Top 10 News: ଚୁଟକୀରେ ପଢିନିଅନ୍ତୁ ବର୍ତ୍ତମାନର କିଛି ଗୁରୁତ୍ତ୍ୱପୂର୍ଣ୍ଣ ଖବର
ଗଜପତିଙ୍କୁ ଚିଠି ଲେଖିଲେ ସୁଦର୍ଶନ: ଦୀଘାଠାରେ ନୂତନ ଭାବେ ଉଦଘାଟନ ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ବିବାଦ ଦିନକୁ ଦିନ ଉଗ୍ର ହେବାରେ ଲାଗିଛି। ଜଗନ୍ନାଥ ମନ୍ଦିର କଲେ, ହେଲେ କାହିଁକି ଏହାର ନାମ ‘ଜଗନ୍ନାଥ ଧାମ’ ରଖାଗଲା ବୋଲି ନେଇ ତାକୁ ନେଇ ବିବାଦ ଦେଖାଦେଇଛି। ଏହି କ୍ରମରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଗଜପତି ମହାରାଜଙ୍କୁ ଚିଠି ଲେଖିଛନ୍ତି। ସେ ଲେଖିଛନ୍ତି, ପଶ୍ଚିମବଙ୍ଗର ଦୀଘା ଠାରେ ଶ୍ରୀ ଜଗନ୍ନାଥଙ୍କର ମନ୍ଦିର ନିର୍ମାଣ ପ୍ରଶଂସାଯୋଗ୍ୟ, କିନ୍ତୁ ଏହାକୁ ଜଗନ୍ନାଥ ଧାମ ଲେଖାଯିବା ଆଦୌ ଗ୍ରହଣୀୟ ନୁହେଁ। ଏଣୁ ଏହି ଘଟଣା ପ୍ରତି ଦୃଷ୍ଟି ଦେବା ସହ ବିହିତ ପଦକ୍ଷେପ ନେବା ଲାଗି ସୁଦର୍ଶନ ପଟ୍ଟନାୟକ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ବିନମ୍ର ଅନୁରୋଧ କରିଛନ୍ତି।
କିଟ ବିରୋଧରେ ଗୁରୁତର ଅଭିଯୋଗ ଆଣିଲେ ମୃତଛାତ୍ରୀଙ୍କ ପରିବାର: 'ଆମର ପିଲା ଏଠାକୁ ପଢ଼ିବାକୁ ଆସୁଛନ୍ତି କିନ୍ତୁ ଏମତିକା ଘଟଣା ବାରମ୍ବାର ଘଟୁଛି। ଏଥିପାଇଁ ପ୍ରାଥମିକ ଭାବେ କିଟ୍ ମୁଖ୍ୟ ହିଁ ଦାୟୀ। ତାପରେ ଏଠିକାର କିଟ୍ କର୍ତ୍ତୃପକ୍ଷ। ଏମତି ହେଲେ ଏ ଅନୁଷ୍ଠାନର ଗୌରବ ନଷ୍ଟ ହେବ। ଏଠି ବଢ଼ିଆ ପାଠ ପଢ଼ା ହେଉଛି ପିଲା ଭଲ ରେଜଲ୍ଟ କରୁଛନ୍ତି ବୋଲି ପିଲା ଆସୁଛନ୍ତି । ଏମିତି ଘଟଣା ଘଟିଲେ ଆଉ କିଏ ପଢ଼ିବାକୁ ଆସିବ ବୋଲି ମୃତକଙ୍କ ଜେଜେ କହିଥିଲେ।
ଡିଜି ଓ ମୁଖ୍ୟ ଶାସନ ସଚିବଙ୍କୁ ନୋଟିସ: କିଟ୍ ଛାତ୍ରୀ ମୃତ୍ୟୁ ଘଟଣାରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜିଙ୍କୁ NHRCର ନୋଟିସ୍। ତୁରନ୍ତ ଏତଲା ଦାଏର କରି ଘଟଣାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାତୀୟ ମାନବାଧିକାର କମିଶନ। ଆସନ୍ତା ୯ ତାରିଖ ସୁଦ୍ଧା ତଦନ୍ତ ସାରି କାର୍ଯ୍ୟାନୁଷ୍ଠାନ ରିପୋର୍ଟ ଦାଖଲ କରିବାକୁ ବି ନିର୍ଦ୍ଦେଶ ଦେଇଛନ୍ତି।
ପାକିସ୍ତାନ ଜାହାଜକୁ ଭାରତ ମନା: ପହଲଗାମ୍ ଆକ୍ରମଣକୁ ନେଇ ଭାରତ-ପାକିସ୍ତାନ ତିକ୍ତତା ମଧ୍ୟରେ ପାକିସ୍ତାନ ବିରୋଧରେ ଭାରତର ଆଉ ଏକ ବଡ଼ ପଦକ୍ଷେପ। ପାକିସ୍ତାନ ଉପରେ ବାଣ୍ୟିଜିକ ଷ୍ଟ୍ରାଇକ। ଭାରତୀୟ ବନ୍ଦରକୁ ପାକିସ୍ତାନ ଜାହାଜ ଆସିବା ମନା। ପାକିସ୍ତାନୀ ପତାକା ଲାଗିଥିବା ଜାହାଜ ଆସିବା ମନା। ଭାରତୀୟ ଜାହାଜକୁ ମଧ୍ୟ ପାକିସ୍ତାନ ବନ୍ଦର ଯିବା ବାରଣ। ଭାରତ ସରକାରଙ୍କ ପକ୍ଷରୁ ଜାରି ହେଲା ନିର୍ଦ୍ଦେଶନାମା। ବନ୍ଦର, ଜାହାଜ ଚଳାଚଳ ଏବଂ ଜଳପଥ ମନ୍ତ୍ରାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନଠୁ ଭାରତ ସମସ୍ତ ପ୍ରକାର ଆମଦାନୀକୁ ନିଷେଧ କରିଛି। ଜାତୀୟ ସୁରକ୍ଷା ଓ ଜନସାଧାରଣଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି।
ସୌର ପ୍ୟାନେଲ ଲଗାଇବା ହେବ ବାଧ୍ୟତାମୂଳକ: ନୂଆ ଇଭି ନୀତି ଆସିବା ନେଇ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହ ଦେଓ ସୂଚନା ଦେଇଛନ୍ତି। ସରକାରୀ କୋଠାରେ ସୌର ପ୍ୟାନେଲ ଲଗାଇବାକୁ ମାଧ୍ୟତାମୂଳକ ରହିବ। ଏହାସହ ସରକାରୀ କର୍ମଚାରୀଙ୍କୁ ଇଭି ଗାଡ଼ି କିଣିବାକୁ ଦିଆଯିବ ପ୍ରୋତ୍ସାହନ।
୪ ଦଲାଲଙ୍କୁ ମାଡିବସିଲା ପୋଲିସ୍: ଆସନ୍ତାକାଲି ନିଟ୍ ପରୀକ୍ଷା । ଏହାପୂର୍ବରୁ ଆଜି ମେଡିକାଲ କଲେଜ ସିଟ୍ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ୪ ଦଲାଲଙ୍କୁ ମାଡି ବସିଛି କମିଶନରେଟ ପୋଲିସ। ଭୁବନେଶ୍ୱର ପାତ୍ରପଡା ଅଞ୍ଚଳରେ ମେଡିକାଲ୍ କଲେଜ୍ ସିଟ୍ ବିକ୍ରି ନେଇ ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗ୍ର ପର୍ଦ୍ଦାଫାସ୍ ହୋଇଛି । ଘଟଣାରେ ୪ ଦଲାଲଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଓଡ଼ିଶାରୁ ୨ ଜଣ, ବିହାର ଓ ଝାଡ଼ଖଣ୍ଡରୁ ଜଣେ ଲେଖାଏଁ ଗିରଫ ହୋଇଛନ୍ତି । ଏନେଇ ପ୍ରେସମିଟ୍ରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍ ଦେବଦତ୍ତ ସିଂ ।
ଶ୍ରୀଲେରାଇ ଯାତ୍ରାରେ ଦଳାଚକଟା: ୭ ମୃତ: ଗୋଆରେ ଦଳାଚକଟା । ଧାର୍ମିକ ଯାତ୍ରାରେ ପ୍ରବଳ ଭିଡରୁ ଦଳାଚକଟା ପରିସ୍ଥିତି । ଦଳାଚକଟାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିବା ବେଳେ ୩୦ରୁ ଅଧିକ ଶ୍ରଦ୍ଧାଳୁ ଗୁରୁତର ଆହତ ହୋଇଥିବା ପ୍ରାଥମିକ ପର୍ଯ୍ୟାୟରେ ସୂଚନା ମିଳିଛି । ଆହତମାନଙ୍କୁ ଗୋଆ ମେଡିକାଲ କଲେଜ ଏବଂ ଉତ୍ତର ଗୋଆ ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଶିରଗାଓଁରେ ଅନୁଷ୍ଠିତ ଶ୍ରୀଲେରାଇ ଯାତ୍ରାରେ ଏହି ଅଘଟଣ ଘଟିଛି । ଯାତ୍ରା ଦେଖିବାକୁ ଭକ୍ତଙ୍କ ସମାଗମ ବଢିବାକୁ ଦଳାଚକଟା ଭଳି ପରିସ୍ଥିତି ଉପୁଜିଛି । ପ୍ରତିବର୍ଷ ଏହି ଯାତ୍ରା ହୁଏ । ଏଥର ଶ୍ରଦ୍ଧାଳୁଙ୍କ ସମାଗମ ଅଧିକ ହେବାରୁ ଏମିତି ଘଟିଛି । ହସ୍ପିଟାଲରେ ଆହତମାନଙ୍କୁ ମୁଖ୍ୟମନ୍ତ୍ରୀ ଭେଟି ସ୍ଥିତିର ଅନୁଧ୍ୟାନ କରିଛନ୍ତି ।
ପାକିସ୍ତାନ ଆକାଶ ବ୍ୟବହାର କରିବେନି ବିଶ୍ବର ପ୍ରମୁଖ ବିମାନଚଳାଚଳ ସଂସ୍ଥା: ପାକିସ୍ତାନକୁ ବଡ଼ ଝଟକା । ପାକିସ୍ତାନ ଆକାଶର ବ୍ୟବହାର ନକରିବାକୁ ବିଶ୍ୱର ପ୍ରମୁଖ ବିମାନଚଳାଚଳ ସଂସ୍ଥାଙ୍କ ନିଷ୍ପତ୍ତି । ପାଶ୍ଚାତ୍ୟ ଦେଶମାନେ ସ୍ୱତଃପ୍ରବୃତ୍ତ ଭାବେ ପାକିସ୍ତାନ ଏୟାରସ୍ପେସ ବ୍ୟବହାର ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଏହାଦ୍ୱାରା ପାକିସ୍ତାନକୁ କ୍ଷତି ସହିବାକୁ ପଡିବ । ଇଟାଲିର ଆଇଟିଏ, ସୁଇସ୍, ଏୟାରଫ୍ରାନ୍ସ, ବ୍ରିଟିସ୍ ଏୟାରୱେ, ଲୁଫସ୍ଥାନସା, ପୋଲାଣ୍ଡର ଏଲଓଟି ସହ ଅନ୍ୟ ୟୁରୋପୀୟ ଦେଶ ପାକିସ୍ତାନ ଆକାଶର ବ୍ୟବହାର ନକରିବାକୁ ନିଷ୍ପତ୍ତି ନେଇଛନ୍ତି । ଭାରତ-ପାକିସ୍ତାନ ଟେନସନ ଯୋଗୁ କୌଣସି ମୁହୂର୍ତ୍ତରେ ଭାରତ ଆକ୍ରମଣ କରିବାର ଆଶଙ୍କା କରି ଏଭଳି ନିଷ୍ପତ୍ତି ନେଇଥିବା କୁହାଯାଉଛି ।
ରାଜ୍ୟରେ ଆଉ ୪ ଦିନ କାଳବୈଶାଖୀ: ରାଜ୍ୟରେ ଗତ କିଛି ଦିନ ଧରି କାଳବୈଶାଖୀ ବର୍ଷା ଜାରି ରହିଥିବାବେଳେ, ଆଉ ୪ ଦିନ ଜାରି ରହିବ । ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ କାଳବୈଶାଖୀ ବର୍ଷା ନେଇ ଆଲର୍ଟ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଜି ୮ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ରହିଛି । ସେହି ଜିଲ୍ଲା ଗୁଡିକ ହେଲା ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ବାଲେଶ୍ବର, ଭଦ୍ରକ, ଯାଜପୁର, ଗଜପତି ଓ ଗଞ୍ଜାମ । କାଳବୈଶାଖୀ ପ୍ରଭାବରେ ଏହି ୮ଟି ଜିଲ୍ଲାରେ ୫୦ରୁ ୬୦ ବେଗରେ ପବନ ବହିପାରେ ବୋଲି ଆଶଙ୍କା କରିଛି ପାଣିପାଗ ବିଭାଗ ।
ନ୍ୟାସନାଲ ହେରାଲ୍ଡ ଆର୍ଥିକ ଅନିୟମିତତା ମାମଲା : ସୋନିଆ, ରାହୁଲଙ୍କୁ ନୋଟିସ: ନ୍ୟାସନାଲ ହେରାଲ୍ଡ ଆର୍ଥିକ ଅନିୟମିତତା ମାମଲା । ଏହି ମାମଲାରେ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି,ରାହୁଲ ଗାନ୍ଧି ଏବଂ ଅନ୍ୟ ଅଭିଯୁକ୍ତମାନଙ୍କୁ ନୋଟିସ୍ ଜାରି କରିଛନ୍ତି। ସ୍ୱତନ୍ତ୍ର ବିଚାରପତି ବିଶାଲ ଗୋଗନେ ସୋନିଆ ଗାନ୍ଧି, ରାହୁଲ ଗାନ୍ଧିଙ୍କ ସମେତ ୭ ଜଣ ଅଭିଯୁକ୍ତଙ୍କୁ ମେ ୮ ତାରିଖରେ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।
ट्रेन्डिंग फोटोज़