BJD MLA Marriage: ବଢ଼ୁଛି ବୟସ, ଏପଟେ ପଡ଼ୁଛି ହାତଗଣ୍ଠି । ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ନେତା ଓ ବିଧାୟକ । ବର୍ତ୍ତମାନ ବିବାହକୁ ନେଇ ଓଡ଼ିଶାର ନେତା ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏଇ ଦୁଇ ଦିନ ତଳେ ମାହାଙ୍ଗା ବିଧାୟକ ସାରଦା ପ୍ରଧାନ ବିବାହ କରିଥିବା ବେଳେ ଏବେ ପୁଣି ପଡ଼ିଛି ବିଜେଡି ନେତା ମନ୍ମଥ ରାଉତରାୟଙ୍କ ହାତଗଣ୍ଠି । ରୀତିନୀତି ଅନୁଯାୟୀ ବିବାହ ବନ୍ଧନରେ ବାହା ହେଉଛନ୍ତି ନେତା ଓ ବିଧାୟକ । ତେବେ ବିଜେଡିର ଏହା ପ୍ରଥମେ ନୁହେଁ ଏମିତି ଅନେକ ବରିଷ୍ଠ ଓ ଚର୍ଚ୍ଚିତ ନେତା ଅଛନ୍ତି ଯେଉଁମାନେ ପ୍ରଥମ ବିବାହରେ ସଫଳ ହୋଇନାହାଁନ୍ତି । ଆଉ ଜୀବନକୁ ଆଉ ଏକ ସୁଯୋଗ ଦେଇ ଦ୍ୱିତୀୟ ବିବାହ କରିଛନ୍ତି ।
Manmath Routray: ମନ୍ମଥଙ୍କୁ ମିଳିଲା ମନର ମଣିଷ । ପୁଣି ଥରେ ବର ସାଜିଲେ ବିଜେଡି ନେତା ମନ୍ମଥ ରାଉତରାୟ । ବେଦଧ୍ୱନି, ମନ୍ତ୍ର ହୁଳିହୁଳିରେ ବୈଦିକି ରୀତିନୀତିରେ ସବୁଦିନ ପାଇଁ ରୋଜାଲିନଙ୍କର ହେଲେ ମନ୍ମଥ । ତେବେ ମନ୍ମଥ ରାଉତରାୟ ହେଉଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟଙ୍କ ସାନ ପୁଅ ।
Also Read: Odisha Collector Office Job: ଜିଲ୍ଲାପାଳଙ୍କ ଅଫିସରେ ବାହାରିଲା ବମ୍ପର ନିଯୁକ୍ତି, ଶେଷ ତାରିଖ ୧୧ ମାର୍ଚ୍ଚ
ମୁମ୍ବାଇର ଏକ ବ୍ୟାଙ୍କରେ ଚାକିରି କରୁଥିବା ରୋଜାଲିନ ପଟ୍ଟନାୟକଙ୍କୁ ସାତ ଜନ୍ମର ସାଥୀ କରିଛନ୍ତି ବିଜେଡି ନେତା । ଉଭୟ ପ୍ରେମ ବିବାହ କରିଛନ୍ତି । ଏଠାରେ କହିରଖୁଛୁ ଯେ, ମନ୍ମଥ ନିଜ ପ୍ରଥମ ପତ୍ନୀଙ୍କୁ ଛାଡପତ୍ର ଦେବା ପରେ ଏହା ତାଙ୍କର ଦ୍ୱିତୀୟ ବିବାହ ।
Dibyashankar Mishra: ସେହିପରି ୨୦୨୩ ଫେବୃଆରୀ ମାସରେ ବିବାହ କରିଥିଲେ ବିଜେଡି ଦଳର ଚର୍ଚ୍ଚିତ ନେତା କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର । କଳାହାଣ୍ଡି ଜିଲ୍ଲା ଗୋଲ ମୁଣ୍ଡା ଦେକୋଟ ଗାଁ’ର ସଫ୍ଟୱେୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ତିଙ୍କ ସହ ଦ୍ୱିତୀୟ ବିବାହ କରିଥିଲେ ବିଧାୟକ ଦିବ୍ୟଶଙ୍କର ମିଶ୍ର । ଆଉ ସେତେବେଳେ ଏହି ଚର୍ଚ୍ଚିତ ଯୋଡିଙ୍କ ବିବାହ କୁ ନେଇ ବହୁତ ଚର୍ଚ୍ଚା ଲାଗିରହିଥିଲା ।
Bymokesh Ray: ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ମଧ୍ୟ ୨ୟ ବିବାହ କରିଥିଲେ। ଆଉ ଏହି ହାଇ ପ୍ରୋଫାଇଲ୍ ବାହାଘର କୋରୋନା ସମୟରେ ବେଶ ଚର୍ଚ୍ଚାକୁ ଆସିଥିଲା। କାରଣ ପ୍ରଥମ ପତ୍ନୀଙ୍କ ଅକାଳ ବିୟୋଗ ପରେ ନିଜର ଏକ କୁନି ଝିଅ ପାଇଁ ପୁଣି ଥରେ ବିବାହ କରିଥିଲେ ବ୍ୟୋମକେଶ ରାୟ।
ଚାନ୍ଦବାଲି ବିଧାୟକ ବ୍ୟୋମକେଶଙ୍କ ଦ୍ଵିତୀୟ ପତ୍ନୀଙ୍କ ନାମ ହେଉଛି ତଦଶା ସାଇ ଦର୍ଶିନୀ । ପ୍ରଥମ ପତ୍ନୀଙ୍କ ଠୁ ଏକ କନ୍ୟା ସନ୍ତାନ ଥିବା ବେଳେ ବ୍ୟୋମକେଶଙ୍କ ୨ୟ ପତ୍ନୀଙ୍କ ଠୁ ମଧ୍ୟ ଏକ କନ୍ୟା ସନ୍ତାନ ରହିଛି।
Pritiranjan Gharai: ସେହିପରି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରୀତିରଞ୍ଜନ ଘଡେଇ ଅର୍ଥାତ୍ ଡାନି ମଧ୍ୟ ୨ୟ ବିବାହ କରିଛନ୍ତି । ସବୁଠୁ ବଡ଼ କଥା ହେଲେ କିଛି ବର୍ଷ ତଳେ ଓଲିଉଡ ଅଭିନେତ୍ରୀ ଝିଲ୍ଲିକଙ୍କୁ ବିବାହ କରିଥିଲେ ପ୍ରିତିରଞ୍ଜନ ଘଡେଇ ।
ଆଉ ଏହି ବିବାହକୁ ନେଇ ପୂରା ରାଜ୍ୟବାସୀ ଚକିତ ହୋଇଥିଲେ । କାରଣ ଏହା ଏକ ସରପ୍ରାଇଜ୍ ମ୍ୟାରେଜ୍ ଥିଲା । ହଠାତ୍ ବିବାହ କରିଥିଲେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରୀତିରଞ୍ଜନ ଓ ଅଭିନେତ୍ରୀ ଝିଲ୍ଲିକ । ଏବେ ଦୁହିଁଙ୍କର ୨ଟି କନ୍ୟା ସନ୍ତାନ ରହିଛନ୍ତି ।
ट्रेन्डिंग फोटोज़