Top 10 News: ଆଉ ଖୋଲାରେ ମିଳିବନି ପେଟ୍ରୋଲ୍, ବଳଙ୍ଗା ପୀଡ଼ିତାଙ୍କ ଅପଡେଟ୍ ଓ ଅନ୍ୟ ଖବର
Advertisement
Article Detail0/zeeodisha/odisha2848406

Top 10 News: ଆଉ ଖୋଲାରେ ମିଳିବନି ପେଟ୍ରୋଲ୍, ବଳଙ୍ଗା ପୀଡ଼ିତାଙ୍କ ଅପଡେଟ୍ ଓ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ଆଉ ଖୋଲାରେ ମିଳିବନି ପେଟ୍ରୋଲ୍, ବଳଙ୍ଗା ପୀଡ଼ିତାଙ୍କ ଅପଡେଟ୍ ଓ ଅନ୍ୟ ଖବର

Top 10 News Today

Headlines 01- ସ୍ୱତନ୍ତ୍ର ଏୟାର୍ ଆମ୍ବୁଲାନ୍ସରେ ଭୁବନେଶ୍ୱରରୁ ବାହାରି ଦିଲ୍ଲୀ ଏମ୍ସରେ ପହଞ୍ଚିଛନ୍ତି ବଳଙ୍ଗା ପୀଡ଼ିତା । ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଆଜି ଅପରାହ୍ନ ୪ଟା ୨୦ରେ ପୀଡିତାଙ୍କୁ ଦିଲ୍ଲୀ ଏମସରେ ଭର୍ତ୍ତି କରାଯାଇଛି । ପୀଡିତାଙ୍କ ୭୫% ଶରୀର ପୋଡ଼ିଛି ତେଣୁ ଅବସ୍ଥା ଗୁରୁତର ରହିଛି । ସେ ବର୍ତ୍ତମାନ ଅକ୍ସିଜେନ୍‌ ସପୋର୍ଟରେ ରହିଛନ୍ତି । ଏମ୍ସ ICU ବର୍ଣ୍ଣ ୟୁନିଟ୍‌ ଓ ପ୍ଲାଷ୍ଟିକ ସର୍ଜରୀ ବ୍ଲକ୍‌ରେ ତାଙ୍କ ଚିକିତ୍ସା କରାଯାଉଛି । ଗୋଟିଏ ଡାକ୍ତରୀ ଟିମ୍‌ ସ୍ବାସ୍ଥ୍ୟାବସ୍ଥା ତଦାରଖ କରୁଛନ୍ତି ।

Headlines 02-  ପୁରୀ ବଳଙ୍ଗାରେ ଘଟଣାସ୍ଥଳକୁ ଯାଇ ପୋଲିସ୍ ଡିଜି ୱାଇ. ବି. ଖୁରାନିଆ ଏବଂ ପୁରୀ ଏସ୍‌ପି ପିନାକ ମିଶ୍ର ସ୍ଥିତି ଅନୁଧ୍ୟାନ କରିଛନ୍ତି । ପୀଡ଼ିତାଙ୍କୁ ଯେଉଁଠି ଅପହରଣ କରାଯାଇ କିରାସିନି ଢାଳି ନିଆଁ ଲଗାଯାଇଥିଲା, ସେହି ସ୍ଥାନରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ଡିଜିପି ପ୍ରତିକ୍ରିୟା ରଖି କହିଛନ୍ତି ଯେ, ଆଜି ଦୁଇଟି ସ୍ପେଶାଲ ଟିମ୍‌ ଆସି ଅନୁଧ୍ୟାନ କରିଛନ୍ତି । SFSL ଓ ଏମ୍ସ ଫୋରେନସିକ୍‌ ଟିମ୍‌ ପ୍ରମାଣ ସଂଗ୍ରହ କରିଛନ୍ତି । କିଛି ତଥ୍ୟ ହସ୍ତଗତ ହୋଇଛି ଆଉ କିଛି ଆସିବାର ବାକି ରହିଛି ।

Headlines 03- ବଳଙ୍ଗା ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ ପରେ ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟା ରଖି କହିଛନ୍ତି ଯେ, ସର୍ବୋତ୍ତମ ଚିକିତ୍ସା ପାଇଁ ଭୁବନେଶ୍ୱରରୁ ଦିଲ୍ଲୀ ଏମ୍ସକୁ ଏୟାରଲିଫ୍ଟ କରାଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଅତ୍ୟାବଶ୍ୟକୀୟ ସୁବିଧା ନିଶ୍ଚିତ କରାଯିବ । ନାବାଳିକା ଜଣକ ଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ଏହା ହିଁ ମହାପ୍ରଭୁଙ୍କ ନିକଟରେ ମୋର ପ୍ରାର୍ଥନା ।

Headlines 04- ସୋମବାରଠୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବ। ଏହା ଏକ ଦୀର୍ଘ କାଳୀନ ଅଧିବେଶନ ହେବାକୁ ଯାଉଛି। ନିର୍ଦ୍ଧାରିତ ସୂଚୀ ଅନୁସାରେ ୨୧ଟି କାର୍ଯ୍ୟ ଦିବସରେ ଏହି ଅଧିବେଶନ ବସିବ। ଏଥିଲାଗି ସଂସଦର କାର୍ଯ୍ୟାଳୟ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି। ଆଜି ସର୍ବଦଳୀୟ ବୈଠକ ବି ବିସିଛି।  ଏହି ଅଧିବେଶନରେ ସରକାରୀ କାର୍ଯ୍ୟକ୍ରମ, ବିଧେୟକତ ସ୍ଥିର ହୋଇଛି କିନ୍ତୁ ସବୁଠାରୁ ବଡ଼ ଆଶଙ୍କା ହେଉଛି ଏ ଅଧିବେଶନରେ ଓଡ଼ିଶାର ପ୍ରତିଚ୍ଛବିରେ କଳଙ୍କ ଲାଗିବା ଆଶଙ୍କା ରହିଛି। ଯେଉଁ ରାଜ୍ୟ ଦିନେ ଶାନ୍ତିପ୍ରିୟ ରାଜ୍ୟ ଥିଲା ସେଠାରେ ମହିଳାଙ୍କ ବିରୋଧ଼ରେ ବଢୁଥିବା ଅତ୍ୟାଚାରକୁ ନେଇ କଂଗ୍ରେସ ଓ ବିଜେଡି ସମସ୍ତ ସାଂସଦଙ୍କ ଦୃଷ୍ଟି ଆକର୍ଷଣ କରିପାରନ୍ତି। ନିକଟକରେ ଘଟିଥିବା ନିମାପଡ଼ା ଛାତ୍ରୀ ନିର୍ଯାତନା ଏବଂ ଏଫ୍‍ଏମ୍‍ କଲେଜ ଛାତ୍ରୀଙ୍କ ଆତ୍ମହୁତି ଏହାକୁ ଖୋରାକି ଦେଇପାରେ।

Headlines 05- କେନ୍ଦୁଝର ଡିଭିଜନାଲ ଫରେଷ୍ଟ ଅଫିସର ନିତ୍ୟାନନ୍ଦ ନାୟକ ଏବେ ଭିଜିଲାନ୍ସ ଜାଲରେ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ପକ୍ଷରୁ ରେଡ୍ କରାଯାଇଛି । ଅନୁସନ୍ଧାନ ସମୟରେ ଗୋଟିଏ ବହୁମହଲା କୋଠା, ୧୧୫ଟି ମୂଲ୍ୟବାନ ପ୍ଲଟ୍, ନଗଦ ୧.୧୯ ଲକ୍ଷ ଟଙ୍କା, ୨ଟି ଚାରି ଚକିଆ ଯାନ ଇତ୍ୟାଦି ଥିବା ଜଣାପଡିଛି । ଶ୍ରୀ ନାୟକ ବିପୁଳ ପରିମାଣର ପ୍ଲଟ୍ କ୍ରୟ କରି ତାଙ୍କର ଅନୈତିକ ଅର୍ଥ ବ୍ୟବହାର କରିଥିବା ସନ୍ଦେହ କରାଯାଉଛି।

Headlines 06- ଇଣ୍ଡୋନେସିଆ ଉପକୂଳରେ ଏକ ଜାହାଜରେ ନିଆଁ ଲାଗିଛି । ୨୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଜାହାଜରେ କୌଣସି କାରଣରୁ ହଠାତ୍ ନିଆଁ ଲାଗିଯାଇଥିଲା । ଏହି କାରଣରୁ କିଛି ଯାତ୍ରୀ ଭୟଭୀତ ହୋଇ ସମୁଦ୍ରକୁ ଡେଇଁ ପଡ଼ିଥିଲେ। ଏହି ଘଟଣାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭିଡିଓରେ ସ୍ପଷ୍ଟ ଭାବେ ଜଣାପଡୁଛି ଯେ, ଜାହାଜଟିରେ ନିଆଁ ଲାଗିଛି । ଆକାଶରେ କଳା ଧୂଆଁର ଆସ୍ତରଣ ଖେଳିଯାଉଥିବା ଦେଖାଯାଉଛି। ଏହି ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏଥିସହ ୧୮ ଜଣ ଆହତ ହୋଇଥିବା କୁହାଯାଉଛି। ଦୁର୍ଘଟଣାର ଶିକାର ହୋଇଥିବା ଜାହାଜର ନାମ ହେଉଛି KM ବାର୍ସିଲୋନା VA।

Headlines 07- ବାଲେଶ୍ୱର FM କଲେଜ ତଦନ୍ତ ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି କ୍ରାଇମବ୍ରାଞ୍ଚ ଡିଜି । ସୂଚନା ଦେଇ କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ର କହିଛନ୍ତି ଯେ, ବହୁତ ପ୍ରମାଣ ଯୋଗାଡ଼ କରିସାରିଛୁ । ବର୍ତ୍ତମାନ ମଧ୍ୟ ତଦନ୍ତ ପ୍ରକ୍ରିୟା ଜାରି ରହିଛି । ତଦନ୍ତରେ ବହୁ ଲିଡ୍‌ ମିଳି ସାରିଛି ବୋଲି ବିନୟତୋଷ ମିଶ୍ର କହିଛନ୍ତି । ଏଥିସହ କ୍ରାଇମବ୍ରାଞ୍ଚ ଡିଜି ଏକଥା ମଧ୍ୟ କହିଛନ୍ତି ଯେ, ପୂର୍ବରୁ ଯେଉଁମାନେ ଯାହା ମତ ଦେଇଥିଲେ ଏବେ ତାହା ବଦଳୁଛି । ଜବତ ସିସିଟିଭି ଷ୍ଟେଟ୍‌ ଫୋରେନସିକ୍‌ ଲ୍ୟାବ୍‌କୁ ପଠାଯିବ ଏବଂ ପ୍ରତ୍ୟକ୍ଷଦର୍ଶୀ ଓ କମିଟି ସଦସ୍ୟଙ୍କୁ ପଚରାଉଚରା ଜାରି ରହିଛି । ଡିଜିଟାଲ୍‌ ପ୍ରମାଣକୁ ନେଇ ନିଶ୍ଚିତ ସିଦ୍ଧାନ୍ତରେ ପହଞ୍ଚିବୁ ବୋଲି ବିନୟତୋଷ କହିଛନ୍ତି । ଘଟଣା ପୂର୍ବରୁ ମୃତ ଛାତ୍ରୀ ପୋଲିସକୁ ଜଣାଇଥିଲେ କି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିଥିଲେ ଯାହାର ଉତ୍ତରରେ ମତ ରଖି ସେ କହିଛନ୍ତି ଯେ, ଛାତ୍ରୀ ଜଣଙ୍କ ଏନେଇ ପୋଲିସକୁ ଜଣାଇ ନ ଥିଲେ ।

Headlines 08- ଆସନ୍ତାକାଲିଠାରୁ ଆଉ ଖୋଲାରେ ମିଳିବ ନାହିଁ ପେଟ୍ରୋଲ୍ । ପେଟ୍ରୋଲ୍ ପମ୍ପରେ କେବଳ ଗାଡ଼ିରେ ପେଟ୍ରୋଲ୍ ଭରାଯିବ । ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ସଭାପତି ଶଶାଙ୍କ ଶେଖର ସାହୁ ଏନେଇ ସୂଚନା ଦେଇଛନ୍ତି । ନିୟମ ଥିଲେ ମଧ୍ୟ ପେଟ୍ରୋଲ୍ ପମ୍ପରେ ଏହା ପାଳନ ହେଉନଥିଲା । ବାଲେଶ୍ୱର ଓ ବଳଙ୍ଗା ଘଟଣା ପରେ ପେଟ୍ରୋଲିୟମ୍ ଡିଲରସ୍ ଆସୋସିଏସନ ଏନେଇ ନିଷ୍ପତ୍ତି ନେଇଛି । 

Headlines 09- ଅମିତାଭ ବଚ୍ଚନଙ୍କ ଅଭିନିତ ୧୯୭୮ ଫିଲ୍ମ 'ଡନ୍'ର ନିର୍ଦ୍ଦେଶକ ଚନ୍ଦ୍ର ବାରୋଟଙ୍କ ପରଲୋକ ହୋଇଯାଇଛି । ବରିଷ୍ଠ ଚଳଚ୍ଚିତ୍ର ନିର୍ମାତା ଚନ୍ଦ୍ର ବାରୋଟଙ୍କ ରବିବାର ବାନ୍ଦ୍ରାର ଏକ ହସ୍ପିଟାଲରେ ମୃତ୍ୟୁବରଣ କରିଛନ୍ତି । ସେ ୮୬ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପତ୍ନୀ ଦୀପା ବାରୋଟ ଗଣମାଧ୍ୟମକୁ ସୂଚନା ଦେଇ ତାଙ୍କ ମୃତ୍ୟୁ ଖବର ନିଶ୍ଚିତ କରିଛନ୍ତି । ସେ କହିଛନ୍ତି, " ଗତ ସାତ ବର୍ଷ ଧରି ପଲ୍ମୋନାରୀ ଫାଇବ୍ରୋସିସ୍ ରେ ପୀଡିତ ଥିଲେ ଚନ୍ଦ୍ର ବାରୋଟ।"

Headlines 10- ଓଡ଼ିଶାରେ ‘କୁପୋଷଣ ମୁକ୍ତ ଭାରତ' ଯୋଜନାର ଶୁଭାରମ୍ଭ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସୁଭଦ୍ରା ଭବନଠାରେ ଏହାର ଶୁଭାରମ୍ଭ କରାଯାଇଛି । ୨ ଶହ ‘ପୋଷଣ କିଟ୍‌’ ବଣ୍ଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି । ରାଜ୍ୟର ୧୭ ହଜାର ମହିଳା ଓ ଶିଶୁକୁ ପୋଷଣ କିଟ୍ ବଣ୍ଟାଯିବ ବୋଲି ସୂଚନା ଦିଆଯାଇଛି ।

Also Read- Green Beans: ଶିମ୍ୱ ଖାଇଲେ ଦୂର ହୁଏ ଏହି ୬ଟି ସମସ୍ୟା

Also Read- Budh Margi: ଅଗଷ୍ଟ ମାସରେ ସିଧାସଳଖ ହେବେ ଗ୍ରହ ରାଜକୁମାର ବୁଧ, ଜାଣନ୍ତୁ କଣ ରହିବ ପ୍ରଭାବ

;