Top 10 News: ୩ ରଥରେ ଅଧର ନୀତି ଶେଷ ସହ ଅନ୍ୟ ଖବର
Advertisement
Article Detail0/zeeodisha/odisha2830403

Top 10 News: ୩ ରଥରେ ଅଧର ନୀତି ଶେଷ ସହ ଅନ୍ୟ ଖବର

Top 10 News Today: ରାଜ୍ୟ ତଥା ଦେଶ ବିଦେଶର ସବୁ ବଡ଼ ଖବର ପଢନ୍ତୁ ଚୁଟକୀରେ

Top 10 News: ୩ ରଥରେ ଅଧର ନୀତି ଶେଷ ସହ ଅନ୍ୟ ଖବର

Top 10 News Today

Headlines 01- ରଥ ଉପରେ ଭଙ୍ଗାଗଲା ଅଧର ହାଣ୍ଡି । ୩ ଠାକୁରଙ୍କ ନିକଟରେ ସରିଲା ଅଧରପଣା ନୀତି । ପ୍ରଥମେ ବଡ଼ ଠାକୁର ବଳଭଦ୍ରଙ୍କ ରଥ ତାଳଧ୍ୱଜରେ ଅଧର ହାଣ୍ଡି ଭଙ୍ଗା ହୋଇଥିଲା । ତା ପରେ ଦେବୀ ଶୁଭଦ୍ରାଙ୍କ ଦର୍ପଦଳନ ରଥରେ ଅଧର ହାଣ୍ଡି ଭଙ୍ଗା ହୋଇଥିଲା । ଶେଷରେ ପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଅଧର ହାଣ୍ଡି ଭଙ୍ଗା ହୋଇଥିଲା । ରଥର ପାର୍ଶ୍ୱଦେବତା ଏବଂ ଚଣ୍ଡୀଚାମୁଣ୍ଡା, ଭୂତ, ପ୍ରେତ, ଅଶରୀରିଙ୍କ ଶାନ୍ତି ଲାଗି ସମର୍ପଣ ହୋଇଛି ଅଧରପଣା। ଅଧରପଣା ନୀତି ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଛି । ସୁରକ୍ଷା ପାଇଁ ବ୍ୟାପକ ବ୍ୟବସ୍ଥା ପ୍ରଶାସନ ପକ୍ଷରୁ କରାଯାଇଛି ।

Headlines 02- ଶ୍ରୀମନ୍ଦିର ରତ୍ନଭଣ୍ଡାର ଉଭୟ ଭିତର ଓ ବାହାର ମରାମତି କାମ ସମ୍ପୂର୍ଣ୍ଣ ହୋଇଛି । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ । ASI ପ୍ରତ୍ୟକ୍ଷ ତତ୍ତ୍ବାବଧନରେ କାମ ସମ୍ପୂର୍ଣ୍ଣ ହୋଇଛି ବୋଲି ସେ କହିଛନ୍ତି । ମୋଟ ୯୫ ଦିନ ଧରି ମରାମତି କାମ ହୋଇଛି ଏବଂ ମୋଟ ୩୩୩ ଘଣ୍ଟାର ମରାମତି କାମ ରେକର୍ଡ ହୋଇଛି । ବାହାର ରତ୍ନଭଣ୍ଡାର ଦ୍ବାର ରୁପା ଛାଉଣୀ କାମ ଆରମ୍ଭ ସିରିଛି ଏବଂ ରତ୍ନ ସ୍ଥାନାନ୍ତର ଓ ଗଣତି ମଣତି ଶୀଘ୍ର ହେବା ଆଶା କରୁଛୁ ବୋଲି ମୁଖ୍ୟ ପ୍ରଶାସକ କହିଛନ୍ତି । ତେବେ ଗଣତି କେବେ ହେବ ଏନେଇ କୌଣସି ତାରିଖ ସ୍ଥିର ହୋଇ ନାହିଁ ବୋଲି ସେ କହିଛନ୍ତି । 

Headlines 03- କୋକିଳାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ରୁ ଡିସ୍‌ଚାର୍ଜ ହୋଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।  ସର୍ଭାଇକାଲ୍‌ ଆର୍ଥ୍ରରାଇଟ୍‌ସ ଅସ୍ତ୍ରୋପଚାର ପାଇଁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବୀନ । ଡାକ୍ତରଙ୍କ ପରାମର୍ଶରେ ସେ ଆଉ କିଛି ଦିନ ମୁମ୍ବାଇରେ ରହିବେ ବୋଲି ସୂଚନା ଦେଇଛନ୍ତି ନବୀନଙ୍କ ରାଜନୈତିକ ସଚିବ ସନ୍ତୃପ୍ତ ମିଶ୍ର ।

Headlines 04- ବ୍ରହ୍ମପୁର MKCG ପାଇଁ ନୂଆ ଅଧୀକ୍ଷକ ଭାବେ ପ୍ରଫେସର ଦୁର୍ଗାମାଧବ ଶତପଥୀଙ୍କୁ ନିଯୁକ୍ତ କରାଯାଇଛି । ପୂର୍ବରୁ ପ୍ରଫେସର ଶତପଥୀ କମ୍ୟୁନିଟି ମେଡିସିନ୍‌ ବିଭାଗର ମୁଖ୍ୟ ଥିଲେ ।

Headlines 05- ରାୟଗଡ଼ା ମାଆ ମଝିଘରିଆଣୀଙ୍କ ମନ୍ଦିର ଦାନ ହୁଣ୍ଡି ଗଣତି ଶେଷ ହୋଇଛି । ମୋଟ ୧ କୋଟି ୪ ଲକ୍ଷ ୩୬ ହଜାର ୯ ଶହ ୬୩ ଟଙ୍କା ହୁଣ୍ଡିରୁ ମିଳିଛି । ୩୮ ଗ୍ରାମ୍ ସୁନା ଓ ୨ କି.ଗ୍ରା ୫୦୫ ଗ୍ରାମ୍ ରୁପା ଅଳଙ୍କାର ମିଳିଲା । ଗଣତିରେ ନିୟୋଜିତ ହୋଇଥିଲେ ବିଭିନ୍ନ ସଂଗଠନର ୨୦୦ ସଦସ୍ୟ । ପୂର୍ବରୁ ଜାନୁଆରୀ ୨୭ ତାରିଖରେ ଖୋଲା ଯାଇଥିଲା ମାଆଙ୍କ ହୁଣ୍ଡି ।

Headlines 06- ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିବା ସହ ମନମୋହନ ପୁଣି ରାଜ୍ୟ ବିଜେପି ସଭାପତି ହୋଇଛନ୍ତି । ଏକମାତ୍ର ପ୍ରାର୍ଥୀ ହୋଇଥିବାରୁ କେବଳ ବିଧିବଦ୍ଧ ଘୋଷଣା ବାକି ରହିଛି । ନିର୍ଦ୍ଧାରିତ ସମୟ ଭିତରେ ଆଉ କେହି ନାମାଙ୍କନ ଭରି ନ ଥିବାରୁ ଏହା ସ୍ପଷ୍ଟ ହୋଇଛି । ଆପଣଙ୍କୁ କହିରଖୁଛୁ ଯେ, କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଓ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ରାଜ୍ୟ ବିଜେପି ସଭାପତି ପଦ ପାଇଁ ନାମାଙ୍କନ ଭରିଥିଲେ ମନମୋହନ ସାମଲ । କାଲି ଦିନ ୧୧ଟାରେ ବିଧିବଦ୍ଧ ଘୋଷଣା ହେବ ବୋଲି ପ୍ରେସ୍‌ମିଟ୍‌ରେ ସୂଚନା ଦେଇଛନ୍ତି କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ସଞ୍ଜୟ ଜୟସ୍ବାଲ୍‌ ।

Headlines 07- ମୁଖ୍ୟମନ୍ତ୍ରୀଙ୍କ ଲୋକଙ୍କ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମର ଆଜି ଥିଲା ଦ୍ୱାଦଶ ପାଳି। ଆଜି ଭୁବନେଶ୍ୱର ୟୁନିଟ-୨ ଠାରେ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଲୋକଙ୍କ ସମସ୍ୟା ଓ ଦୁଃଖ ଶୁଣିବା ସହିତ ଏହାର ସମାଧାନ ଓ ପ୍ରତିକାର ପାଇଁ ତତ୍‌କାଳ ପଦକ୍ଷେପ ନେଇଛନ୍ତି। ଆଜି ପଞ୍ଜିକୃତ କରିଥିବା ୧ ହଜାର ଅଭିଯୋଗକାରୀ ସେମାନଙ୍କ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଆସିଥିଲେ। ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମଣ୍ଡଳର ୭ ଜଣ ବରିଷ୍ଠ ମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ସଚିବ ସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତ ରହି ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ସହାୟତା ପ୍ରଦାନ କରିଥିଲେ।

Headlines 08- ବନ ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ ବିଭିନ୍ନ ପୁରସ୍କାର ଗୁଡିକର ପୁନର୍ବିନ୍ୟାସ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ବର୍ଷ ‘ବନ ସୁରକ୍ଷା, ସଂରକ୍ଷଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରାଜ୍ୟ ସ୍ତରୀୟ ପୁରସ୍କାର’ ମିଳିତ ଭାବେ ପାଇଲେ କଳାହାଣ୍ଡିର ‘ତୁଲଙ୍ଗପଦର ବନ ସୁରକ୍ଷା ସମିତି’ ଏବଂ କରଞ୍ଜିଆ ଫରେଷ୍ଟ ଡିଭିଜନର ‘ପାହାଡପୁର ବନ ସୁରକ୍ଷା ସମିତି’, ଉଭୟ ସମିତିକୁ ଯୁଗ୍ମ ଭାବେ ୪ ଲକ୍ଷ ଟଙ୍କା ପୁରସ୍କାର ଓ ସାର୍ଟିଫିକେଟ୍ ମିଳିଛି ।

Headlines 09- ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି ରେଢାଖୋଲ ବିଭିଓ ଡକ୍ଟର ଶୁଭ ପ୍ରକାଶ ସୋରେନ ଏବଂ ମହେଶ୍ୱର ସାହୁ । ଟୋଲଫ୍ରି ନମ୍ବର-୧୦୬୪ରେ ଅଭିଯୋଗକାରୀଙ୍କ ଆଧାରରେ ଜଣେ ହିତାଧିକାରୀଙ୍କ ବ୍ରଏଲର ଫାର୍ମ ସବସିଡି ପ୍ରଦାନ କରିବା ପାଇଁ ୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ବିଭାଗ ଦ୍ୱାରା ଉଭୟେ ଧରାପଡ଼ିଛନ୍ତି। ବର୍ତ୍ତମାନ ଡକ୍ଟର ସୋରେନଙ୍କ ଲିଙ୍କ ଥିବା ଦୁଇଟି ସ୍ଥାନରେ ଏକକାଳୀନ ତଲାସି କରାଯାଉଛି।

Headlines 10- ୧୨ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ବର୍ଷା ପ୍ରଭାବ ଲାଗିରହିବ। ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ସେପଟେ ସମୁଦ୍ର ଅଶାନ୍ତ ରହିବ, ଏ ନେଇ ମତ୍ସ୍ୟଜୀବିଙ୍କୁ ସମୁଦ୍ର ନଯିବା ପାଇଁ ପରାମର୍ଶ ଦିଆଯାଇଛି। ୟେଲୋ ଆଲର୍ଟ ଜାରି କରାଯାଇଥିବା ୧୬ ଜିଲ୍ଲା ମାଲକାନାଗିରି, କୋରାପୁଟ, ରାୟଗଡ଼ା, ନୟାଗଡ଼, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, ଯାଜପୁର, ଭଦ୍ରକ, ବାଲେଶ୍ୱର, ପୁରୀ, ଖୋର୍ଦ୍ଧା। ରେଡ୍ ଆଲର୍ଟ ଜାରି କରାଯାଇଥିବା ୩ ଜିଲ୍ଲା ହେଉଛି ବରଗଡ଼, ବଲାଙ୍ଗିର, ନୁଆପଡ଼ା। ସେହିପରି ଅରେଞ୍ଜ ଆଲର୍ଟ ଜାରି କରାଯାଇଥିବା ୧୦ ଜିଲ୍ଲା ହେଉଛି ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ସମ୍ବଲପୁର, ବୌଦ୍ଧ, ଝାରସୁଗୁଡ଼ା, ସୋନପୁର, କଳାହାଣ୍ଡି, କନ୍ଧମାଳ, ନବରଙ୍ଗପୁର।

;