Ind Vs Pak Match: ଭାରତ ହାରିବ କହିଥିଲେ ହେଲେ ଜିତିଲା, ଏବେ ପୁଣି ଏହା କହିଲେ IIT ବାବା
Advertisement
Article Detail0/zeeodisha/odisha2659141

Ind Vs Pak Match: ଭାରତ ହାରିବ କହିଥିଲେ ହେଲେ ଜିତିଲା, ଏବେ ପୁଣି ଏହା କହିଲେ IIT ବାବା

ଯେତେବେଳେ ପାକିସ୍ତାନକୁ ୬ ୱିକେଟରେ ଭାରତ ହରାଇଲା ଏହାପରେ ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ଆଇଆଇଟି ବାବାଙ୍କ ସମ୍ପର୍କରେ ଅନେକ କଥା ଲେଖିବା ଆରମ୍ଭ କରିଦେଇଥିଲେ । ଏବେ ତାଙ୍କର ଭବିଷ୍ୟବାଣୀ ଭୁଲ ପ୍ରମାଣିତ ହେବା ପରେ, ଆଇଆଇଟି ବାବା ନିଜକୁ ରକ୍ଷା କରିବା ପାଇଁ ପୁଣି ଏକ ଅବାନ୍ତର କଥା କହିଛନ୍ତି। କିନ୍ତୁ ତଥାପି ପ୍ରଶଂସକମାନେ ତାଙ୍କ ବିପକ୍ଷରେ ଲେଖିବାରେ ଲାଗିଛନ୍ତି ।

Ind Vs Pak Match: ଭାରତ ହାରିବ କହିଥିଲେ ହେଲେ ଜିତିଲା, ଏବେ ପୁଣି ଏହା କହିଲେ IIT ବାବା

IIT Baba Clarification On Prediction: ଚାମ୍ପିଅନ୍ସ ଟ୍ରଫିର ଦ୍ୱିତୀୟ ମ୍ୟାଚ୍ ରେ ପାକିସ୍ତାନକୁ ୬ ୱିକେଟରେ ପରାସ୍ତ କରି ବିଜୟୀ ହୋଇଛି ଭାରତ। ଏହି ମ୍ୟାଚ୍ ପରେ, ସୋସିଆଲ ମିଡିଆରେ IIT ବାବାଙ୍କୁ ନେଇ ଆହୁରି ଚର୍ଚ୍ଚା ବଢିଛି ।

ରବିବାର ତଥା ୨୩ ଫେବୃଆରୀ ୨୦୨୫ରେ ଦୁବାଇରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚ୍ ସମ୍ପର୍କରେ ଆଇଆଇଟି ବାବା ପୂର୍ବରୁ ଏକ ଭବିଷ୍ୟବାଣୀ କରିଥିଲେ। ଯାହା ପ୍ରତ୍ୟେକ କ୍ରିକେଟ୍ ପ୍ରେମୀଙ୍କୁ ଚିନ୍ତାରେ ପକାଇଦେଇଥିଲା। ଆଇଆଇଟି ବାବା ସିଧାସଳଖ ଗଣମାଧ୍ୟମ ସାମ୍ନାରେ ଭବିଷ୍ୟବାଣୀ କରି କହିଥିଲେ ଯେ, ବିରାଟ କୋହଲି ଏବଂ ପୁରା ଭାରତୀୟ ଟିମ୍ ଯେତେ ଚେଷ୍ଟା କଲେ ମଧ୍ୟ ସେମାନେ ଦୁବାଇରେ ଖେଳାଯିବାକୁ ଥିବା ମ୍ୟାଚ୍ ଜିତିପାରିବେ ନାହିଁ । ଭାରତ ପାକିସ୍ତାନଠାରୁ ହାରିଯିବ ବୋଲି ବାବା ରୋକଠୋକ କହିଦେଇଥିଲେ ।

କିନ୍ତୁ ଯେତେବେଳେ ପାକିସ୍ତାନକୁ ୬ ୱିକେଟରେ ଭାରତ ହରାଇଲା ଏହାପରେ ଭାରତୀୟ କ୍ରିକେଟ୍ ପ୍ରଶଂସକମାନେ ଆଇଆଇଟି ବାବାଙ୍କ ସମ୍ପର୍କରେ ଅନେକ କଥା ଲେଖିବା ଆରମ୍ଭ କରିଦେଇଥିଲେ । ଏବେ ତାଙ୍କର ଭବିଷ୍ୟବାଣୀ ଭୁଲ ପ୍ରମାଣିତ ହେବା ପରେ, ଆଇଆଇଟି ବାବା ନିଜକୁ ରକ୍ଷା କରିବା ପାଇଁ ପୁଣି ଏକ ଅବାନ୍ତର କଥା କହିଛନ୍ତି। କିନ୍ତୁ ତଥାପି ପ୍ରଶଂସକମାନେ ତାଙ୍କ ବିପକ୍ଷରେ ଲେଖିବାରେ ଲାଗିଛନ୍ତି ।

ଭବିଷ୍ୟବାଣୀ ଭୁଲ ପ୍ରମାଣିତ ହେବା ପରେ, IIT ବାବା ପୁଣି ଥରେ ସେହି ୟୁଟୁବରଙ୍କ ସହ ସାକ୍ଷାତ କରିଥିଲେ । ପ୍ରତିକ୍ରିୟାରେ ସେ କହିଥିଲେ ଯେ, କାହାର ଭବିଷ୍ୟବାଣୀ ଉପରେ କେବେବି ବିଶ୍ୱାସ କରିବା ଉଚିତ୍ ନୁହେଁ। ସମସ୍ତେ ନିଜର ମସ୍ତିଷ୍କ ବ୍ୟବହାର କରନ୍ତୁ ।' ଏହିପରି ଭାବରେ IIT ବାବା ନିଜ ଭବିଷ୍ୟବାଣୀ ସମ୍ପର୍କରେ ପ୍ରତିକ୍ରିୟା ଦେଲେ । କାହା କଥାକୁ ବିଶ୍ୱାସ ନକରି ଲୋକମାନେ ନିଜେ ନିଜ ହିସାବରେ କାମ କରିବାକୁ କହିଲେ ।

ୟୁଟୁବର କହିଥିଲେ ଯେ, ବାବା ଆପଣଙ୍କ ଭବିଷ୍ୟବାଣୀ କ୍ଲିପ୍ ଏବେ ସବୁଠି ଭାଇରାଲ୍ ହୋଇଯାଇଛି। ଏପରିକି ତାଙ୍କ ବିଷୟରେ ପାକିସ୍ତାନୀ ଚ୍ୟାନେଲ ଗୁଡ଼ିକରେ ମଧ୍ୟ ଆଲୋଚନା ହେଉଛି। ଏହା ଶୁଣି IIT ବାବା ଜୋରରେ ହସିବାକୁ ଲାଗିଥିଲେ।

ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ଏହି ଭିଡିଓ ପୋଷ୍ଟ କରିବା ସମୟରେ @gharkekalesh ଲେଖିଛନ୍ତି- ଭାରତ-ପାକିସ୍ତାନ ମ୍ୟାଚ୍ ପରେ IIT ବାବାଙ୍କ ଭବିଷ୍ୟବାଣୀ ଭୁଲ ପ୍ରମାଣିତ ହୋଇଛି। ତେବେ ଏହି ଭିଡିଓଟି ୨୮ ହଜାରରୁ ଅଧିକ ଭ୍ୟୁ ଏବଂ ୬୦୦ ରୁ ଅଧିକ ଲାଇକ୍ ପାଇସାରିଛି। ଏହା ବ୍ୟତୀତ ୟୁଜର୍ସମାନେ ଏଥିରେ ବିଭିନ୍ନ ପ୍ରକାରର ମନ୍ତବ୍ୟ ଦେଇଛନ୍ତି ବାବାଙ୍କ ନାମରେ ।

ଭାରତ-ପାକିସ୍ତାନ ମ୍ୟାଚ୍ ପୂର୍ବରୁ, IIT ବାବା ଭବିଷ୍ୟବାଣୀ କରିଥିଲେ ଯେ, ଭାରତ ପାକିସ୍ତାନଠାରୁ ହାରିବ । କିନ୍ତୁ ବାବାଙ୍କ ଭବିଷ୍ୟବାଣୀକୁ ଭୁଲ୍ ପ୍ରମାଣିତ କରିଛି ଭାରତୀୟ କ୍ରିକେଟ୍ ଟିମ୍ । ଫଳରେ ସୋସିଆଲ ମିଡିଆ ୟୁଜର୍ସମାନେ ଏବେ କମେଣ୍ଟ ସେକ୍ସନରେ IIT ବାବାଙ୍କୁ ନେଇ ମଜା କରୁଛନ୍ତି। ଜଣେ ବ୍ୟକ୍ତି ଲେଖିଛନ୍ତି ଯେ, IIT ବାବାଙ୍କ ଭବିଷ୍ୟବାଣୀ 'କେବଳ ମନୋରଞ୍ଜନ ପାଇଁ' । ଆଉଜଣେ ଲେଖିଛନ୍ତି ଯେ, ବାବା ପୁଣି ଥରେ IITରେ ଯୋଗଦେବେ।

Also Read- ବାହା ହେଲେ ବିକ୍ରମ, ଶୁଦ୍ଧି ହେଲେ ରାଣୀ ପଣ୍ଡା, ଦେବେ ବ୍ରାହ୍ମଣ ଭୋଜନ

;