Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ
Trending Photos
Top 10 News Today
Headlines 01- ବାଲେଶ୍ବର FM କଲେଜ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା ଘଟଣାରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ । ମହିଳା କଂଗ୍ରେସ ସଭାନେତ୍ରୀ ମୀନାକ୍ଷୀ ବାହିନୀପତି କହିଛନ୍ତି ଯେ, ଛାତ୍ରୀଙ୍କୁ HOD ସମୀର ସାହୁ ବାରମ୍ବାର ନିର୍ଯାତନା ଦେଇଛନ୍ତି । ସେହି କଲେଜ୍ରେ ସ୍ଥାୟୀ ପ୍ରିନ୍ସିପାଲ୍ ନାହାନ୍ତି ଏବଂ 'ଛାତ୍ରୀ ସେଠିକାର ବିଧାୟକ, ସାଂସଦ, ପୋଲିସକୁ ଏ ବାବଦରେ କହିଛନ୍ତି । କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ଛାତ୍ରୀଙ୍କୁ ତୁରନ୍ତ ନ୍ୟାୟ ମିଳୁ ଏବଂ ଦୋଷୀଙ୍କୁ ଦଣ୍ତ ଦିଆଯାଉ ବୋଲି ସେ ଦାବି କରିଛନ୍ତି । ପିସିସି ସଭାପତି ଭକ୍ତ ଦାସ ସରକାରଙ୍କୁ ଟାର୍ଗେଟ୍ କରି କହିଛନ୍ତି ଯେ, କଂଗ୍ରେସ ପକ୍ଷରୁ ଘଟଣାକୁ ନେଇ ଆନ୍ଦୋଳନ କରାଯାଉଛି ଏବଂ 'ଠିକ୍ ଢଙ୍ଗରେ ଘଟଣାର ତଦନ୍ତ ହେବାର ଆବଶ୍ୟକତା ରହିଛି । ମହିଳା କଂଗ୍ରେସ ସଭାନେତ୍ରୀ ମିନାକ୍ଷୀ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଏକ ଅନୁଧ୍ୟାନ କମିଟି ଗଠନ କଲରିଛି କଂଗ୍ରେସ । ୮ ଜଣିଆ କମିଟିରେ ବିଧାୟିକା ସୋଫିଆ ଫିର୍ଦ୍ଦୋସ ସାମିଲ ହୋଇଛନ୍ତି । କମିଟି ବାଲେଶ୍ବର ଗସ୍ତ କରି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ କରିବ ।
Headlines 02- ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବାଲେଶ୍ବର ଘଟଣାରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ବିଶ୍ବବିଦ୍ୟାଳୟ କୁଳାଧିପତି ଭାବେ ଛାତ୍ରୀ ଜଣଙ୍କୁ ନ୍ୟାୟ ପ୍ରଦାନ କରନ୍ତୁ ଲେଖିଲେ । ପ୍ରିନ୍ସିପାଲଙ୍କଠାରୁ ଉଚ୍ଚଶିକ୍ଷା ମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ । ବାରମ୍ବାର ଅଭିଯୋଗ ସତ୍ତ୍ୱେ କିପରି ନ୍ୟାୟ ପାଇବାରୁ ଛାତ୍ରୀଙ୍କୁ ବଞ୍ଚିତ କରାଗଲା ସେ ନେଇ ନବୀନ ପ୍ରଶ୍ନ କରିଛନ୍ତି । ମାସ ମାସ ଧରି ସେ ଭୟ ଏବଂ ଯନ୍ତ୍ରଣାରେ ବଞ୍ଚି ରହିଥିଲେ । ନିବେଦନ କରି, ସେ ଅନେକ ଉଚ୍ଚ ପଦାଧିକାରୀଙ୍କୁ ଟ୍ୟାଗ୍ କରିଥିଲେ । ଶେଷ ପ୍ରୟାସ ବିଫଳ ହେବାରୁ ପ୍ରିନ୍ସିପାଲଙ୍କ ଚାମ୍ବର ବାହାରେ ଆତ୍ମାହୁତି ଉଦ୍ୟମ କଲେ । ଛାତ୍ରୀଙ୍କ ଶୀଘ୍ର ଆରୋଗ୍ୟ ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି ବୋଲି ନବୀନ କହିଛନ୍ତି ।
Headlines 03- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ଏମ୍ସରେ ପହଞ୍ଚି ବାଲେଶ୍ବରର ଗୁରୁତର ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏମ୍ସ ନିର୍ଦ୍ଦେଶକ ଓ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାଲେଶ୍ବର ଘଟଣାକୁ ଗୁରୁତର ସହ ନେଇଛନ୍ତି ସରକାର। ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇସାରିଛି । ରିପୋର୍ଟ ଆସିଲା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କାହିଁକି ଏପରି ଘଟଣା ଘଟିଲା ସେନେଇ ତଦନ୍ତ ହେଉଛି।
Headlines 04- ବାଲେଶ୍ବର ଘଟଣା ପ୍ରତିବାଦରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିଛି ଛାତ୍ର ଓ ଯୁବ ବିଜେଡି । ବିଧାୟକ ବ୍ୟୋମକେଶ ରାୟ ଏବଂ ଦେବୀରଜଂନ ତ୍ରିପାଠୀ ପ୍ରମୁଖ ସାମିଲ ହୋଇଛନ୍ତି । ଶତାଧିକ ବିଜେଡି କର୍ମୀଙ୍କୁ ଉଠାଇ ନେଇଛି ପୋଲିସ । ସେହିପରି ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଘେରାଉ କରି ନାରାବାଜି କରିଛି ଛାତ୍ର କଂଗ୍ରେସ । ଭୁବନେଶ୍ବରରେ ଛାତ୍ର କଂଗ୍ରେସର ବିକ୍ଷୋଭ ବେଳେ ପୋଲିସ ସହ ଆନ୍ଦୋଳନକାରୀ ଧସ୍ତାଧସ୍ତି ପରିସ୍ଥିତି ଦେଖିବାକୁ ମିଳିଛି। ଆନ୍ଦୋଳନକାରୀଙ୍କୁ ଉଠାଇନେଇଛି ପୋଲିସ ।
Headlines 05- ପୀଡ଼ିତାଙ୍କ ଶ୍ୱାସନଳୀ ପୋଡ଼ିଯାଇଛି ଏବଂ ତାଙ୍କୁ କାଜୁଆଲିଟିରେ ଇଣ୍ଟ୍ୟୁବେଟ୍ କରି ଭେଣ୍ଟିଲେଟର ରଖି ଦେଇଥିଲୁ ଯାହାକି ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଡ. ସଂଜୟ ଗିରି, ଏମ୍ସ ବର୍ଣ୍ଣ ୟୁନିଟ୍ ହେଡ୍ କହିଛନ୍ତି । କିନ୍ତୁ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ସେ ସୂଚନା ଦେଇଛନ୍ତି। ଜଣେ ପ୍ରତକ୍ଷ ଦର୍ଶୀ ଗଣମାଧ୍ୟମକୁ ବୟାନ ଦେଇ କହିଛନ୍ତି ଯେ, ମୁଁ ଦେଖୁ ଦେଖୁ ଛାତ୍ରୀ ଜଣକ ପେଟ୍ରୋଲ ଢାଳି ଦିଆସିଲି ମାରିଦେଲେ । ମୁଁ କଣ କରିବି କିଛି ଜାଣିପାରିଲିନାହିଁ। ମୋବାଇଲ୍ ଫୋପାଡ଼ି ଦେଇ ମୁଁ ତାଙ୍କୁ ଉଦ୍ଧାର କରିବାକୁ ଯାଇଥିଲି କିନ୍ତୁ ମୋ ହାତ ଓ ମୁହଁ ପୋଡ଼ିଗଲା ବୋଲି ମୁଁ ପାରିଲିନି।
Headlines 06- ରାଜ୍ୟସଭା ପାଇଁ ୪ ଜଣ ବିଶିଷ୍ଟ ବ୍ୟକ୍ତି ମନୋନୀତ ହୋଇଛନ୍ତି । ଉଜ୍ଜ୍ବଳ ଦେଓରାଓ ନିକମ, ସି. ସଦାନନ୍ଦନ ମାଷ୍ଟର, ହର୍ସବର୍ଦ୍ଧନ ଶ୍ରୀଙ୍ଗଲା ଓ ଡ. ମିନାକ୍ଷୀ ଜୈନ ମନୋନୀତ ହୋଇଛନ୍ତି । ୪ ଜଣଙ୍କୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।
Headlines 07- ରେଢ଼ାଖୋଲ ନାକଟିଦେଉଳ ରେଞ୍ଜ ଟିକିଲିପଡ଼ା ଜଙ୍ଗଲରେ ପୁଣି ଏକ ମାଈ ହାତୀର ମୃତ୍ୟୁ ହୋଇଛି । ବିଦ୍ୟୁତ ସଂସ୍ପର୍ଶରେ ଆସି ମାଈ ହାତୀର ମୃତ୍ୟୁ ସୂଚନା ମିଳିଛି । ତେବେ ଘଟଣା ନେଇ ଦୁଖ ପ୍ରକାଶ କରିବା ସହ ଉଚ୍ଚ ସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭୁବନେଶ୍ବରରୁ ନାକଟିଦେଉଳ ଅଭିମୁଖେ ଯାଇଛନ୍ତି ସ୍ବତନ୍ତ୍ର ତଦନ୍ତ ଟିମ୍ । ଘଟଣାରେ ଯଦି କୌଣସି ବ୍ୟକ୍ତିଙ୍କର ସମ୍ପୃକ୍ତି ଥାଏ ତେବେ ଛଡ଼ାଯିବ ନାହିଁ । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
Headlines 08- ଜଳେଶ୍ବର ଏନ୍ଏଚ୍ ୧୬ରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଗୀତାଞ୍ଜଳି ବସ୍ । ଜଳେଶ୍ବରରୁ ବାରିପଦା ଯାଉଥିବା ବେଳେ ବସଟି ଓଲଟି ପଡିଛି । ରାଜଘାଟ ନିକଟସ୍ଥ ଜାତୀୟ ରାଜପଥ ୧୬ରେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇ ଜଳେଶ୍ବର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।
Headlines 09- ଅଭିନେତା ତଥା ପୂର୍ବତନ ବିଧାୟକ କୋଟା ଶ୍ରୀନିବାସ ରାଓଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଯାଇଛି । କିଛି ଦିନ ଧରି ଅସୁସ୍ଥ ହେବାରୁ ହାଇଦ୍ରାବାଦର ଏକ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ । ୭୫୦ରୁ ଅଧିକ ସିନେମାରେ କରିଛନ୍ତି ଶ୍ରୀନିବାସ । ଆନ୍ଧ୍ର ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ ବ୍ୟକ୍ତିବିଶେଷଙ୍କ ଶୋକବ୍ୟକ୍ତ କରିଛନ୍ତି ।
Headlines 10- ରାଜ୍ୟରେ ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୬ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ଆଲର୍ଟ ଜାରି କରାଯାଇଛି ।