Top 10 News: ବିମାନ ଦୁର୍ଘଟଣାସ୍ଥଳକୁ ଆସୁଛନ୍ତି ଗୃହମନ୍ତ୍ରୀ ଓ ଅନ୍ୟ ଖବର
Advertisement
Article Detail0/zeeodisha/odisha2797708

Top 10 News: ବିମାନ ଦୁର୍ଘଟଣାସ୍ଥଳକୁ ଆସୁଛନ୍ତି ଗୃହମନ୍ତ୍ରୀ ଓ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ବିମାନ ଦୁର୍ଘଟଣାସ୍ଥଳକୁ ଆସୁଛନ୍ତି ଗୃହମନ୍ତ୍ରୀ ଓ ଅନ୍ୟ ଖବର

Top 10 News Today

Headlines 01- ଗୁଜରାଟର ଅହମ୍ମଦାବାଦରେ ଏୟାର ଇଣ୍ଡିଆର ଯାତ୍ରୀବାହୀ ବୋଇଂ ୭୩୭ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯାହାର ଭୟଙ୍କର ଚିତ୍ର ସାମ୍ନାକୁ ଆସୁଛି। ଅହମ୍ମଦାବାଦର ମେଘାନୀନଗର ଅଞ୍ଚଳରେ ନିଆଁର ବଡ଼ ବଡ଼ ଜାଳି ଦେଖିବାକୁ ମିଳିଛି। ଏହି ସମୟରେ ଦୂରରୁ କଳା ଧୂଆଁର ଏକ ମେଘ ଦେଖାଯାଉଛି। ଏହି ବିମାନରେ ୨୪୩ ଜଣ ଯାତ୍ରୀ ଥିଲେ। ଶତାଧିକ ଲୋକ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଛି। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ଦୁଃଖଦ ଦୁର୍ଘଟଣା ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘଟିଛି। ଅନୁମାନ କରାଯାଉଛି ଯେ ଏହି ବିମାନଟି ବିମାନବନ୍ଦରର ସୀମା ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଯେଉଁ ପ୍ରାରମ୍ଭିକ ଚିତ୍ର ସାମ୍ନାକୁ ଆସିଛି, ସେଥିରେ ବିମାନଟି ଖଣ୍ଡ ଖଣ୍ଡ ହୋଇଯାଇଥିବା ଦେଖାଯାଉଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।

Headlines 02- ଗୁଜୁରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାଣୀ ଦୁର୍ଘଟଣାଗ୍ରସ୍ତ ଏୟାର ଇଣ୍ଡିଆର ବୋଇଂ ୭୩୭ ବିମାନରେ ଥିଲେ। ବିଜୟ ରୂପାଣୀ ବିମାନରେ ଦ୍ୱିତୀୟ ଧାଡି ସିଟ୍‌ରେ ବସିଥିଲେ। ତାଙ୍କର ଟିକେଟ୍ ମଧ୍ୟ ପ୍ରକାଶ ପାଇଛି। ସେ କେଉଁ ଅବସ୍ଥାରେ ଅଛନ୍ତି ତାହା ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଏୟାର ଇଣ୍ଡିଆ ବିମାନଟି ରାତି ୧:୩୯ ରେ ଉଡ଼ାଣ ଆରମ୍ଭ କରିଥିଲା। ଉଡ଼ାଣ ଆରମ୍ଭ କରିବା ପରେ ତୁରନ୍ତ ପାଇଲଟ୍ ଅନୁଭବ କଲେ ଯେ କିଛି ଅସୁବିଧା ହୋଇଛି। ସେ ATC ସହିତ ଯୋଗାଯୋଗ ମଧ୍ୟ କରିଥିଲେ କିନ୍ତୁ ସେତେବେଳକୁ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇସାରିଥିଲା। ବିମାନଟି ବିମାନବନ୍ଦରର ବହୁତ ନିକଟରେ ଏକ ଆବାସିକ ଅଞ୍ଚଳରେ ପଡ଼ିଥିଲା। ଅନେକ ଲୋକ ଏହି ଦୁର୍ଘଟଣାକୁ ନିଜ ମୋବାଇଲ୍ ଫୋନ୍‌ରେ କଏଦ କରିଛନ୍ତି।

Headlines 03- ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣା ଖବର ପାଇବା ପରେ ଅହମ୍ମଦାବାଦ ଅଭିମୁଖେ ଗସ୍ତ କରୁଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ବାର୍ତ୍ତାଳାପ କରିବା ପରେ ଅହମ୍ମଦାବାଦ ଅଭିମୁଖେ ଶାହ ଆସୁଛନ୍ତି । ଘଟଣାର ଅନୁଧ୍ୟାନ କରିବେ ବୋଲି ଜଣାପଡିଛି । ଘଟଣାସ୍ଥଳକୁ ଯିବା ପୂର୍ବରୁ ପୋଲିସ କମିଶନରଙ୍କ ସହ ମଧ୍ୟ କଥା ହୋଇଛନ୍ତି ଶାହ । ଯୁଦ୍ଧକାଳୀନ ଉଦ୍ଧାର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Headlines 04- ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ଗୁପ୍ତସେବା ଆରମ୍ଭ ହୋଇଛି । ତେଣୁ ଆଜି ହେଉଛି ଅଲାରନାଥଙ୍କ ଅନବସର ଦର୍ଶନର ପ୍ରଥମ ଦିନରେ ଅଲାରନାଥ ପୀଠରେ ଆରମ୍ଭ ହୋଇଛି ଅନବସର ଦର୍ଶନ। ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅଲାରନାଥଙ୍କ ପୀଠ ଲୋକାରଣ୍ୟ ହୋଇପଡ଼ିଛି । ହଜାର ଶ୍ରଦ୍ଧାଳୁ ମହାପ୍ରଭୁ ଅଲାରନାଥଙ୍କ ଦର୍ଶନ ପାଇଁ ଭିଡ଼ ଲଗାଇଛନ୍ତି ।

Headlines 05- ଛତିଶଗଡ଼ରେ ସୁରକ୍ଷାକର୍ମୀଙ୍କୁ ସଫଳତା ମିଳିଛି । ପୋଲିସ ଏନକାଉଣ୍ଟରରେ ଆଉ ଦୁଇ ମାଓବାଦୀ ନିହତ ହୋଇଛନ୍ତି । ସୁକମା ଜିଲ୍ଲାର ପୁଷଗୁତ୍ରା ଜଙ୍ଗଲରେ DRG ଯବାନ ଏବଂ ମାଓବାଦୀ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ବର୍ତ୍ତମାନ ମଧ୍ୟ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଥିବା ସୂଚନା ମିଳିଛି ।

Headlines 06- ପ୍ରକାଶ ପାଇଲା ଯୁକ୍ତ ୩ ପ୍ରଥମ କଟ୍ ଅଫ୍ ଲିଷ୍ଟ। ବିଜ୍ଞାନ, ବାଣିଜ୍ୟ ଏବଂ କଳାରେ ରେଭେନ୍ସା ବିଶ୍ବବଦ୍ୟାଳୟର ସର୍ବାଧିକ କଟ୍ ଅଫ୍ ମାର୍କ ରହିଛି। କଳା ରାଜନୀତି ବିଜ୍ଞାନରେ ସର୍ବାଧିକ ୯୨.୮୦ ପ୍ରତିଶତ କଟ ଅଫ ରହିଛି । ସେହିପରି ପ୍ରାଣୀ ବିଜ୍ଞାନରେ ୯୪%, ପଦାର୍ଥ ବିଜ୍ଞାନରେ ୯୩.୬୭%, ବାଣିଜ୍ୟରେ ୯୦.୫୦ ପ୍ରତିଶତ କଟ୍‌ଅଫ୍ ମାର୍କ ରହିଛି ।

Headlines 07- ଭଦ୍ରକ ଏବଂ କେନ୍ଦୁଝରରେ ସଶସ୍ତ୍ର ଡକାୟତି । ଭଦ୍ରକ ତିହିଡ଼ି ବଜାର ସ୍ଥିତ AU ସ୍ମଲ୍ ଫାଇନାନ୍ସ ବ୍ୟାଙ୍କ୍ ରେ ବ୍ୟାଙ୍କ୍ ମ୍ୟାନେଜର୍ ଙ୍କ ମୁଣ୍ଡରେ ବନ୍ଧୁକ ରଖି ଡକାୟତି ହୋଇଛି । ୪ ମୁଖାପିନ୍ଧା ଦୁର୍ବୃତ୍ତ ଲୁଟ୍ କରି ଫେରାର୍ ହୋଇଯାଇଛନ୍ତି । ମୋଟ ୭ ଲକ୍ଷ ୫୫ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହେବା ପରେ ତିହିଡ଼ି ପୋଲିସ ତଦନ୍ତ ଆରମ୍ଭ କରିଛି । ସେହିପରି କେନ୍ଦୁଝର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ରେ ସଶସ୍ତ୍ର ଡକାୟତି ଖବର ସାମ୍ନାକୁ ଆସିଛି । ଯୋଡ଼ା ସହର ସ୍ଥିତ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ୍‌ରୁ ବନ୍ଧୁକ ଦେଖାଇ ଲୁଟି ନେଇଗଲେ ଟଙ୍କା ଓ ସୁନା ଗହଣା । ୫ ଜଣ ଦୁର୍ବୃତ୍ତ ବ୍ୟାଙ୍କ୍‌ରେ ଆତଙ୍କ ଖେଳାଇ ଚମ୍ପଟ୍‌ ମାରିଛନ୍ତି । ଯୋଡ଼ା ଥାନା ପୋଲିସ ଘଟଣାର ଛାନଭିନ୍‌ କରୁଛି ।

Headlines 08- ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହାତ୍ମାଗାନ୍ଧୀ ମାର୍ଗରେ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗ ପକ୍ଷରୁ ଆୟୋଜିତ ରାଜ୍ୟ ସ୍ତରୀୟ ବିକାଶ ବାହନ ଯାତ୍ରାର ଶୁଭାରମ୍ଭ  କରିଥିଲେ। ଏହି ଅବସରରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଗଣତନ୍ତ୍ରରେ ଜନତା ହେଉଛନ୍ତି ଜନାର୍ଦ୍ଦନ। ଜନତାଙ୍କ ସେବାରେ ହିଁ ଜୀବନର ସାର୍ଥକତା। ଓଡିଶାରେ ଡବଲ ଇଞ୍ଜିନ ସରକାର, ଡବଲ ସ୍ପିଡରେ କାମ କରି ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିପାରୁଛି। ଆମ ସରକାରଙ୍କ ଏକ ହଲ୍‍ମାର୍କ ହେଉଛି, ଲୋକଙ୍କ ସହିତ ଯୋଡି ହେବାର ପ୍ରୟାସ। 

Headlines 09- ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ୱରରୁ ଆବୁଧାବିକୁ ସିଧାସଳଖ ବିମାନ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଭୁବନେଶ୍ୱରରୁ ଆବୁଧାବିକୁ ଏହି ବିମାନ ସେବା  ଇଣ୍ଡିଗୋ ଏୟାର ଲାଇନ୍ସ ଜରିଆରେ ଆରମ୍ଭ କରାଯାଇଛି। ଏହା ସିଧାସଳଖ ଆବୁଧାବିକୁ ଯାତ୍ରା କରିବ। ସୂଚନାଯୋଗ୍ୟ ଯେ, ସପ୍ତାହରେ ପ୍ରତ୍ୟେକ ମଙ୍ଗଳବାର, ଗୁରୁବାର ଓ ଶନିବାର ଏହି ବିମାନସେବା ଉପଲବ୍ଧ ହେବ। ୧୮୦ ଜଣ ଯାତ୍ରୀ ଏଥିରେ ଯାତ୍ରା କରିପାରିବେ। ଭୁବନେଶ୍ୱରରୁ ମାତ୍ର ୪ ଘଣ୍ଟା ମଧ୍ୟରେ ଯାତ୍ରୀମାନେ ଆବୁଧାବିରେ ପହଞ୍ଚିବେ।

Headlines 10- ପ୍ରବଳ ଗରମ ମଧ୍ୟରେ ମୌସୁମୀ ସକ୍ରିୟ ପର୍ଯ୍ୟାୟରେ ପ୍ରବେଶ କରିବ ବୋଲି ଆଶା କରାଯାଉଛି। ପାଣିପାଗ ବିଭାଗ ଅନୁଯାୟୀ, ଏକ ନୂତନ ପଶ୍ଚିମା ଝଡ଼ ସକ୍ରିୟ ହେବାକୁ ଯାଉଛି। ଏହା ଯୋଗୁଁ, ଜୁନ୍ ୧୩ ତାରିଖରୁ ଉତ୍ତର-ପଶ୍ଚିମ ଭାରତର ରାଜ୍ୟ ଗୁଡିକରେ ପ୍ରବଳ ବର୍ଷା ହୋଇପାରେ। ଜୁନ୍ ୧୩ ଏବଂ ୧୪ ତାରିଖରେ କୋଙ୍କଣ ଏବଂ ଗୋଆର କିଛି ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବ। ଅନ୍ୟପଟେ ଓଡ଼ିଶାରେ ଆଜିଠୁ ତାତିରୁ ଗୁଳୁଗୁଳି କମିବ ବୋଲି କୁହାଯାଇଛି । କିଛି ଦିନ ଧରି ଦିନରେ ଖରା, ଗରମ ଓ ମଧ୍ୟାହ୍ନରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିଥିଲା । ଆଜିଠୁ ୨ରୁ ୩ ଡିଗ୍ରୀ ତାପମାତ୍ରା ଖସିବ ବୋଲି ଆକଳନ କରାଯାଇଛି ।

;