Top 10 News: ଅର୍ଚ୍ଚନା ନାଗଙ୍କ ଅଭିଯୋଗ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେଡି ନେତା ଓ ଅନ୍ୟ ଖବର
Advertisement
Article Detail0/zeeodisha/odisha2837147

Top 10 News: ଅର୍ଚ୍ଚନା ନାଗଙ୍କ ଅଭିଯୋଗ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେଡି ନେତା ଓ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ଅର୍ଚ୍ଚନା ନାଗଙ୍କ ଅଭିଯୋଗ ପ୍ରସଙ୍ଗରେ ମୁହଁ ଖୋଲିଲେ ବିଜେଡି ନେତା ଓ ଅନ୍ୟ ଖବର

Top 10 News Today

Headlines 01- ବାଲୁଚ୍ ଲିବରେସନ୍ ଆର୍ମି ଟାର୍ଗେଟରେ ପାକିସ୍ତାନ ସେନା । ଗତ ତିନି ଦିନ ଧରି ବାଲୁଚ୍ ସେନା ବେଲୁଚିସ୍ତାନ ଅଞ୍ଚଳରେ ପାକିସ୍ତାନୀ ସେନା ଉପରେ ଲଗାତାର ଆକ୍ରମଣ କରିଆସୁଛି। ଏହି ଆକ୍ରମଣରେ ୫୦ ଜଣ ସୈନିକ ପାକିସ୍ତାନ ସୈନିକ ଏବଂ ଗୁପ୍ତଚର ସଂସ୍ଥାର ୯ ଜଣ ଏଜେଣ୍ଟଙ୍କ ମୃତ୍ୟୁ ହୋଇଛି । ଏହା ବ୍ୟତୀତ ପ୍ରାୟ ୫୧ ଜଣ ଯବାନ ଆହତ ହୋଇଥିବା ରିପୋର୍ଟ ପ୍ରକାଶିତ ହୋଇଛି। ବାଲୁଚ୍ ସେନା ପକ୍ଷରୁ କରାଯାଇଥିବା ଦାବିରେ ଦର୍ଶାଯାଇଛି ଯେ, ୯ ଜୁଲାଇରୁ ୧୧ ଜୁଲାଇ ପର୍ଯ୍ୟନ୍ତ ପାକ୍ ସେନାର ୮୪ ଟି ଘାଟିକୁ ଟାର୍ଗେଟ୍ କରାଯାଇଛି ।

Headlines 02- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ଏକ ରୁପା ତାରକସି ଫଳକ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

Headlines 03- ମୁମ୍ବାଇରୁ ଅସ୍ତ୍ରୋପଚାର ପରେ ଭୁବନେଶ୍ବର ଫେରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ତାଙ୍କୁ ସ୍ବାଗତ କରିଛନ୍ତି ବିଜେଡିର ନେତୃବୃନ୍ଦ ଓ କର୍ମୀ । ଆପଣଙ୍କୁ କହିରଖୁଛୁ ଯେ, ମୁମ୍ୱାଇର ଧିରୁ ଭାଈ ଅମ୍ୱାନୀ ହସ୍ପିଟାଲରେ ନବୀନ ଚିକିତ୍ସିତ ହେଉଥିଲେ ।

Headlines 04- ଓଡ଼ିଶା ଡ୍ରାଇଭର୍ ମହାସଂଘର ରାଜ୍ୟ କୋଷାଧ୍ୟକ୍ଷ ଆଦିତ୍ୟ ବେହେରାଙ୍କୁ ଗିରଫ କରିଛି ପୋଲିସ । ଡ୍ରାଇଭର୍‌ମାନଙ୍କୁ ଅସମ୍ମାନ କରିବା ଅଭିଯୋଗରେ ଦେବଗଡ଼ରୁ ତାଙ୍କୁ ଗିରଫ କରାଯାଇଛି । ଗତକାଲି ମିନି ଟ୍ରକ୍‌ ମାଲିକ ସଂଘ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଆକ୍ସନ ମୁଡକୁ ଆସିଥିଲା ।

Headlines 05- ବିଜେଡି ବିରୋଧରେ ବର୍ଷିଛନ୍ତି ଅର୍ଚ୍ଚନା ନାଗ୍ । ସେ କହିଛନ୍ତି ଯେ, ମୋ ଗିରଫଦାରି ପଛରେ ଏକ ବଡ଼ ଷଡ଼ଯନ୍ତ୍ର ରହିଥିଲା । ଗିରଫର ୬ ଦିନ ପରେ ମୁଁ ଜାଣିବାକୁ ପାଇଥିଲେ ଅଭିଯୋଗକାରିଣୀ କିଏ ଏବଂ ଅଭିଯୋଗ କଣ । କିଛି ବଡ଼ ବଡ଼ିଆ ନେତା ମୋ ପଛରୁ ଛୁରି ମାରିଛନ୍ତି । ସିଧାସଳଖ ବବି ଦାସ, ମାନସ ମଙ୍ଗରାଜ, ଅମରେଶ ଜେନାଙ୍କ ନାଁ ନେଇ ଅଭିଯୋଗ କରିଛନ୍ତି । କିଛି ପୋଲିସ ଅଧିକାରୀଙ୍କ ନାଁ ନେଇ ମଧ୍ୟ ଟାର୍ଗେଟ୍‌ କରିଛନ୍ତି ଅର୍ଚ୍ଚନା । ସେମାନଙ୍କ ମଧ୍ୟରେ ରହିଛନ୍ତି ତତ୍‌କାଳୀନ ଡିସିପି ପ୍ରତୀକ ସିଂ ଓ ଏସିପି ପ୍ରକାଶ ପାଲ, ହିମାଂଶୁ ସାହୁ, ତତ୍‌କାଳୀନ ବାଲିଅନ୍ତା IIC ଅନୁପ କାନୁନଗୋ ।

Headlines 06- ଅର୍ଚ୍ଚନା ନାଗଙ୍କ ଅଭିଯୋଗ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବିଜେଡି ନେତା ତଥା ସାଂସଦ ମାନସ ମଙ୍ଗରାଜ । ଅର୍ଚ୍ଚନା ନାଗଙ୍କୁ ମୁଁ ଜାଣିନି ବୋଲି ସେ କହିଛନ୍ତି । ଚକ୍ରାନ୍ତ କରି ତାଙ୍କ ମୁହଁରେ ମୋ ନାଁ କୁହାଯାଉଛି ବୋଲି ମାନସ କହିଛନ୍ତି । ସେହିପରି ଅର୍ଚ୍ଚନା ନାଗ୍‌ଙ୍କ ଅଭିଯୋଗକୁ ଭିତ୍ତିହୀନ ବୋଲି କହିଛନ୍ତି ଅମରେଶ ଜେନା । ମୋର ଏହି ଘଟଣାରେ ସମ୍ପୃକ୍ତି ନାହିଁ ତଦନ୍ତ ହେଲେ ସବୁ ଜଣାପଡ଼ିବ ବୋଲି ସେ କହିଛନ୍ତି ।

Headlines 07- ବୀରମିତ୍ରପୁର ଉପରମାର୍କେଟ୍‌ ଅଞ୍ଚଳ ନିକଟରେ ଏକ ମାଲବାହୀ ଟ୍ରେନ୍‌ର ୧୧ଟି ବଗି ଲାଇନଚ୍ୟୁତ ହୋଇଛି । ଚୂନଭଟାରୁ ବୀରମିତ୍ରପୁର ରେଳ ଷ୍ଟେସନକୁ ଯିବା ସମୟରେ ଏପରି ଅଘଟଣ ଘଟିଛି ବୋଲି ସୂଚନା ମିଳିଛି ।

Headlines 08- ଏଫ୍‌ଏମ୍‌ ମହାବିଦ୍ୟାଳୟର ଗେଟ୍‌ ସମ୍ମୁଖରେ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କଲେଜ ସମ୍ମୁଖରେ ଜଣେ ଛାତ୍ରୀ ପେଟ୍ରୋଲ ଢାଳି ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଜଣେ ଅଧ୍ୟାପକଙ୍କ ନାଁରେ ଦୁର୍ବ୍ୟବହାର ଅଭିଯୋଗରେ ଧାରଣାରେ ବସିଥିଲେ ଛାତ୍ରୀ। ଛାତ୍ରୀଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଗୁରୁତର ହୋଇଛନ୍ତି । ଉଭୟ ଛାତ୍ରୀଙ୍କୁ ବାଲେଶ୍ବର ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି । ପ୍ରିନ୍ସିପାଲ ଅଫିସ୍‌କୁ ଦେଖା କରିବାକୁ ଯାଇଥିଲେ ଆଉ ଫେରିଲା ମାତ୍ରେ ଚାମ୍ବର ସମ୍ମୁଖରେ ଜଳୁଥିବା ଦେଖିଲୁ କହିଛନ୍ତି ଜଣେ ସହପାଠୀ । 

Headlines 09- ଛତିଶଗଡ଼ରେ ୪୫ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ବସ୍ତର, ନାରାୟଣପୁର ଓ ସୁକ୍‌ମାରେ ଆତ୍ମସମର୍ପଣ କରିଛନ୍ତି ୩୭ ପୁରୁଷ ଓ ୮ ମହିଳା ମାଓବାଦୀ । ସେମାନଙ୍କ ମଧ୍ୟରେ ୨୨ ହାର୍ଡକୋର ମାଓବାଦୀଙ୍କ ନାଁ ରହିଛି । ସେମାନଙ୍କ ନାମରେ ୩୭ ଲକ୍ଷର ପୁରସ୍କାର ରାଶି ରହିଥିଲା । ବାକି ୨୩ ମାଓବାଦୀଙ୍କ ନାଁରେ ୧ କୋଟି ୧୮ ଲକ୍ଷର ପୁରସ୍କାର ରାଶି ରହିଥିଲା ।

Headlines 10-  ସମ୍ବଲପୁରରେ ଅନୁଷ୍ଠିତ ରୋଜଗାର ମେଳାରେ ଆଉ ନିର୍ବାଚନ ଲଢ଼ିବିନି ବୋଲି କହିଛନ୍ତି ସୁନ୍ଦରଗଡ଼ ସାଂସଦ ଜୁଏଲ୍ ଓରାମ । ସେ କହିଛନ୍ତି ଯେ, ଗତ ନିର୍ବାଚନ ବେଳେ ଘୋଷଣା କରିଛି MP ଏବଂ MLA ପାଇଁ ଲଢ଼ିବି ନାହିଁ । ମୋ ଜୀବନରେ ପଶ୍ଚାତାପ ବୋଲି କିଛି ଆସିବ ନାହିଁ ଏବଂ ମୁଁ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ଅଛି । ଦିଆଯାଇଥିବା ଦାୟିତ୍ବ ଠିକ୍‌ରେ ନିର୍ବାହ କରିଛି ବୋଲି ଜୁଏଲ କହିଛନ୍ତି ।

;