Top 10 News: ସ୍କୁଲ୍‌ ଖୋଲିବା ଦ୍ବନ୍ଦ୍ବ ଦୂର କଲେ ମନ୍ତ୍ରୀ, ହଇଜା ପାଇଁ ଆଲର୍ଟ ସହ ଅନ୍ୟ ଖବର
Advertisement
Article Detail0/zeeodisha/odisha2804740

Top 10 News: ସ୍କୁଲ୍‌ ଖୋଲିବା ଦ୍ବନ୍ଦ୍ବ ଦୂର କଲେ ମନ୍ତ୍ରୀ, ହଇଜା ପାଇଁ ଆଲର୍ଟ ସହ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ସ୍କୁଲ୍‌ ଖୋଲିବା ଦ୍ବନ୍ଦ୍ବ ଦୂର କଲେ ମନ୍ତ୍ରୀ, ହଇଜା ପାଇଁ ଆଲର୍ଟ ସହ ଅନ୍ୟ ଖବର

Top 10 News Today

Headlines 01- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ G7 ଶିଖର ସମ୍ମିଳନୀରେ ଅଂଶଗ୍ରହଣ କରିବା ପାଇଁ କାନାଡା ପହଞ୍ଚିଛନ୍ତି। ଏହି ସମୟ ମଧ୍ୟରେ ପ୍ରଧାନମନ୍ତ୍ରୀ ସମ୍ମିଳନୀ ବ୍ୟତୀତ ଅନେକ ବିଶ୍ୱ ନେତାଙ୍କୁ ମଧ୍ୟ ଭେଟିବେ। ଏଥିରେ ଇମାନୁଏଲ ମାକ୍ରୋ, ଶିଗେରୁ ଇଶିବା, ଆନ୍ଥୋନି ଆଲବାନିଜ୍, କୀର ଷ୍ଟାରମର, ଫ୍ରେଡେରିକ୍ ମର୍ଜ ଏବଂ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ସାମିଲ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତକୁ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ଗତ କିଛି ବର୍ଷ ମଧ୍ୟରେ କାନାଡା ସହିତ ଭାରତର ସମ୍ପର୍କ ବହୁତ ଖରାପ ରହିଛି। ଏପରି ପରିସ୍ଥିତିରେ, ନୂତନ ପ୍ରଧାନମନ୍ତ୍ରୀ ମାର୍କ କାର୍ନିଙ୍କ ସହ ତାଙ୍କର ସାକ୍ଷାତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବ।

Headlines 02- ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ବିମାନବନ୍ଦର ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ସୁରକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ବୈଠକରେ ପୋଲିସ, ଏସ୍‌ପିଜି, ଅଗ୍ନିଶମ ବିଭାଗ ଅଧିକାରୀମାନେ ସାମିଲ ହୋଇଥିଲେ । ପ୍ରଧାନମନ୍ତ୍ରୀଙ୍କ ରୋଡ ସୋ' ନେଇ ବୈଠକରେ ଆଲୋଚନା କରାଯାଇଛି । ଜୁନ୍‌ ୨୦ ତାରିଖରେ ଓଡ଼ିଶା ପ୍ରଧାନମନ୍ତ୍ରୀ ଓଡ଼ିଶା ଆସିବେ ।

Headlines 03- ସ୍କୁଲ୍‌ ଖୋଲିବା ନେଇ ଦ୍ବନ୍ଦ୍ବ ଦୂର କରିଛନ୍ତି ଗଣଶିକ୍ଷା ମନ୍ତ୍ରୀ । ଜୁନ ୨୦ ତାରିଖରେ ସରକାରୀ ଓ ବେସରକାରୀ ସମସ୍ତ ସ୍କୁଲ୍ ଖୋଲିବ ବୋଲି ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସୂଚନା ଦେଇଛନ୍ତି । ସରକାର ନିଷ୍ପତ୍ତି ନେଇଛନ୍ତି ୨୦ରେ ସ୍କୁଲ୍ ଖୋଲିବ । ଯାହା ଆବଶ୍ୟକ ସମସ୍ତ ପଦକ୍ଷେପ ନିଆଯାଇଛି । ସ୍କୁଲ୍‌ ଖୋଲିବା ପୂର୍ବରୁ ପ୍ରସ୍ତୁତି ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

Headlines 04- ରାଜ୍ୟରେ ହଇଜା ନେଇ ରାଜ୍ୟ ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି । ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଥିଲା ଯେଉଁଥିରେ ତଥ୍ୟ ରଖିଥିଲେ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ । ସ୍ବାସ୍ଥ୍ୟ ସଚିବ, ସ୍ବାସ୍ଥ୍ୟ ନିର୍ଦ୍ଦେଶକ, ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ବୈଠକରେ ସାମିଲ୍ ଥିଲେ । ବୈଠକରେ ସମସ୍ତ ଜିଲ୍ଲାର ଜିଲ୍ଲାପାଳ ମଧ୍ୟ ଉପସ୍ଥିତ ଥିଲେ । ରାଜ୍ୟରେ ବଢୁଥିବା ଝାଡ଼ାବାନ୍ତି ନେଇ ଆଲୋଚନା କରାଯାଇଥିଲା । ଅନ୍ୟପଟେ ସବୁ ଜିଲ୍ଲାକୁ ଆଲର୍ଟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସ୍ବାସ୍ଥ୍ୟ ସଚିବ ଅଶ୍ବତୀ ଏସ୍‌ଙ୍କ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପ୍ରତ୍ୟେକ ଦିନ ରାଜ୍ୟ ସ୍ତରୀୟ ସମୀକ୍ଷା ହେବ ଏବଂ ରୋଗୀଙ୍କୁ ୨୪ ଘଣ୍ଟିଆ ନିରୀକ୍ଷଣରେ ରଖାଯାଇଛି । ଆସନ୍ତାକାଲି କେନ୍ଦ୍ରୀୟ ଟିମ୍‌ ସହ ଆଲୋଚନା ହେବ । ଯେତିକି ପରୀକ୍ଷା ହୋଇଥିଲା ୧୦% କଲେରା ବାହାରିଛି ।

Headlines 05- ଗୋପାଳପୁର ବେଳାଭୂମିରେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଉଦ୍‌ବେଗ ପ୍ରକାଶ କରିଛନ୍ତି । ନବୀନ କହିଛନ୍ତି ଯେ, ସରକାର କଠୋର ପଦକ୍ଷେପ ଗ୍ରହଣ କରନ୍ତୁ । ଘଟଣା ଅତ୍ୟନ୍ତ ସ୍ପର୍ଶକାତର, ସଭିଙ୍କୁ ଏହା ବିଚଳିତ କରିଛି । ଅନ୍ୟପଟେ, ବ୍ରହ୍ମପୁର ଏସ୍‌ପି ସର୍ବଣା ବିବେକ ଏମ୍‌ଙ୍କ ପ୍ରେସ୍‌ମିଟ୍ କରି କହିଛନ୍ତି ଯେ, ୧୦ ଅଭିଯୁକ୍ତଙ୍କ ମଧ୍ୟରୁ ୩ ଜଣ ଦୁଷ୍କର୍ମ କରିଛନ୍ତି । ୧୦ ଅଭିଯୁକ୍ତଙ୍କ ମଧ୍ୟରେ ୪ ଜଣ ନାବାଳକ ଅଛନ୍ତି ।

Headlines 06- ଯାଜପୁର ପରେ ଏବେ ବାଙ୍କୀରେ ଝାଡ଼ାବାନ୍ତି ଆତଙ୍କ ଖେଳିଯାଇଛି । ଆକ୍ରାନ୍ତଙ୍କ ସଂଖ୍ୟା ୫୦ ଛୁଇଁଛି । କନ୍ତପହଁରା ପଞ୍ଚାୟତ ଘୋଳପୁର ଗାଁରେ ଝାଡ଼ାବାନ୍ତି ବ୍ୟାପୁଛି । ପିଇବା ପାଣିରୁ ଝାଡ଼ାବାନ୍ତି ବ୍ୟାପୁଥିବା ସ୍ପଷ୍ଟ କରିଛନ୍ତି ବିଡିଓ । ଗତକାଲି ୪୭ ଜଣ ଆକ୍ରାନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ ।

Headlines 07- ଆଜି ପୁରୀ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଏହାକୁ ଓଷ ଲାଗି ବୋଲି କୁହାଯାଏ। ଏହି ନୀତି ପରେ ଶ୍ରୀ ଜିଉ ସୁସ୍ଥ ହୁଅନ୍ତି ବୋଲି ବିଚାର କରାଯାଏ। ତାଙ୍କୁ ପରେ ଚକାଲାଗି କରାଯାଇଥାଏ। ଓଷ ହେଉଛି ଏକ ଦେଶୀ ଆୟୁର୍ବେଦୀୟ ପ୍ରସ୍ତୁତି। ଏହା ଏକ ପ୍ରକାର ମଲମ, ଯାହା ଝୁଣା ଓ ରାଶିତେଲରେ ପ୍ରସ୍ତୁତ କରାଯାଇଥାଏ। ସ୍ୱତନ୍ତ୍ର ଭାବେ ଏହାକୁ ଶୁଦ୍ଧ ସୁଆରସେବକ ପ୍ରସ୍ତୁତ କରି ଦଇତା ସେବକଙ୍କୁ ହସ୍ତାନ୍ତର କରିଥାଆନ୍ତି। ପଟି ଦିଅଁଙ୍କ ପାଖରେ ମଧ୍ୟାହ୍ନ ଭୋଗ ମଣ୍ଡପ ସରିବା ପରେ ଏହି ସେବା ଆରମ୍ଭ ହୋଇଥାଏ। ଏହା ଏକ ଗୁପ୍ତ ସେବା। 

Headlines 08- ରାଜ୍ୟ ସରକାରଙ୍କ ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ବଲାଙ୍ଗୀର ଠାରେ ଆୟୋଜିତ ରାଜ୍ୟସ୍ତରୀୟ କୃଷକ ଶକ୍ତି ସମାବେଶ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ସେ କହିଥିଲେ ଯେ, ରାଜ୍ୟରେ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ସରକାର ସମସ୍ତ ପ୍ରକାର ଯାନ୍ତ୍ରିକ ଓ ପ୍ରଯୁକ୍ତିବିଦ୍ୟା ସାହାଯ୍ୟ ଯୋଗାଇଦେବାକୁ ପ୍ରତିଶ୍ରୁତିବଦ୍ଧ। ନିର୍ବାଚନ ସମୟରେ ଆମର ଏକ ମୁଖ୍ୟ ପ୍ରତିଶୃତି ଥିଲା ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ଭାଇ ଭଉଣୀମାନଙ୍କୁ ସେମାନଙ୍କ କଠୋର ପରିଶ୍ରମର ପ୍ରକୃତ ମୂଲ୍ୟ ପ୍ରଦାନ କରିବା। ଆଉ ଆଜି ଆମେ ସେହି ଲକ୍ଷ୍ୟ ପୁରାଣ କରିଛୁ । ବଲାଙ୍ଗୀର ଜିଲ୍ଲାରୁ ଦୁଇଜଣ ମନ୍ତ୍ରୀ ଓଡିଶା ସରକାରରେ ପ୍ରତିନିଧିତ୍ୱ କରୁଛନ୍ତି। ଏବେ ଏଠାରେ ଡବଲ ଇଞ୍ଜିନ ନୁହେଁ, ଟ୍ରିପଲ ଇଞ୍ଜିନ ସରକାର ଚାଲିଛି ।

Headlines 09- ଭୁବନେଶ୍ୱର ନୟାପଲ୍ଲୀ ଥାନା ୟୁନିଟ୍ ୮ ଅଞ୍ଚରେ ଚାଞ୍ଚଲ୍ୟ । ରେସ୍ତୋରାଁରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ଘଟଣାସ୍ଥଳରେ ପହଞ୍ଚି ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତନାଘନା ଆରମ୍ଭ କରିଛି । ତେବେ କେଉଁ ପରିସ୍ଥିତିରେ ଏପରି ଘଟିଛି ତାହା ସ୍ପଷ୍ଟ ହୋଇନାହିଁ ।

Headlines 10- ୧୮ ତାରିଖ ଦିନ ସମସ୍ତ ୩୦ ଜିଲ୍ଲାରେ ବର୍ଷା ଘଡ଼ଘଡ଼ି ହେବା ନେଇ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।  ୨୬ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି କରାଯାଇଥିବା ବେଳେ ୫ ଜିଲ୍ଲାରେ ପ୍ରବଳ ବର୍ଷା ହେବା ନେଇ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୧୭ରୁ ୨୦ ତାରିଖ ଯାଏଁ ରାଜ୍ୟରେ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ପାଣିପାଗ ବିଭାଗ ପକ୍ଷରୁ ଆଲର୍ଟ ଜାରି ହୋଇଛି। 

;