Top 10 News: ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାଜଧାନୀରେ ପ୍ରବଳ ଭିଡ ସହ ଅନ୍ୟ ଖବର
Advertisement
Article Detail0/zeeodisha/odisha2809299

Top 10 News: ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାଜଧାନୀରେ ପ୍ରବଳ ଭିଡ ସହ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ପାଇଁ ରାଜଧାନୀରେ ପ୍ରବଳ ଭିଡ ସହ ଅନ୍ୟ ଖବର

Top 10 News Today

Headlines 01- ଭୁବନେଶ୍ୱରରେ ପହଞ୍ଚିଛନ୍ତି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିଜେପିର ଆଗଧାଡିର ତେନୃବୃନ୍ଦ ମାନେ । ମୋଦୀଙ୍କ ଆଗମନ ଅପେକ୍ଷାରେ ସଜେଇ ହୋଇଛି ଜନତା ମଇଦାନ । ପ୍ରଧାନମନ୍ତ୍ରୀଙ୍କ ରାଲି ପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ ପୂରା କଡ଼ାକଡ଼ି କରାଯାଇଛି ।

Headlines 02- ପ୍ରଧାନମନ୍ତ୍ରୀ ଓଡ଼ିଶା ସରକାରଙ୍କ ଏକ ବର୍ଷ ପୂରଣ ଅବସରରେ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ସମାରୋହରେ ଯୋଗ ଦେବେ।  ଓଡ଼ିଶାର ସାମଗ୍ରିକ ବିକାଶ ପ୍ରତି ତାଙ୍କର ପ୍ରତିବଦ୍ଧତା ଅନୁଯାୟୀ, ପ୍ରଧାନମନ୍ତ୍ରୀ ୧୮,୬୦୦ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବହୁବିଧ ଉନ୍ନୟନ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ ମଧ୍ୟ କରିବେ। ଏହି ପ୍ରକଳ୍ପଗୁଡ଼ିକ ପାନୀୟ ଜଳ, ଜଳସେଚନ, କୃଷି ଭିତ୍ତିଭୂମି, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଗ୍ରାମୀଣ ରାସ୍ତା ଏବଂ ସେତୁ, ଜାତୀୟ ରାଜପଥର କିଛି ଅଂଶ ଓ ଏକ ନୂତନ ରେଳ ଲାଇନ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରଗୁଡ଼ିକୁ କଭର କରିବ।

Headlines 03- ପ୍ରଥମ ଥର ପାଇଁ ବୌଦ୍ଧ ଜିଲ୍ଲାକୁ ରେଳ ସଂଯୋଗୀକରଣ କରୁଥିବା ନୂତନ ଟ୍ରେନ ସେବାକୁ ପତାକା ଦେଖାଇ ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ । ସ୍ୱଚ୍ଛ ଶକ୍ତି ଏବଂ ସ୍ଥାୟୀ ପରିବହନକୁ ପ୍ରୋତ୍ସାହନ ସ୍ୱରୂପ ଆଧୁନିକ, ପରିବେଶ ଅନୁକୂଳ ରାଜଧାନୀ କ୍ଷେତ୍ର ସହରାଞ୍ଚଳ ପରିବହନ (ସିଆରୟୁଟି) ସିଷ୍ଟମ ଅଧୀନରେ ୧୦୦ଟି ବୈଦ୍ୟୁତିକ ବସ୍‌କୁ ପ୍ରଧାନମନ୍ତ୍ରୀ ପତାକା ଦେଖାଇ ଶୁଭାରମ୍ଭ କରିବେ। ପ୍ରଧାନମନ୍ତ୍ରୀ ଓଡ଼ିଶା ଭିଜନ ଡକ୍ୟୁମେଣ୍ଟ୍ ପ୍ରକାଶ କରିବେ। ୨୦୩୬ (ଯେତେବେଳେ ଓଡ଼ିଶା ଭାରତର ପ୍ରଥମ ଭାଷାଗତ ରାଜ୍ୟ ଭାବରେ ୧୦୦ ବର୍ଷ ପୂରଣ କରିବ) ଏବଂ ୨୦୪୭ (ଯେତେବେଳେ ଭାରତ ସ୍ୱାଧୀନତାର ୧୦୦ ବର୍ଷ ପାଳନ କରିବ) ର ଐତିହାସିକ ବର୍ଷଗୁଡ଼ିକ ଉପରେ ଆଧାରିତ, ଏହି ଦୃଷ୍ଟିକୋଣ ସମନ୍ବିତ ଅଭିବୃଦ୍ଧି ପାଇଁ ଏକ ମହତ୍ୱାକାଂକ୍ଷୀ ଏବଂ ଭବିଷ୍ୟତ ନିମନ୍ତେ ପ୍ରସ୍ତୁତ ରୋଡମ୍ୟାପ୍ ର ରୂପରେଖ ପ୍ରସ୍ତୁତ କରିବ।

Headlines 04- ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଜନ୍ମଦିନ । ୬୭ ବର୍ଷ ଜନ୍ମଦିନ ଅବସରରେ ଉତ୍ତରାଖଣ୍ଡ ଡେରାଡୁନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି । ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଫର୍ ଦ ଏମପାୱାରମେଣ୍ଟ ଅଫ୍ ପର୍ସନ୍ସ ୱିଥ୍ ଡିଜାବିଲଟି ଅନୁଷ୍ଠାନରେ ରାଷ୍ଟ୍ରପତିଙ୍କ ଜନ୍ମଦିନ ପାଳନ କରାଯାଇଛି । ଏହି ଅବସରରେ ଚାରିଆଡୁ ଛୁଟୁଛି ଶୁଭେଚ୍ଛାର ସୁଅ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଷ୍ଟ୍ରପତିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

Headlines 05- ପ୍ରଥମ ରାଉଣ୍ଡ UG ୨୦୨୫-୨୬ ନାମଲେଖା ଅବଧି ବଢିଛି । ଜୁନ୍ ୨୧ ତାରିଖ ଅପରାହ୍ନ ୩ଟା ପର୍ଯ୍ୟନ୍ତ ସମୟ ବଢାଯାଇଛି । ଟଙ୍କା ଜମା କରି ନ ଥିଲେ ବର୍ଦ୍ଧିତ ସମୟ ଭିତରେ କରିପାରିବେ । ଯଦି କଲେଜରେ ରିପୋର୍ଟ କରିପାରି ନାହାନ୍ତି ତେବେ କରିପାରିବେ । Freeze/Slide/Float ଅପ୍ସନ ମଧ୍ୟ ଆପଣାଇ ପାରିବେ । ପ୍ରଥମ ରାଉଣ୍ଡରେ ମନୋନୀତ ଛାତ୍ରଛାତ୍ରୀ ଏହା କରିପାରିବେ ବୋଲି ସୂଚନା ଦିଆଯାଇଛି ।

Headlines 06- ଆଜି ଚିକିତ୍ସା ପାଇଁ ମୁମ୍ବାଇ ଗସ୍ତରେ ଯାଇଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ଏହା ପୂର୍ବରୁ ବିଜୁ ମହିଳା ଜନତା ଦଳର ନେତ୍ରୀ ମାନେ ନବୀନ ନିବାସରେ ପହଁଚିଥିଲେ । ବରିଷ୍ଠ ନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ ସମେତ, ରଞ୍ଜିତା ସାହୁ, ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ମଞ୍ଜୁଲତା ମଣ୍ଡଳ, ମିନତୀ ବେହେରା ପ୍ରମୁଖ ନବୀନ ନିବାସକୁ ଯାଇଥିଲେ । ଏହାସହ ବିମାନ ବନ୍ଦରର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଠି ଶହ ଶହ ଲୋକ ନବୀନଙ୍କ ଆଶୁ ଆରୋଗ୍ୟ କାମନା କରି ଜୟ ଜଗନ୍ନାଥ ଜୟ ନବୀନ ନାରା ଦେଇଛନ୍ତି।

Headlines 07- IAS ବିଷ୍ଣୁପଦ ସେଠୀଙ୍କ ଅଡ଼ୁଆ ବଢ଼ିଛି କାରଣ ହାଇକୋର୍ଟରେ ବିଷ୍ଣୁପଦଙ୍କ ଆବେଦନ ଖାରଜ ହୋଇଯାଇଛି । ପୂର୍ବରୁ ଓଡ଼ିଶା ବ୍ରିଜ୍‌ ଆଣ୍ଡ ରୁଫ୍‌ କର୍ପୋରେସନ ଲାଞ୍ଚ ମାମଲାରେ ୧୦ ଲକ୍ଷ ଲାଞ୍ଚ ଘଟଣାରେ ବିଷ୍ଣୁପଦଙ୍କ ବାସଭବନରେ ରେଡ୍‌ CBI ପକ୍ଷରୁ ରେଡ୍ କରାଯାଇଥିଲା । CBI ରେଡ୍‌କୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଷ୍ଣୁପଦ ସେଠୀ । ପ୍ରାରମ୍ଭିକ ଶୁଣାଣିରେ କାର୍ଯ୍ୟାନୁଷ୍ଠାନ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଥିଲେ ହାଇକୋର୍ଟ । ଏଥିସହ ଅନ୍ତରୀଣ ଅଙ୍କୁଶକୁ ହଟାଇ ଦେଇଥିଲେ ହାଇକୋର୍ଟ । ଅନ୍ତରୀଣ ଅଙ୍କୁଶ ହଟିଥିବାରୁ ବିଷ୍ଣୁପଦଙ୍କୁ ଗିରଫ ସମ୍ଭାବନା ବଢ଼ିଛି ।

Headlines 08- ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି IAS ଧିମନ ଚକମା । ଭବାନୀପାଟଣା ଭିଜିଲାନ୍ସ କୋର୍ଟରେ ଜାମିନ ଖାରଜ ହେବାପରେ ଚକମା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆପଣଙ୍କୁ କହିରଖୁଛୁ ଯେ, ଲାଞ୍ଚ ନେବା ମାମଲାରେ ଗିରଫ ହେବା ପରେ ଏବେ ଜେଲରେ ଅଛନ୍ତି ଚକମା । ଧର୍ମଗଡ଼ ଉପଜିଲ୍ଲାପାଳ ଥିବା ଚକମା ୧୦ ଲକ୍ଷ ଲାଞ୍ଚ ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡିଥିଲେ । ଗିରଫ ହୋଇ ଜେଲ୍‌ ଯିବା ପରେ ଚକମା ନିଲମ୍ୱିତ ହୋଇଥିଲେ ।

Headlines 09- ଲଘୁଚାପ ଜନିତ ପ୍ରଥମ ବର୍ଷାରେ ମତ୍ସ୍ୟଜୀବିଙ୍କ ଜାଲରେ ପଡିଲା କୁଇଣ୍ଟାଲ କୁଇଣ୍ଟାଲ ଇଲିସି ମାଛ। ଦୀଘା ମୋହନା ମାଛ ମାର୍କେଟରେ ଆଜି ପ୍ରବଳ ଇଲିସି ମାଛ ଦେଖିବା ପାଇଁ ମିଳିଛି।ପଶ୍ଚିମବଙ୍ଗ ଦୀଘା ମୁହାଁଣ ମୋହନା ମାଛ ମାର୍କେଟରେ କୁଇଣ୍ଟାଲ କୁଇଣ୍ଟାଲ ଇଲିସି ବିକ୍ରି ହେଉଥିବାର ବ୍ୟବସାୟୀଙ୍କ ପ୍ରବଳ ଭିଡ଼ ଜମିଛି। ତେବେ ଲଘୁଚାପ ଜନିତ ବର୍ଷାରେ ପାଗ ଅନୁକୂଳ ଥିବାରୁ ଗଭୀର ସମୁଦ୍ରରୁ ପ୍ରଚୁର ପରିମାଣର ଇଲିସି ମତ୍ସଜୀବୀଙ୍କ ଜାଲରେ ଧରା ପଡିଛି। ଗତ କିଛି ବର୍ଷ ଧରି ମତ୍ସଜୀବୀଙ୍କ ଜାଲରେ ଆଶାନୁରୂପେ ଇଲିସି ସମୁଦ୍ରରେ ଧରା ଦେଉ ନଥିବାରୁ ଟ୍ରଲର ମାଲିକ ଓ ମତ୍ସଜୀବୀ ମାନେ ନିରାଶ ହୋଇଥିବା ବେଳେ ଚଳିତ ବର୍ଷାଋତୁ ଆରମ୍ଭରେ ପ୍ରଚୁର ଇଲିସି ଦେଖିବା ପାଇଁ ମିଳିଛି। 

Headlines 10- ଭୁବନେଶ୍ବରରେ ଆନ୍ଦୋଳନ କରିବା ଆଗରୁ ୧୫ରୁ ଅଧିକ ଯୁବ ଓ ଛାତ୍ର କଂଗ୍ରେସ କର୍ମୀଙ୍କୁ ଅଟକ ରଖିଛି ପୋଲିସ । ରାମ ମନ୍ଦିର ନିକଟରୁ ସେମାନଙ୍କୁ ପୋଲିସ୍ ଉଠାଇ ନେଇଥିବା ସୂଚନା ମିଳିଛି । ସେମାନେ ଆନ୍ଦୋଳନ କରିବାକୁ କଂଗ୍ରେସ ଭବନ ଅଭିମୁଖେ ଯାଉଥିଲେ ।

;