Top 10 News: ସାଇପ୍ରସରେ ପିଏମ ମୋଦୀ, ଇସ୍କନକୁ ଗଜପତି ମହାରାଜାଙ୍କ ଚିଠି ସହ ଅନ୍ୟ ଖବର
Advertisement
Article Detail0/zeeodisha/odisha2802199

Top 10 News: ସାଇପ୍ରସରେ ପିଏମ ମୋଦୀ, ଇସ୍କନକୁ ଗଜପତି ମହାରାଜାଙ୍କ ଚିଠି ସହ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ସାଇପ୍ରସରେ ପିଏମ ମୋଦୀ, ଇସ୍କନକୁ ଗଜପତି ମହାରାଜାଙ୍କ ଚିଠି ସହ ଅନ୍ୟ ଖବର

Top 10 News Today

Headlines 01- ମହାରାଷ୍ଟ୍ରର ପୁଣେରେ ଏକ ବଡ଼ ଦୁର୍ଘଟଣା ଘଟିଛି । କୁଣ୍ଡମାଲା ପର୍ଯ୍ୟଟନସ୍ଥଳରେ ଏକ ଲୁହା ପୋଲ ଭୁଶୁଡ଼ିବା କାରଣରୁ କିଛି ପର୍ଯ୍ୟଟକଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ୨୦ ରୁ ୨୫ ଜଣ ପର୍ଯ୍ୟଟକ ଭାସି ଯାଇଥିବା ଆଶଙ୍କା କରାଯାଉଛି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ୍ ଏହି ଘଟଣାରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଦୁର୍ଘଟଣା ପରେ କିଛି ଲୋକଙ୍କୁ ଉଦ୍ଧାର କରାଯାଇଛି ଏବଂ ଦୁଇଜଣଙ୍କ ମୃତ୍ୟୁ ହୋଇଛି। କିଛି ଏବେ ବି ଫସି ରହିଛନ୍ତି। ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ 'X' ରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ପୁନେ ଜିଲ୍ଲାର ତାଲେଗାଓଁ ନିକଟବର୍ତ୍ତୀ ଇନ୍ଦୋରୀରେ ଇନ୍ଦ୍ରାୟଣୀ ନଦୀ ଉପରେ ପୋଲ ଭୁଶୁଡ଼ି ପଡ଼ିବା ଘଟଣା ପାଇଁ ମୁଁ ଗଭୀର ଦୁଃଖିତ।

Headlines 02- ଆଜି ସାଇପ୍ରସରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସାଇପ୍ରସ ରାଷ୍ଟ୍ରପତି ନିକୋସ କ୍ରିଷ୍ଟୋଡୁଲିଡେସ ବିମାନବନ୍ଦରରେ ସ୍ବାଗତ ମୋଦୀଙ୍କୁ ସ୍ୱାଗତ କରିଥିଲେ । ଏହାପରେ ସାଇପ୍ରସରେ ଭାରତୀୟ ଡାୟାସ୍ପୋରାର ସଦସ୍ୟ ମାନଙ୍କୁ ଭେଟି ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ।

Headlines 03- ଆସନ୍ତାକାଲି ପ୍ରକାଶ ପାଇବ ଜନଗଣନା ବିଜ୍ଞପ୍ତି ଏନେଇ ଦିଲ୍ଲୀରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ସମୀକ୍ଷା ବୈଠକ କରିଥିଲେ । ବୈଠକରେ କେନ୍ଦ୍ର ଗୃହ ସଚିବ, ରେଜିଷ୍ଟ୍ରାର ଜେନେରାଲ୍ ଭାରତୀୟ ଜନଗଣନା କମିଶନର ଓ ଅନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Headlines 04- ଇସ୍କନର ଅଦିନିଆ ସ୍ନାନଯାତ୍ରା ଓ ରଥଯାତ୍ରା ପ୍ରସଙ୍ଗରେ ଇସ୍କନ ଗଭର୍ଣ୍ଣିଂ ବଡି କମିଶନ ଅଧ୍ୟକ୍ଷଙ୍କୁ ଗଜପତି ମହାରାଜା ଚିଠି ଲେଖିଛନ୍ତି । ସ୍ନାନଯାତ୍ରା ଓ ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ତିଥିରେ ପାଳିବାକୁ ଚିଠିରେ ଉଲ୍ଲେଖ ରହିଛି । ଦେଶ ବାହାରେ ଇସ୍କନ ପକ୍ଷରୁ ସ୍ନାନଯାତ୍ରା ଓ ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ନଥିବା ତିଥିରେ ପାଳନ ହେଉଥିବା ବିଭିନ୍ନ ସମୟରେ ନଜରକୁ ଆସିଛି ଏବଂ ଏହା ସଂପୂର୍ଣ୍ଣ ରୂପେ ଶାସ୍ତ୍ର ବିରୋଧୀ କାର୍ଯ୍ୟ ବୋଲି ଗଜପତି ମହାରାଜା କହିଛନ୍ତି । ଅନ୍ୟ ତିଥି କିମ୍ବା ତାରିଖରେ ଏସବୁ ପାଳନ ପରମ୍ପରାର ଉଲ୍ଲଙ୍ଘନ ତେଣୁ ଶାସ୍ତ୍ର ସମ୍ମତ ତିଥି ବ୍ୟତୀତ ଅନ୍ୟ ଦିନରେ ଯେପରି ପାଳିତ ନ ହୁଏ ସେନେଇ ସୁନିଶ୍ଚିତ କରାଯାଉ ବୋଲି ଉଲ୍ଲେଖ ରହିଛି ।

Headlines 05- ଯାଜପୁରରେ କାୟା ମେଲାଉଛି ଝାଡ଼ାବାନ୍ତି। ଆଉ ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ଜୀବନ ଯାଇଥିବା ବେଳେ, ଚିକିତ୍ସା ପାଇଁ ମେଡିକାଲ ଯାଉଥିବା ବେଳେ ଅନ୍ୟ ଜଣଙ୍କର ମୃତ୍ୟୁ ହୋଇଛି। ଖଇରାବାଦ ଓ କୋଟବସନ୍ତ ଅଞ୍ଚଳର ୨ ଜଣଙ୍କ ଜୀବନ ଯାଇଥିବା ଅଭିଯୋଗ ହୋଇଛି। ସ୍ଥିତି କିଭଳି ନିୟନ୍ତ୍ରଣ ହେବ ସେ ନେଇ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ। ଅନ୍ୟପଟେ, ଯାଜପୁର ହଇଜା ସ୍ଥିତି ସମୀକ୍ଷା ପାଇଁ ପହଞ୍ଚିଛନ୍ତି କେନ୍ଦ୍ରୀୟ ଟିମ୍‌ । ଜିଲ୍ଲାପାଳଙ୍କ ପ୍ରକୋଷ୍ଠରେ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ରୀୟ ଟିମ୍ ।

Headlines 06- ରାଜ୍ୟର ବିଭିନ୍ନ ଜିଲ୍ଲାରେ ହଇଜା ସ୍ଥିତିକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସେ କହିଛନ୍ତି ଯେ, ଦୀର୍ଘ ବର୍ଷ ଧରି ଯାହା ଦେଖିବାକୁ ମିଳିନଥିଲା ତାହା ବର୍ତ୍ତମାନ ସମସ୍ତଙ୍କୁ ଅସ୍ତବ୍ୟସ୍ତ କରିବାକୁ ଲାଗିଲାଣି । ଯାଜପୁର, କେନ୍ଦ୍ରାପଡ଼ା, ଭଦ୍ରକ, ପୁରୀ, କଟକରେ ହଇଜା ସ୍ଥିତି ଭୟଙ୍କର ହେଲାଣି । ହଇଜାରେ ୧୪ ଜଣ ପ୍ରାଣ ହରାଇବା ମୋତେ ବ୍ୟଥିତ କରିଛି ବୋଲି ନବୀନ କରିଛନ୍ତି । ହଇଜାରେ ପ୍ରାଣ ହରାଇଥିବା ରୋଗୀଙ୍କ ପରିବାରବର୍ଗ ଓ ଆତ୍ମୀୟସ୍ଵଜନଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ନବୀନ । ରାଜ୍ୟ ସରକାର ହଇଜା ସ୍ଥିତିକୁ ହାଲକା ଭାବେ ନେବା ସମସ୍ତଙ୍କୁ ବିଚଳିତ କରୁଛି । ହଇଜାର ବ୍ୟାପକତାକୁ ରୋକିବାକୁ ରାଜ୍ୟ ସରକାର ତୁରନ୍ତ ଦୃଢ଼ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ନବୀନ କହିଛନ୍ତି ।

Headlines 07- ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ଝାଡ଼ାବାନ୍ତି ବ୍ୟାପିବା ପରେ ଜିଲ୍ଲାର ସବୁ ସ୍ବାସ୍ଥ୍ୟକେନ୍ଦ୍ରକୁ ହାଇଆଲର୍ଟ ମୋଡ୍‌ରେ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ଓ ବରିଷ୍ଠ ଅଧିକାରୀଙ୍କୁ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏଥିସହ ଯାଜପୁର ଜିଲ୍ଲାର ପାନୀୟ ଜଳ ଉତ୍ସକୁ ବିଶୋଧନ କରିବାକୁ ପଦକ୍ଷେପ ଗ୍ରହଣ କରାଯିବ । ଅନ୍ୟାଦେଶ ଯାଏଁ ରାସ୍ତାକଡ଼ ଖାଦ୍ୟ ଉପରେ କଟକଣା ଜାରି ରହିବ । ପଡ଼ୋଶୀ ଜିଲ୍ଲାକୁ ଯେପରି ଏହା ନ ବ୍ୟାପିବ ସେନେଇ ସଜାଗ ରହିବାକୁ ପରାମର୍ଶ ଦିଆଯାଇଛି ।

Headlines 08- ୧୬ନଂ ଜାତୀୟ ରାଜପଥ ପିତାପଲ୍ଲୀ ଛକ ନିକଟରେ ଯାତ୍ରୀବାହୀ ବସ୍ ନୀଳକଣ୍ଠ ଓଲଟିପଡିଛି । ଭୁବନେଶ୍ୱରରୁ ବସଟି ଖୋର୍ଦ୍ଧା ଅଭିମୁଖେ ଯାଉଥିବା ସମୟରେ ଭାରସ୍ୟାମ ହରାଇବା କାରଣରୁ ଦୁର୍ଘଟଣା ଘଟିଛି । ଡ୍ରାଇଭର ଭାରସାମ୍ଯ ହରାଇବା କାରଣରୁ ବସଟି ଡିଭାଇଡରରେ ପିଟି ହୋଇଯାଇଥିଲା । ଶିଳ୍ପାଞ୍ଚଳ ପୋଲିସ, ଖୋର୍ଦ୍ଧା ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ । ବସରେ ପ୍ରାୟ ୫୦ ପାଖାପାଖି ଯାତ୍ରୀ ଥିବା ସମୟରେ ଦୁର୍ଘଟଣାରେ ପ୍ରାୟ ୨୫ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି। ୭ଜଣ ଗୁରୁତର ଅଛନ୍ତି ବୋଲି କୁହାଯାଉଛି । ଆହତ ମାନଙ୍କୁ ଖୋର୍ଦ୍ଧା ମେଡିକାଲକୁ ସ୍ଥାନାନ୍ତର କରାଯାଇ ଚିକିତ୍ସା କରାଯାଉଛି ।

Headlines 09- ରାଜ୍ୟର ପୃଥକ ପୃଥକ ସ୍ଥାନରେ ଆଜି ବଜ୍ରାଘାତ କାରଣରୁ ୩ଜଣଙ୍କର ମୃତ୍ୟୁ ଘଟିଛି । ୩ ମୃତକ କେନ୍ଦ୍ରାପଡ଼ା, ମୟୂରଭଞ୍ଜ, ବରଗଡ଼ ଜିଲ୍ଲାର । କେନ୍ଦ୍ରାପଡ଼ା ମହାକାଳପଡ଼ା ଶାଳବଣି ନିକଟରେ ବଜ୍ରାଘାତ କାରଣରୁ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବାରିପଦା ବାଙ୍ଗିରିପୋଷି ଭୋଳାଗଡ଼ିଆ ଗାଁରେ ବଜ୍ରାଘାତ କାରଣରୁ ଅନ୍ୟଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ସେହିପରି ବରଗଡ଼ ପଦ୍ମପୁର ବାରପାଲିଆ ଗାଁରେ ବଜ୍ରାଘାତ କାରଣରୁ ଜଣେ ଶ୍ରମିକ ମୃତ୍ୟୁବରଣ କରିଛନ୍ତି ।

Headlines 10- ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି । ଘୂର୍ଣ୍ଣିବଳୟ ସକ୍ରିୟ ପ୍ରଭାବରେ ଜୁନ୍ ୧୯ ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ବର୍ଷା ହେବାର ସମ୍ଭାବନା ରହିଛି । ୧୬ ଜୁନ୍ ପାଇଁ ୬ଟି ଜିଲ୍ଲାକୁ ଅରେଞ୍ଜ ଓ ୧୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଥିବା ଜିଲ୍ଲା ଗୁଡିକ ହେଉଛି, ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ମୟୂରଭଞ୍ଜ ଓ ବାଲେଶ୍ବର ।

;