Top 10 News: ସବୁ ଟ୍ରେନ୍ ବଗିରେ ଲାଗିବ CCTV, FM କଲେଜ ଘଟଣା ଅପଡେଟ୍ ଓ ଅନ୍ୟ ଖବର
Advertisement
Article Detail0/zeeodisha/odisha2838832

Top 10 News: ସବୁ ଟ୍ରେନ୍ ବଗିରେ ଲାଗିବ CCTV, FM କଲେଜ ଘଟଣା ଅପଡେଟ୍ ଓ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ସବୁ ଟ୍ରେନ୍ ବଗିରେ ଲାଗିବ CCTV, FM କଲେଜ ଘଟଣା ଅପଡେଟ୍ ଓ ଅନ୍ୟ ଖବର

Top 10 News Today

Headlines 01- ଯାତ୍ରୀଙ୍କ ସୁରକ୍ଷାକୁ ନେଇ ଭାରତୀୟ ରେଳ ବିଭାଗ ପକ୍ଷରୁ ବଡ଼ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏଣିକି ଦେଶର ସବୁ ଟ୍ରେନ୍ ବଗି ଭିତରେ ସିସିଟିଭି କ୍ୟାମେରା ଲାଗିବ । ୭୪ ହଜାର ବଗି ଓ ୧୫ ହଜାର ଲୋକୋମୋଟିଭରେ ଲାଗିବ ସିସିଟିଭି । ପ୍ରତ୍ୟେକ ବଗିରେ ୪ଟି, ଲୋକୋମୋଟିଭରେ ଲାଗିବ ୬ଟି ସିସିଟିଭି । ଯାତ୍ରୀଙ୍କ ଗୋପନୀୟତା ରକ୍ଷା ପାଇଁ ବଗି ଦ୍ବାର ନିକଟରେ ସିସିଟିଭି ଲଗାଯିବ । ଏହାଦ୍ୱାରା ଦୁର୍ବୃତ୍ତ ଓ ସଂଗଠିତ ଅପରାଧୀଙ୍କ ଠାରୁ ଯାତ୍ରୀଙ୍କୁ ସୁରକ୍ଷା ମିଳିବ ବୋଲି କୁହାଯାଇଛି ।

Headlines 02- ଏଫଏମ୍ କଲେଜ ଘଟଣାକୁ ନେଇ ସାରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ଛାତ୍ରୀ ଜଣକ ବର୍ତ୍ତମାନ ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅଛନ୍ତି। ଡାକ୍ତରଙ୍କ କହିବାନୁଯାୟୀ, ଆସନ୍ତା ୨୪ ଘଣ୍ଟା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ! ପୀଡ଼ିତାଙ୍କ ଶ୍ୱାସନଳୀ ପୋଡ଼ିଯାଇଛି ଏବଂ ତାଙ୍କୁ କାଜୁଆଲିଟିରେ ଇଣ୍ଟ୍ୟୁବେଟ୍ କରି ଭେଣ୍ଟିଲେଟର ରଖି ଦେଇଥିଲୁ ଯାହାକି ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ଡ. ସଂଜୟ ଗିରି, ଏମ୍ସ ବର୍ଣ୍ଣ ୟୁନିଟ୍ ହେଡ୍ କହିଛନ୍ତି । କିନ୍ତୁ ପୀଡ଼ିତାଙ୍କ ଅବସ୍ଥା ଗୁରୁତର ରହିଛି ବୋଲି ସେ ସୂଚନା ଦେଇଛନ୍ତି।

Headlines 03- ବାଲେଶ୍ବର FM କଲେଜରେ ପହଞ୍ଚିଛନ୍ତି କ୍ରାଇମ୍‌ବ୍ରାଞ୍ଚର CAW & CWର ୨ ଜଣିଆ ଟିମ୍‌ । DSP ଓ ଅତିରିକ୍ତ SPଙ୍କୁ ନେଇ ଦୁଇ ଜଣିଆ ଟିମ୍‌ ପହଞ୍ଚିଥିବା ସୂଚନା ମିଳିଛି । କ୍ରାଇମବ୍ରାଞ୍ଚ ଡିଜିଙ୍କ ନିର୍ଦ୍ଦେଶରେ ନିଜ ପକ୍ଷରୁ ନିରୀକ୍ଷଣ ପାଇଁ ପହଞ୍ଚିଛନ୍ତି । ଘଟଣା ଉପରେ ଅନୁଧ୍ୟାନ କରିବୁ ବୋଲି କହିଛନ୍ତି DSP ।

Headlines 04-  FM କଲେଜ ଘଟଣାରେ ନିଲମ୍ବିତ ଅଧ୍ୟକ୍ଷଙ୍କୁ ପଚରାଉଚରା କରିଛନ୍ତି ୩ ଜଣିଆ ଟିମ୍‌ । କମିଟି ମୁଖ୍ୟ କହିଛନ୍ତି ଯେ, ଇଣ୍ଟରନାଲ୍‌ କମ୍ପ୍ଲେନ୍‌ କମିଟି ରିପୋର୍ଟ ପାଇଛୁ । ଆଜି ପ୍ରାଥମିକ ଭାବେ ତଦନ୍ତ ଆରମ୍ଭ ହୋଇଛି ଏବଂ ପୁଣିଥରେ ଆସିବୁ । ଏବେଠୁ କିଏ ଦୋଷୀ କୁହାଯାଇ ପାରିବନି। ବର୍ତ୍ତମାନ ଅନୁଧ୍ୟାନ ଚାଲିଛି ।

Headlines 05- ରାଜ୍ୟସଭା ପାଇଁ ୪ ଜଣ ବିଶିଷ୍ଟ ବ୍ୟକ୍ତି ମନୋନୀତ ହୋଇଛନ୍ତି । ଉଜ୍ଜ୍ବଳ ଦେଓରାଓ ନିକମ, ସି. ସଦାନନ୍ଦନ ମାଷ୍ଟର, ହର୍ସବର୍ଦ୍ଧନ ଶ୍ରୀଙ୍ଗଲା ଓ ଡ. ମିନାକ୍ଷୀ ଜୈନ ମନୋନୀତ ହୋଇଛନ୍ତି । ୪ ଜଣଙ୍କୁ ମନୋନୀତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏନେଇ ଗୃହ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି ।

Headlines 06- ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୁବନେଶ୍ବର ଏମ୍ସରେ ପହଞ୍ଚି ବାଲେଶ୍ବରର ଗୁରୁତର ଛାତ୍ରୀଙ୍କ ସ୍ବାସ୍ଥ୍ୟାବସ୍ଥା ବୁଝିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ଏମ୍ସ ନିର୍ଦ୍ଦେଶକ ଓ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାଲେଶ୍ବର ଘଟଣାକୁ ଗୁରୁତର ସହ ନେଇଛନ୍ତି ସରକାର। ଘଟଣାକୁ ନେଇ ତଦନ୍ତ ଆରମ୍ଭ ହୋଇସାରିଛି । ରିପୋର୍ଟ ଆସିଲା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କାହିଁକି ଏପରି ଘଟଣା ଘଟିଲା ସେନେଇ ତଦନ୍ତ ହେଉଛି। 

Headlines 07- କଟକ ରେଭେନ୍ସା ଓ୍ବେଷ୍ଟ ହଷ୍ଟେଲ୍‌ରେ ଝାଡ଼ାବାନ୍ତି ଘଟଣାରେ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀର ଲିଜ୍‌ ବାତିଲ କରିଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ । ସେ କହିଛନ୍ତି ଯେ, ସ୍ଥିତି ନିୟନ୍ତ୍ରଣାଧୀନ ରହିଛି କେଉଁ କାରଣ ପାଇଁ ହେଲା ଯାଞ୍ଚ ଚାଲିଛି । ସାମ୍ପଲ୍ ପରୀକ୍ଷା ପାଇଁ ପଠାଯାଇଛି ରିପୋର୍ଟ ଆସିବା ପରେ ସ୍ପଷ୍ଟ ହେବ ।

Headlines 08- ହୀରାକୁଦରେ ଖୋଲା ଯାଇଥିବା ୮ଟି ଗେଟ୍ ମଧ୍ୟରୁ ଆଉ ୪ ଗେଟ୍ ବନ୍ଦ କରାଯାଇଛି । ବର୍ତ୍ତମାନ ମାତ୍ର ୪ଟି ଗେଟ୍ ମଧ୍ୟ ଦେଇ ବନ୍ୟା ଜଳ ନିଷ୍କାସନ ଜାରି ରହିଛି । 

Headlines 09- ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରାଘାତ କାରଣରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ଆସିଛି । ସମ୍ବଲପୁର, ଯାଜପୁର ଓ ଭଦ୍ରକ ଜିଲ୍ଲାରେ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି । ସମ୍ବଲପୁର କୁଚିଣ୍ଡାରେ ଗଛ ତଳେ ଆଶ୍ରୟ ନେବା ବେଳେ ବଜ୍ରାଘାତରେ ଜଣଙ୍କର ଜୀବନ ଯାଇଛି । ଯାଜପୁର ଧର୍ମଶାଳା ବଳଭଦ୍ରପୁର ଗାଁରେ ବିଲରେ କାମ କରୁଥିବା ସମୟରେ ଜଣେ ଚାଷୀ ବଜ୍ରାଘାତର ଶିକାର ହୋଇଛନ୍ତି । ଭଦ୍ରକ କୋଡ଼ବରୁଆଁରେ ବଗିଚାକୁ ଯାଉଥିବା ସମୟରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି ।

Headlines 10- ପୁଣି ଏକ ଯୋଡ଼ା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବର ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟାରେ ଉତ୍ତରପଶ୍ଚିମ ମଧ୍ୟପ୍ରଦେଶ ଓ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବା ଆଶଙ୍କା କରାଯାଉଛି । ଅନ୍ୟ ଏକ ଲଘୁଚାପ କ୍ଷେତ୍ର ପଶ୍ଚିମବଙ୍ଗ ଏବଂ ଓଡିଶା ଉପକୂଳରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ରାଜ୍ୟରେ ଆଜିଠୁ ତିନି ଦିନ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆଜି ପାଇଁ ୨୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ୬ ଜିଲ୍ଲାରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ଆଲର୍ଟ ଜାରି କରାଯାଇଛି ।

;