଟି ବଡ଼ ଖବର।
Trending Photos
Top 10 News Headlines 13 August 2025: Odisha Cabinet Approves 7 Key Proposals: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମୋଟ ୬ ଟି ବିଭାଗର ୭ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ୧ଟି, ସମବାୟ ବିଭାଗ ର ୧ ଟି, ଅର୍ଥ ବିଭାଗର ୧ଟି, ଗୃହ ଓ ନଗର ଉନ୍ନୟନ ବିଭାଗର ୨ ଟି, ବାଣିଜ୍ୟ ଓ ପରିବହନ ବିଭାଗର ୧ଟି, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ୧ଟି ପ୍ରସ୍ତାବ କ୍ୟାବିନେଟ ବୈଠକରେ ଅନୁମୋଦିତ ହୋଇଛି ।
Another Odisha woman suffers severe burns: ବୁଧବାର ଦିନ ପିପିଲିରେ ଅଗ୍ନିକାଣ୍ଡର ଅନ୍ୟ ଏକ ଘଟଣାରେ ଜଣେ ୩୭ ବର୍ଷୀୟା ମହିଳା ଗୁରୁତର ପୋଡ଼ି ଆହତ ହୋଇଛନ୍ତି। ପୀଡିତାଙ୍କ ନାମ ଅର୍ଚ୍ଚନା ଦାସ ବୋଲି ଚିହ୍ନଟ କରାଯାଇଛି। ପ୍ରାୟ ୬୦% ପୋଡ଼ି ଯାଇଥିବାରୁ ତାଙ୍କୁ ପ୍ରଥମେ ପିପିଲି ହସ୍ପିଟାଲକୁ ନିଆଯାଇଥିଲା ଏବଂ ପରେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଅନ୍ୟପକ୍ଷରେ ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଅସ୍ପଷ୍ଟ।
Odisha Govt Extends Farmer Registration: ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୨୦୨୫-୨୬ ଖରିଫ ଧାନ ସଂଗ୍ରହ ସିଜିନ ପାଇଁ ପଞ୍ଜିକରଣ ସମୟସୀମା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଯେଉଁଠାରେ ଉଲ୍ଲେଖ କରାଯାଇଥିଲା ଯେ ୧୧.୫୦ ଲକ୍ଷରୁ ଅଧିକ ଚାଷୀ ଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ପଞ୍ଜିକରଣ କରିସାରିଛନ୍ତି।
Vigilance Nabs Muniguda CHC Health Worker: ରାୟଗଡା ଜିଲ୍ଲାର ମୁନିଗୁଡ଼ା ସାମୁହିକ ସ୍ୱାସ୍ଥ୍ୟ କେନ୍ଦ୍ର (CHC)ର ପୁରୁଷ ସ୍ୱାସ୍ଥ୍ୟ କର୍ମୀ ତଥା କ୍ଲର୍କ କୁଞ୍ଜ ବିହାରୀ ରାଉତଙ୍କୁ (Kunja Bihari Rout) ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଗିରଫ କରିଛନ୍ତି।
Man sentenced to life imprisonment: ଜଣେ ଦୃଷ୍ଟିହୀନ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେବା ଭଳି ଏକ ସମ୍ବେଦନଶୀଳ ମାମଲାର ବିଚାର କରି ଝାରସୁଗୁଡ଼ା ଜିଲ୍ଲା ପୋକ୍ସୋ କୋର୍ଟ ର ଅତିରିକ୍ତ ବିଚାରପତି ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଯେ, ମାତ୍ର ୯୯ ଦିନରେ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବାରେ ଝାରସୁଗୁଡା ପୋଲିସ ଉଲ୍ଲେଖନୀୟ ଭୁମିକା ଗ୍ରହଣ କରିଥିଲା।
Dhamnagar ASI Suspended: ଭଦ୍ରକ ପୋଲିସ ଅଧିକ୍ଷକ (SP) ମନୋଜ ରାଉତ ଏକ ବହୁଚର୍ଚ୍ଚିତ ନାବାଳିକା ଝିଅ ଅପହରଣ ମାମଲାରେ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ଧାମନଗର ଥାନାର ସହକାରୀ ସବ-ଇନ୍ସପେକ୍ଟର (ASI) ନେପାଳ ସାହାଙ୍କୁ ନିଲମ୍ବିତ କରିଛନ୍ତି।
EC expels five political parties: ଆଜି ରାଜ୍ୟର ୫ଟି ପଞ୍ଜିକୃତ ରାଜନୀତିକ ଦଳକୁ ତାଲିକାରୁ ବାଦ୍ ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ। ଏହି ୫ଟି ଯାକ ଦଳ ଆଞ୍ଚଳିକ ରାଜନୀତିକ ଦଳ ଭାବେ ଓଡ଼ିଶାରୁ ପଞ୍ଜିକୃତ ହୋଇଥିଲେ। ଏମାନଙ୍କ ମୁଖ୍ୟାଳୟ ଓଡ଼ିଶାରେ ରହିଛି। ତାଲିକାରୁ ବାଦ ପଡ଼ିଥିବା ଏହି ରାଜନୀତିକ ଦଳଗୁଡ଼ିକ ହେଉଛି, ବୀର ଓଡ଼ିଆ ପାର୍ଟି, ଓଡ଼ିଶା ସୋଶାଲିଷ୍ଟ ପାର୍ଟି, ପିପ୍ୟୁଲ୍ସ ପାର୍ଟି ଅଫ ଇଣ୍ଡିଆ (ସେକ୍ୟୁଲାର), ସୋଶାଲିଷ୍ଟ ଫାର୍କର୍ସ ପାର୍ଟି ଏବଂ ଉତ୍କଳ ଭାରତ।
Sonia Gandhi Citizenship Row: ବୁଧବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) ଭୋଟ ଚୋରି ଅଭିଯୋଗ ନେଇ କଂଗ୍ରେସ ଉପରେ ଜୋରଦାର ଟାର୍ଗେଟ କରିଛି। ବିବିଜେପି ସାଂସଦ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କଂଗ୍ରସ ଉପରେ ଅଭିଯୋଗ ଆଣି କହିଛନ୍ତି ଯେ ଭାରତୀୟ ନାଗରିକତା ମିଳିବାର ତିନି ବର୍ଷ ପୂର୍ବରୁ ସାଂସଦ ସୋନିଆ ଗାନ୍ଧୀଙ୍କ ନାମ ଭୋଟର ତାଲିକାରେ ସାମିଲ କରାଯାଇଥିଲା।
US On F-16 Jet: ଭାରତ ତରଫରୁ ଅପରେସନ ସିନ୍ଦୁରରେ ପାକିସ୍ତାନର F-16 ଲଢ଼ୁଆ ବିମାନ ଖସାଇ ଦିଆଯାଇଥିଲା କି? ଯେତେବେଳେ ଆମେରିକା ସରକାରଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା। ସେତେବେଳେ ସେ ଉତ୍ତର ଦେବାକୁ ମନା କରିଦେଇଛନ୍ତି। ଏହା ସମେତ ପାକିସ୍ତାନକୁ ଏହି ପ୍ରଶ୍ନ ପଚାରିବାକୁ ଆମେରିକା କହିଛି।
ICC Latest Rankings: ୱେଷ୍ଟଇଣ୍ଡିଜ୍ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ଏକଦିବସୀୟ ସିରିଜ୍ ପରେ ICC ର଼୍ୟାଙ୍କିଙ୍ଗରେ ପରିବର୍ତ୍ତନ ଦେଖିବାକୁପ ମିଳିଛି। ଖରାପ ପ୍ରଦର୍ଶନ ଯୋଗୁଁ ପୂର୍ବତନ ପାକିସ୍ତାନ ଅଧିନାୟକ ବାବର ଆଜମଙ୍କୁ ଏକ ବଡ଼ କ୍ଷତି ସହିବାକୁ ପଡିଛି। ଯେତେବେଳେ କି ଭାରତୀୟ ଏକଦିବସୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କୁ କିଛି ନକରି ଦ୍ୱିତୀୟ ସ୍ଥାନକୁ ଆସିବାର ସୁଯୋଗ ମିଳିଛି।